Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଓଡ଼ିଶାରେ ମାଡ଼ିଗଲେଣି ବାଂଲାଦେଶୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଓଡ଼ିଶାରେ ମାଡ଼ିଗଲେଣି ବାଂଲାଦେଶୀ

utkala khabar
Last updated: May 27, 2025 3:11 pm
utkala khabar
Published May 27, 2025
Share
SHARE

ରାଜ୍ୟ ୨୭/୫ :  ଦିନେ ଅଧେ ନୁହେଁ, ବର୍ଷ ବର୍ଷ ଧରି ଏମିତି ଚାଲିଛି । ସୀମା ଡେଇଁ ସେପାରିରୁ ମାଡ଼ି ଆସୁଛନ୍ତି ବାଂଲାଦେଶୀ । ଓଡ଼ିଶା ଯେମିତି ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀ । ଗାଁ ଗାଁରେ ଚରିଗଲେଣି । ଭତ୍ତା, ରାସନ୍‌ ହାତେଇଲେଣି। ସେମାନଙ୍କୁ ରୋକି ପାରୁନି ପୁଲିସ କି ଆଇନ ଆଣୁନାହାନ୍ତି ସରକାର । ଦୁର୍ବଳ ବ୍ୟବସ୍ଥା ଲାଗି ସୀମାପାର ବାଂଲାଦେଶୀଙ୍କ ଲାଗି ଚିନ୍ତା ବଢ଼ିଛି । ହେଲେ ଭତ୍ତା, ରାସନ୍‌ ଯୋଗେଇ ଦେଇ ନେତା ପାଟି ଚୁପ୍‌ କରି ବସି ପଡିଛନ୍ତି । କୁହାଯାଉଛି, ବାଂଲାଦେଶୀ ଭୋଟ୍‌ ହାତରୁ ଖସାଇବାକୁ ଚାହାନ୍ତିନି ନେତା । ସେଥିପାଇଁ ସବୁଠି ଅସମ୍ଭବ ନିରବତା, ସମସ୍ତେ ଚୁପ୍‌ଚାପ୍‌, ଗୁମ୍‌ସୁମ୍‌ ।

ଉପକୂଳ ଜିଲ୍ଲାରେ ଶହଶହ ବାଂଲାଦେଶୀ । ୧୯୭୧ ଯୁଦ୍ଧ ସମୟରୁ ଓଡ଼ିଶାମୁହାଁ ରିଫ୍ୟୁଜି । ତେବେ ଏମାନଙ୍କ ଭିତରୁ ଅନେକଙ୍କ ନାଁରେ ଲୁଟ୍‌ ଓ ଦୁଷ୍କର୍ମ ଭଳି ସଂଗୀନ୍‌ ମାମଲା । ଓଡ଼ିଆ ଝିଅଙ୍କୁ ଫସାଇ କରୁଛନ୍ତି ଲଭ୍‌ ଜିହାଦ । ୧୦ ବର୍ଷରେ ୪୧ ବାଂଲାଦେଶୀଙ୍କ ନାଁରେ ଏପରି ଗୁରୁତର ମାମଲା ବିଫଳ ବ୍ୟବସ୍ଥାର ବିକଳ ଚିତ୍ର ପଦାରେ ପକାଇଛି ।  ସରକାରୀ ତଥ୍ୟ କହୁଛି କେଉଁ ଜିଲ୍ଲାରେ କେତେ?

 ଓଡ଼ିଶାରେ ୩୭୩୮ ବାଂଲାଦେଶୀ

ଭଦ୍ରକରେ ୧୯୯

କେନ୍ଦ୍ରାପଡ଼ାରେ ୧୬୪୯

ଭୁବନେଶ୍ବରରେ ୧୭

ଜଗତସିଂହପୁରରେ ୧୧୧୨

ମାଲକାନଗିରିରେ ୬୫୫

ନବରଙ୍ଗପୁରରେ ୧୦୬ ବାଂଲାଦେଶୀ ରହୁଛନ୍ତି । 

You Might Also Like

ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ଯୁବକଙ୍କୁ ରାସ୍ତାରେ ଗୋଡ଼ାଇଲେ ଦୁର୍ବୃତ୍ତ

ମୌସୁମୀ ପାଇଁ ପଞ୍ଚାୟତ ଉପ ନିର୍ବାଚନକୁ ସ୍ଥଗିତ ରଖିବାକୁ ରାଜ୍ୟ କମିଶନଙ୍କ ବଡ ନିଷ୍ପତ୍ତି

ପ୍ରେମିକାଙ୍କ ଆତ୍ମହତ୍ୟା ବନ୍ଧା ହେବେ ୟୁଟ୍ୟୁବର ଲବ ହାଁସଦା

୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା

ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

TAGGED:#odisha#UTKALA KHABARBangladeshiState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?