Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜିତେଶଙ୍କ ୮୫ ରନ ବଳରେ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଲା ବେଙ୍ଗାଲୁରୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଜିତେଶଙ୍କ ୮୫ ରନ ବଳରେ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଲା ବେଙ୍ଗାଲୁରୁ

utkala khabar
Last updated: May 28, 2025 12:08 pm
utkala khabar
Published May 28, 2025
Share
SHARE

ଆଇପିଏଲ ୨୮/୫ : ଜିତେଶ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ବେଙ୍ଗାଲୁରୁ ନିଜ ଆଇପିଏଲ୍ ଇତିହାସର ସବୁଠୁ ବଡ଼ ଲକ୍ଷ୍ୟ ହାସଲ କରିଛି । ୧୮.୪ ବଲରେ ୪ ୱିକେଟ୍ ହରାଇ ୨୩୦ ରନର୍ କରିଛି ଆରସିବି । ଏହାସହ ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହି କ୍ୱାଲିଫାୟାର-୧ରେ ନିଜ ସ୍ଥାନ ପକ୍କା କରିଛି । ଏବେ କ୍ୱାଲିଫାୟାର-୧ରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

୨୨୮ ରନର୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆରସିବି ପାଇଁ ଦୁଇ ଓପନର ଭଲ ଆରମ୍ଭ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ୬୧ ରନ୍ ପାର୍ଟନରଶିପ୍ ହୋଇଥିଲା । ଫିଲିପ ସଲ୍ଟ ୩୦, ବିରାଟ କୋହଲି ୫୪, ରଜତ ପାଟିଦାର ୧୪ କରି ଆଉଟ୍ ହୋଇଥିଲେ । ତେବେ ମୟଙ୍କ ଅଗ୍ରୱାଲ ଓ ଜିତେଶ ଶର୍ମା ମ୍ୟାଚକୁ ଜିତାଇଥିଲେ । ଅଗ୍ରୱାଲ ୪୧ ଓ ଜିତେଶ ଶର୍ମା ୮୫ ରନ୍ କରି ଅପରାଜିତ ରହିଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଲକ୍ଷ୍ନୌକୁ ୨୫ ରନରେ ପ୍ରଥମ ଝଟକା ଲାଗିଥିଲା । ମାଥ୍ୟୁ ବ୍ରିଟଜ୍‌କେଙ୍କୁ ନୁୱାନ ତୁଷାରା ବୋଲ୍ଡ କରିଥିଲେ । ସେ ୧୪ ରନ୍ କରିବା ପରେ ଆଉଟ ହୋଇଥିଲେ ।

ଏହାପରେ ତୃତୀୟ ନମ୍ବରରେ ଆସିଥିବା ଅଧିନାୟକ ରିଷଭ ପନ୍ତ ପାଳି ସମ୍ଭାଳିଥିଲେ । ସେ ମିଚେଲ୍ ମାର୍ଶଙ୍କ ସହ ଦ୍ୱିତୀୟ ୱିକେଟ ପାଇଁ ୧୫୨ ରନର ଏକ ବିଶାଳ ଭାଗିଦାରୀ କରିଥିଲେ । ମାର୍ଶ ୩୭ ବଲ୍‌ରେ ୪ଟି ଚୌକା ଏବଂ ୫ଟି ଛକା ସହାୟତାରେ ୬୭ ରନ୍ କରି ଆଉଟ୍ ହୋଇଥିଲେ ।

ଅନ୍ୟପଟେ ରିଷଭ ପନ୍ତ ୫୪ ବଲରେ ତାଙ୍କ IPL କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ । ସେ ୬୧ ବଲ୍‌ରେ ୧୧ ଚୌକା ଏବଂ ୮ ଛକା ସହାୟତାରେ ୧୧୮ ରନ୍ କରିବା ସହ ଟିମ ୨୨୭ ରନ୍ କରିଥିଲା ।

ଆରସିବି ପକ୍ଷରୁ ନୁୱାନ ତୁଷାରା, ଭୁବନେଶ୍ୱର କୁମାର ଏବଂ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

You Might Also Like

ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ

ରାଜ୍ୟରେ ଆଗାମୀ ୧୦ ତାରିଖ ଯାଏଁ ବର୍ଷା, ସତର୍କ ସୂଚନା ଜାରି

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

ଦେଶରେ ୨୭ ଶହ କରୋନା ମାମଲା ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୨

TAGGED:#royal challengers bengaluru#UTKALA KHABARIndian Premier League 2025Jitesh SharmaLucknow Super GiantsQualifier 1Sports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?