Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୭ ବର୍ଷ ପରେ ଦୋଷୀ ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ୍ ଦଣ୍ଡାଦେଶ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

୭ ବର୍ଷ ପରେ ଦୋଷୀ ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ୍ ଦଣ୍ଡାଦେଶ

utkala khabar
Last updated: May 28, 2025 1:06 pm
utkala khabar
Published May 28, 2025
Share
SHARE

ପାଟଣାଗଡ ୨୮/୫ : ପଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଦୋଷୀ ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ୍ ଦଣ୍ଡ । ସବୁ ପ୍ରମାଣ ଓ ସାକ୍ଷ୍ୟକୁ ଯାଞ୍ଚ କରିବା ପରେ ଅଭିଯୁକ୍ତ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଦୀର୍ଘ ୭ ବର୍ଷ ପରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପରିବାରକୁ ମିଳିଲା ନ୍ୟାୟ । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ରବୀନ୍ଦଙ୍କ ପୁଅ ସୌମ୍ୟ ଶେଖରଙ୍କ ବିବାହରେ ମୃତ୍ୟୁର ତାଣ୍ଡବ ଘଟାଇଥିଲା ପୁଞ୍ଜିଲାଲ । ତେବେ ୨୦୧୮ରୁ ୨୦୨୫ । ଦୀର୍ଘ ସାତ ବର୍ଷ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ୭ ବର୍ଷ ପରେ ଆସିଛି ରାୟ । ତେବେ କଣ ଥିଲା ପୁରା ଘଟଣାକ୍ରମ ଆସନ୍ତୁ ଜାଣିବା ।

୧୮ ଫେବ୍ରୁଆରୀ ୨୦୧୮ରେ ପାଟଣାଗଡ଼ର ସୌମ୍ୟଶେଖର ସାହୁ ଏବଂ ରିମା ସାହୁଙ୍କ ବିବାହ ହୋଇଥିଲା । ଫେବ୍ରୁଆରୀ ୨୩ରେ ସୌମ୍ୟ-ରିମାଙ୍କ ଘରକୁ ଆସିଥିଲା ପାର୍ସଲ । ବିବାହ ଉପହାର ହୋଇ ପାର୍ସଲ ଆସିଥିଲା ଛତିଶଡ଼ରୁ । ପାର୍ସଲ ଖୋଲିବା ପରେ ହେଲା ବିସ୍ଫୋରଣ । ସୌମ୍ୟ ଶେଖର ଏବଂ ତାଙ୍କ ଜେଜେ ମାଆ ଜେମାମଣିଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ହୋଇଥିଲେ ରିମା ।

ତେବେ ବାହାଘର ୫ ଦିନ ଭିତରେ ରିମାଙ୍କ ସିନ୍ଦୂର ଲିଭିଗଲା । ରିମାଙ୍କ ପରିବାରର ଅନୁରୋଧ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର। ଭାର ସମ୍ଭାଳିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ୨୦୧୮ ଏପ୍ରିଲ୍ ମାସରେ ମୁଖ୍ୟ ଅଭିଯୁକ୍ତକୁ ଧରିଥିଲା କ୍ରାଇମବ୍ରାଞ୍ଚ । ଭୈସାଁର ଜ୍ୟୋତି ବିକାଶ କଲେଜର ଇଂରାଜୀ ଅଧ୍ୟାପକ ଥିଲେ ପୁଞ୍ଜିଲାଲ । କ୍ରାଇମବ୍ରାଞ୍ଚ ସୂଚନା ମୁତାବକ, ପ୍ରତିଶୋଧ ନେବାକୁ ଯାଇ ଷଡ଼ଯନ୍ତ୍ର କରିଥିଲେ ପୁଞ୍ଜିଲାଲ । ପୁଞ୍ଜିଲାଲ ମେହେରଙ୍କ ସ୍ଥାନରେ ଜ୍ୟୋତି ବିକାଶ କଲେଜର ଅଧ୍ୟକ୍ଷ ହୋଇଥିଲେ ସୌମ୍ୟଙ୍କ ମାଆ ସଂଯୁକ୍ତା ସାହୁ । ଏହାକୁ ନେଇ ରାଗ ରଖିଥିଲେ ପୁଞ୍ଜିଲାଲ ।

ପୋଲିସ ସୂଚନା ମୁତାବକ, ୭ ମାସ ଧରି ଅନଲାଇନରେ ବୋମା ତିଆରି କରିବା ଶିଖିବା ସହ ବିସ୍ଫୋରକ ସାମଗ୍ରୀ ଯୋଗାଡ଼ କରିଥିଲେ। ବୋମା ପ୍ରସ୍ତୁତି ପରେ ପୁଞ୍ଜିଲାଲ ରାୟପୁର ଯାଇ ପାର୍ସଲ ପଠାଇଥିଲେ। ୨୦୨୫ ମାର୍ଚ୍ଚ ୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ବୟାନ ରେକର୍ଡ ହୋଇଥିଲା। ୩ ଏପ୍ରିଲରେ ପ୍ରାମାଣିକ ତଥ୍ୟ ନେଇ ପାଟଣାଗଡ଼ ଏଡିଜେ କୋର୍ଟରେ ଶେଷ ହୋଇଥିଲା ଶୁଣାଣି। ଆବେଦନକାରୀଙ୍କ ପକ୍ଷରୁ ୬୨ଟି ପ୍ରାମାଣିକ ତଥ୍ୟ ରଖାଯାଇଥିଲା। ସେପଟେ ପ୍ରତିପକ୍ଷଙ୍କ ତରଫରୁ ପୁଞ୍ଜିଲାଲଙ୍କ ସହ ୩ଟି ସାକ୍ଷ୍ୟ ରଖାଯାଇଥିଲା। ମେ ୯ ରେ ଆବେଦନକାରୀଙ୍କ ତରଫରୁ ଚୂଡ଼ାନ୍ତ ତଥ୍ୟ ରଖାଗଲା । ମେ ୧୪ରେ ପାଟଣାଗଡ଼ ଏଡିଜେ କୋର୍ଟରେ ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ କରି ରଖାଯାଇଥିଲା ।

You Might Also Like

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ବଢ଼ିଲା ଭତ୍ତା , ଜୁନରୁ ମାସିକ ପାଇବେ ୩୫୦୦ ଟଙ୍କା

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ଟି ରାଜ୍ୟ ଗସ୍ତ

ଭାରତରେ ରିଲିଜ୍ ହେବନି ପାକ୍‌ ଅଭିନେତା ଫୱାଦଙ୍କ ଫିଲ୍ମ ‘ଅବୀର ଗୁଲାଲ୍’, ରୋକ୍ ଲଗାଇଲେ କେନ୍ଦ୍ର ସରକାର

ଆଜି ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା

ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଲିଙ୍କ୍ ନେଇ ତନାଘନା କରୁଛି ପୁରୀ ପୁଲିସ

TAGGED:#UTKALA KHABARADJ CourtOdhaPatnagardPunjilal MeherState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?