ବଲିଉଡର ଅଭିନେତ୍ରୀ ପ୍ରୀତି ଜିଣ୍ଟା ସହିଦ ସେନାଙ୍କ ପରିବାରକୁ ସହାୟତାର ହାତ ବଢାଇ ଚର୍ଚ୍ଚାରେ ରହିଛନ୍ତି । ସେନାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ୧ କୋଟିର ଅର୍ଥ ରାଶି ପ୍ରଦାନ କରିଛନ୍ତି । ତାଙ୍କର ଏପରି ଭାବନା ଅପରେସନ ସିନ୍ଦୁର ପରେ ଦେଖାଦେଇଥିବା ସୂଚନା ମିଳିଛି । ଯାହା ପରେ ସେ ଚର୍ଚ୍ଚାରେ ରହିଛନ୍ତି ।ପ୍ରୀତି ଜିଣ୍ଟା ଦକ୍ଷିଣ ପଶ୍ଚିମ କମାଣ୍ଡର ଆର୍ମି ୱାଇବ୍ସ ୱେଲଫେୟାର ଏସୋସିଏସନ (AWWA)କୁ ୧.୧୦କୋଟି ଟଙ୍କା ପ୍ରଦାନ କରିଛନ୍ତି । ତାଙ୍କର ଏହି ଅର୍ଥରାଶି ପ୍ରଦାନ ଇଣ୍ଡିଆନ ପ୍ରିମିୟର ଲିଗ୍ ଟିମ୍ ପଞ୍ଜାବ କିଙ୍ଗ୍ସର କର୍ପୋରେଟଙ୍କ ଅଧୀନରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶନିବାର ଜୟପୁରରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହିଦ ସୈନିକମାନଙ୍କ ପରିବାର ମଧ୍ୟ ସାମିଲ ଥିଲେ ।
ଏହାରି ମଧ୍ୟରେ ପ୍ରୀତି ସହିଦମାନଙ୍କ ପ୍ରଶଂସା କରି କହିଛନ୍ତି ଯେ, ସେମାନଙ୍କ ପରିବାରକୁ ସହାୟତା ଦେବା ସମ୍ମାନ ଏବଂ କର୍ତ୍ତବ୍ୟ । ସୈନ୍ୟମାନଙ୍କ ବଳିଦାନକୁ କେବେ ଭୁଲିହେବ ନାହିଁ । କିନ୍ତୁ ତାଙ୍କ ପରିବାର ସହିତ ଠିଆ ହୋଇ ସେମାନଙ୍କୁ ଆଗକୁ ବଢିବାର ସାହାଯ୍ୟ କରିପାରିବା । ଆହୁରି ମଧ୍ୟ କହିଛନ୍ତି ଯେ, ସଶସ୍ତ୍ର ବାହିନୀ ସୈନ୍ୟଙ୍କ ପାଇଁ ଆମେ ଗର୍ବିତ ।ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଅନେକ କିଛି ଲେଖିଛନ୍ତି । ସେ ସୈନ୍ୟଙ୍କ ପରିବାର ଲୋକଙ୍କ ଧର୍ଯ୍ୟ, ଝାଳ, ରକ୍ତ, ଲୁହକୁ ଅତି ନିକଟରୁ ଦେଖିଛନ୍ତି । ସୈନ୍ୟମାନଙ୍କ ଅପେକ୍ଷା ସେମାନଙ୍କ ପରିବାର ଲୋକ ଅଧିକ ସାହାସୀ ବୋଲି ତାଙ୍କୁ ଅନୁଭବ ହୁଏ । କାରଣ ଗୋଟେ ମା ତା ଛୁଆକୁ, ସ୍ତ୍ରୀମାନେ ସେମାନଙ୍କ ସ୍ୱାମୀଙ୍କୁ ଏବଂ ପିଲାମାନେ ସେମାନଙ୍କ ବାପାଙ୍କୁ ବଳିଦାନ ଦେଇ ଦେଉଛନ୍ତି । ଏହା ସୈନ୍ୟମାନଙ୍କ ପରିବାରର ବାସ୍ତବତା ବୋଲି ସେ କହିଛନ୍ତି । ଗୋଟିଏ ମା’ ଦେଶ ପାଇଁ ତା’ ପୁଅକୁ ବଳିଦାନ ଦେଇଥାନ୍ତି । ସ୍ତ୍ରୀମାନଙ୍କ ଓଠରୁ ହସ ଏବଂ ପିଲାମାନଙ୍କ ମାର୍ଗଦର୍ଶନ କରିପାରିବେ ନାହିଁ ।
ତାଙ୍କ ଅଭିନୟ ମାଧ୍ୟମରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରି ଆସୁଛନ୍ତି । ଯଦି ତାଙ୍କ କ୍ୟାରିୟର ସମ୍ପର୍କରେ କୁହାଯାଏ ତେବେ ସେ କଲ ହୋ ନା ହୋ, ଭୀର ଜରା, ଦିଲ୍ ହେ ତୁମହାରା, ଚୋରି ଚୋରି ଚୁପକେ ଚୁପକେ ଭଳି ଅନେକ ଫିଲ୍ମ କରିଛନ୍ତି । ସେ ଖୁବ୍ ଶୀଘ୍ର ‘ଲାହୋର ୧୯୪୭’ ଫିଲ୍ମ ସହିତ ବଡ଼ ପରଦାକୁ ଫେରିବାକୁ ପ୍ରସ୍ତୁତ । ଏଥିରେ ତାଙ୍କ ସହିତ ସନ୍ନି ଦେଓଲ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମର ପ୍ରଯୋଜକ ଭାବେ ଆମିର ଖାନ ରହିବେ ।