ଉତ୍ତରପ୍ରଦେଶ ୨୬/୫ : ବିରାଟ କୋହଲି ଟେଷ୍ଟରୁ ଅବସର ନେବା ପରେ ଆଧ୍ୟାତ୍ମିକ ମାର୍ଗରେ ଚାଲିଛନ୍ତି । ପ୍ରଥମେ ପ୍ରେମାନନ୍ଦଜୀ ମହାରାଜଙ୍କୁ ଦର୍ଶନ କରିବା ପରେ ଏବେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ବିରାଟ ଓ ଅନୁଷ୍କା ଦୁହେଁ ଅଯୋଧ୍ୟାର ହନୁମାନଗଢି ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି ।
ଯାହାର ଭିଡିଓ ଭାଇରଲ ହେଉଛି । ଭିଡିଓରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ମନ୍ଦିରରେ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଥିଲା ।
ଭିଡିଓରେ ଅନୁଷ୍କା ପିଙ୍କ କଲର ସୁଟ୍ ପିନ୍ଧିଥିବା ବେଳେ ମଥାରେ ଓଢଣୀ ଦେଇଛନ୍ତି ଏବଂ ବିରାଟ କୋହଲି ହ୍ବାଇଟ କଲର ଆଉଟଫିଟ୍ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି । ଦୁହେଁ ଭଗବାନଙ୍କ ଭକ୍ତିରେ ଆଗେଇଛନ୍ତି ।
ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଏହାପରେ ବୃନ୍ଦାବନ ଯାଇଥିଲେ । ଅନୁଷ୍କା ଓ ବିରାଟ ଦୁହେଁ ପ୍ରେମାନନ୍ଦ ମହାରାଜଙ୍କ ନିକଟକୁ ଯାଇଥିଲେ ।
ବିରୁଷ୍କା ରାଧା କେଲୀ କୁଞ୍ଜ ଆଶ୍ରମରେ ସାଢେ ୩ ଘଣ୍ଟାରୁ ଅଧିକ ସମୟ ଯାଏଁ ଅଟକିଥିଲେ। ଏହି ସମୟରେ ଅନୁଷ୍କା ଏବଂ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ସହ ଆଧ୍ୟାତ୍ମିକ ଆଲୋଚନା କରିଥିଲେ।
ଅନୁଷ୍କା-ବିରାଟ ଏହା ପୂର୍ବରୁ ନିଜ ପିଲାଙ୍କୁ ଧରି ପ୍ରେମାନନ୍ଦଙ୍କଠାରୁ ଆଶୀର୍ବାଦ ନେବା ପାଇଁ ଯାଇଥିଲେ । ବିରାଟ ଏବଂ ଅନୁଷ୍କାଙ୍କ ପ୍ରେମାନନ୍ଦ ମହାରାଜଙ୍କ ସହ କଥା ହୋଇ ପ୍ରଥମେ ଭିଡିଓ ଭାଇରଲ ହେଉଥିଲା । ସର୍ବପ୍ରଥମେ ବିରାଟ କୋହଲି ୨୦୨୩ରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ ।
ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ବିରାଟ ନିଜ ଟେଷ୍ଟ କ୍ୟାରିଅରରେ ମୋଟ ୧୨୩ଟି ମ୍ୟାଚ ଖେଳିଛନ୍ତି । ୯,୨୩୦ ରନ୍ କରିଛନ୍ତି । ଏଥିରେ ୩୦ ଶତକ ଏବଂ ୩୧ଟି ଅର୍ଦ୍ଧଶତକ ରହିଛି । ବିରାଟ କୋହଲି ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ କ୍ରିକେଟରେ ୪ର୍ଥ ସବୁଠାରୁ ସଫଳ ବ୍ୟାଟର ଭାବରେ ପରିଚିତ ।