Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମୌସୁମୀ ପାଇଁ ପଞ୍ଚାୟତ ଉପ ନିର୍ବାଚନକୁ ସ୍ଥଗିତ ରଖିବାକୁ ରାଜ୍ୟ କମିଶନଙ୍କ ବଡ ନିଷ୍ପତ୍ତି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମୌସୁମୀ ପାଇଁ ପଞ୍ଚାୟତ ଉପ ନିର୍ବାଚନକୁ ସ୍ଥଗିତ ରଖିବାକୁ ରାଜ୍ୟ କମିଶନଙ୍କ ବଡ ନିଷ୍ପତ୍ତି

utkala khabar
Last updated: May 22, 2025 11:52 am
utkala khabar
Published May 22, 2025
Share
SHARE

ରାଜ୍ୟ ୨୨/୫ : ସ୍ଥଗିତ ରହିଲା ପଞ୍ଚାୟତ ଉପ ନିର୍ବାଚନ । ମୌସୁମୀ ପାଇଁ ସ୍ଥଗିତ ରଖିବାକୁ ରାଜ୍ୟ କମିଶନ ନିଷ୍ପତ୍ତି ନେଇଛନ୍ତି । ୧ହଜାର ୧୩୧ଟି ଖାଲି ପଦ ପୂରଣ ପାଇଁ ବାହାରି ଥିବା ବିଜ୍ଞପ୍ତି ରଦ୍ଦ ହୋଇଛି । ଜିଲ୍ଲା ଅଧିକାରୀ ଏବଂ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ପାଇଁ ଉପ-ନିର୍ବାଚନକୁ ଘୁଞ୍ଚାଇବାକୁ କହିଥିଲେ । ଏଥର ମୌସୁମୀ ସଅଳ ଆସିବାର ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ।
ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ପରେ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ପାଣିପାଗ ଯୋଗୁଁ ଉପନିର୍ବାଚନ ବାତିଲ ହେବା କଥାକୁ ନିନ୍ଦା କରିଛି ଦଳ । ବିଜେପି ଚାପି ପକାଇ ନିର୍ବାଚନ ସ୍ଥଗିତ କରୁଛି କି ବୋଲି ପ୍ରଶ୍ନ କରିଛି ଦଳ । ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେଇଛନ୍ତି । ପୂର୍ବରୁ ବିଜେପି ଚଞ୍ଚକତା କରି ଜିତିଥିଲେ । ଏବେ ହାରିବା ଭୟରେ ନିର୍ବାଚନକୁ ସ୍ଥଗିତ କରାଯାଇଥିବା ଅଭିଯୋଗ କରିଛି ବିଜେଡି ।

ପଞ୍ଚାୟତ ଉପନିର୍ବାଚନ ଘୋଷଣା ହେଲା ତାରିଖ । ୪୩ ସରପଞ୍ଚ, ୨୭୨ ୱାର୍ଡ ସଭ୍ୟ, ୫ ଜିଲ୍ଲା ପରିଷଦ ପାଇଁ ଉପନିର୍ବାଚନ ହେବ । କେନ୍ଦ୍ରାପଡ଼ାର ଡେରାବିଶ, ରାଜନଗର, କେନ୍ଦୁଝରର ଘଟଗାଁ, ସଦର କେନ୍ଦୁଝର, ସମ୍ବଲପୁରର ଧନକଉଡାରେ ଦଳୀୟ ଚିହ୍ନରେ ଜିଲ୍ଲାପରିଷଦ ଉପନିର୍ବାଚନ ହେବ । ବିଧାନସଭା ନିର୍ବାଚନ ପରେ ପଞ୍ଚାୟତ ରାଜ୍ୟ ଉପନିର୍ବାଚନ ହେଉଥିବାରୁ ୩ ପ୍ରମୁଖ ଦଳ ପାଇଁ ଅଗ୍ନିପରୀକ୍ଷା ହୋଇଛି । ସରପଞ୍ଚ ଓ ୱାର୍ଡ ସଭ୍ୟ ଦଳୀୟ ଭିତ୍ତିରେ ଲଢାଯାଉନଥିଲେ ବି ପ୍ରମୁଖ ଦଳର ସମର୍ଥନ ରହିବ । ତେବେ ୫ ଜିଲ୍ଲା ପରିଷଦ ନିର୍ବାଚନ ଦଳୀୟ ଭିତ୍ତିରେ ହେଉଥିବାରୁ ବିଜେପି, ବିଜେଡି ଓ କଂଗ୍ରେସ, କାହାକୁ ଭରସା କରୁଛନ୍ତି ଜନତା ମିଳିବ ସଂକେତ ।

୨୦ଜିଲ୍ଲାର ୪୩ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉପନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ବିଶେଷକରି ଗଞ୍ଜାମ, ବଲାଙ୍ଗୀର, କନ୍ଧମାଳ, କେନ୍ଦ୍ରାପଡା, ମୟୁରଭଞ୍ଜର ସର୍ବାଧିକ ପଂଚାୟତରେ ଭୋଟ ହେବ । ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଯାଜପୁର ଧର୍ମଶାଳା ବ୍ଲକର ଦୁଇଟି ପଞ୍ଚାୟତରେ ଭୋଟ ପଡ଼ିବ । ଗଞ୍ଜାମର ଜଗନ୍ନାଥପ୍ରସାଦ, କବିସୂର୍ଯ୍ୟନଗର, ଶେରଗଡ଼ ଓ ସୋରଡା ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନରେ ବିଜେଡିର ଦବଦବା ରହିଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ବିଜେଡି ପୋଛି ହୋଇଯିବା ପରେ ଏବେ ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

କେନ୍ଦ୍ରାପଡା, ବଲାଙ୍ଗୀର ,କନ୍ଧମାଳ ଓ ମୟୁରଭଞ୍ଜରେ ବି ଅଳ୍ପ ବହୁତେ ସମାନ ସ୍ଥିତି । ତେଣୁ ବିଜେଡିକୁ ମାତ୍ ଦେଇ ବିଜେପି ଉପନିର୍ବାଚନ ଜିତିବାକୁ ଉଦ୍ୟମ କରିବ । ପଞ୍ଚାୟତ ଉପନିର୍ବାଚନ ସ୍ଥାନୀୟ ବିଧାୟକଙ୍କ ଲୋକପ୍ରିୟତାର ପ୍ରମାଣ ଦେବ । ସେମାନଙ୍କ ଉପରେ ଦାୟିତ୍ୱ ରହିବ ଅଧିକରୁ ଅଧିକ ପ୍ରାର୍ଥୀ ଜିତାଇବା । ଧର୍ମଶାଳାରେ ପଞ୍ଚାୟତ ନିର୍ବାଚନରେ ବିଜେଡି ଜିତିଥିଲା । କିନ୍ତୁ ଏବେ ପରିବର୍ତ୍ତିତ ପରିସ୍ଥିତି ଏହି ଉପନିର୍ବାଚନ ସ୍ୱାଧୀନ ବିଧାୟକ ହିମାଂଶୁ ସାହୁଙ୍କ ପାଇଁ ଏସିଡ୍‌ ଟେଷ୍ଟ ହେବାକୁ ଯାଉଛି ।

ଜୁନ ମାସରେ ସରକାରକୁ ବର୍ଷେ ପୁରିବାକୁ ଯାଉଛି । ତେଣୁ ପଞ୍ଚାୟତ ଉପନର୍ବାଚନ ଶାସକ ବିଜେପି ପାଇଁ ବଡ ଅଗ୍ନିପରୀକ୍ଷା ହେବ । କାରଣ ବର୍ଷକ ପରେ ସରକାର ଲୋକଙ୍କ ଆସ୍ଥା ଭାଜନ ହୋଇଛି ତାହା ଜଣାପଡ଼ିବ । ଅନ୍ୟପଟେ ବିଜେଡି ପ୍ରଥମ ଥର ଲାଗି ବିରୋଧୀ ଆସନରେ ରହି ପଞ୍ଚାୟତ ଉପନିର୍ବାଚନ ଲଢ଼ିବ । ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ ପିସିସି ସଭାପତି ଭକ୍ତ ଦାସଙ୍କ ପାଇଁ ଏହା ପ୍ରଥମ ପରୀକ୍ଷା ହେବାକୁ ଯାଉଛି ।

You Might Also Like

ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ

ଶ୍ରୀମତୀ ବୁମ୍ରା କାହିଁକି ଫ୍ୟୁରିୟସ୍? ଦେଖନ୍ତୁ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା, ୫୦ ଲକ୍ଷରୁ ଅଧିକ ଚାଷୀ ହେଲେ ଲାଭବାନ

ଆଜି ଓଡ଼ିଶା ପୋଲିସର ୯୦ ତମ ପ୍ରତିଷ୍ଠା ଦିବସ, ଏହି ଅବସରରେ ଟ୍ଵିନସିଟିରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

TAGGED:#odisha#UTKALA KHABARPanchayat electionPostponedState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?