ରାଜ୍ୟ ୨୩/୫ : ଖୋଲୁଛି ଗୁପ୍ତଚର ଅଭିଯୋଗରେ ଗିରଫ ଜ୍ୟୋତି ମାଲହୋତ୍ରାଙ୍କ କଳା ଗୁମର । ଆଉ ଥରେ ୪ ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରୁଛି ତଦନ୍ତକାରୀ ଟିମ । ପୂର୍ବରୁ ୫ଦିନ ପାଇଁ ତାକୁ ରିମାଣ୍ଡରେ ନେଇ ହରିଆଣା ହିସାର ପୋଲିସ ତାଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରିଥିଲା । ଜ୍ୟୋତିଙ୍କ ମାମଲାରେ ସାମ୍ନାକୁ ଆସିବାରେ ଲାଗିଛି ଗୋଟିକ ପରେ ଗୋଟିଏ ସାଂଘାତି ତଥ୍ୟ । ତଦନ୍ତକାରୀ ସଂସ୍ଥାର ରାଡାରରେ ଜ୍ୟୋତିଙ୍କ ବିଦେଶ ଗସ୍ତକୁ ସ୍ପନସର କରୁଥିବା ଟ୍ରାଭେଲ ଏଜେନ୍ସି ।
UAEର ଟ୍ରାଭେଲ କମ୍ପାନୀ Wego ଜ୍ୟୋତିଙ୍କୁ ସ୍ପନସର କରିଥିବା ଜଣାପଡିଛି । WEGO ହେଉଛି ମିଡିଲ ଇଷ୍ଟର ଟ୍ରାଭେଲ ଆପ । ପାକିସ୍ତାନ ସମେତ ସିଙ୍ଗାପୁର ଓ ଦୁବାଇରେ ଏହାର କାର୍ଯ୍ୟାଳୟ ରହିଛି । WEGOକୁ ପାକିସ୍ତାନ ଟୁରିଜମରୁ ଲାଇସେନ୍ସ ମିଳିଛି । Wego ବିରୋଧରେ ପାକିସ୍ତାନ ଫଣ୍ଡିଂ ନେଇ ସବିଶେଷ ତଥ୍ୟ ମିଳିନଥିବା ବେଳେ ଏହି କମ୍ପାନୀ ଜ୍ୟୋତିଙ୍କୁ ବିଦେଶ ଗସ୍ତ ପାଇଁ ଆର୍ଥିକ ସହାୟତା ଦେଉଥିଲା ।
ସେହିପରି ପହଲଗାମ ଅତଙ୍କୀ ଆକ୍ରମଣ ପୂର୍ବରୁ ଓ ଅପରେସନ ସିନ୍ଦୂର ବେଳେ ଜ୍ୟୋତି ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ୍ସଙ୍କ ସହ ସଂପର୍କରେ ଥିବା ଜଣାପଡିଛି । ଜେରା ବେଳେ ଜ୍ୟୋତି ଏହା ସ୍ବକାର କରିଛନ୍ତି । ତେବେ ଆତଙ୍କବାଦୀ ସଂଗଠନ ସହ ଜ୍ୟୋତିଙ୍କ ସିଧାସଳଖ ଯୋଗାଯୋଗ ନେଇ ତଥ୍ୟ ମିଳିନାହିଁ ।