Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

utkala khabar
Last updated: May 29, 2025 11:31 am
utkala khabar
Published May 29, 2025
Share
SHARE

ରାଜ୍ୟ ୨୯/୫ : ଓଡ଼ିଶାରେ ପହଞ୍ଚିଛି ମୌସୁମୀ । ମୌସୁମୀ ସ୍ପର୍ଶରେ ଗଛଲତା, ଜୀବଜନ୍ତୁ ସବୁ ହସି ଉଠିଛନ୍ତି । ଚାଷୀ ମୁହଁରେ ଆଶା ଓ ସମ୍ଭାବନାର ସ୍ମିତହାସ୍ୟ ଖେଳି ଉଠିଛି । ସମ୍ପୂର୍ଣ୍ଣ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ମୌସୁମୀ ଛୁଇଁଛି । ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତବର୍ଷ ଜୁନ୍‌ ୭ ତାରିଖରେ ମୌସୁମୀ ଓଡ଼ିଶାରେ ପହଞ୍ଚିଥିଲା । ଏଥର ଜୁନ୍‌ ମାସ ଆରମ୍ଭ ହେବା ଆଗରୁ, ବେଶ୍‌ ଆଗୁଆ ରାଜ୍ୟକୁ ଆସିଛି । ଏଥର ମୌସୁମୀ ଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ ବି କରିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅପରାହ୍ନରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ସକ୍ରିୟ ଲଘୁଚାପ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ ରହିଛି । ଲଘୁଚାପ ପ୍ରଭାବରେ ଗୁରୁବାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କେନ୍ଦୁଝର, ଯାଜପୁର, ଜଗତ୍‌ସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ ।

କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ ୪୦ କିମି ବେଗରେ ପବନ ବହିବ ।

୩୦ ତାରିଖରେ ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି । ୩୧, ୧, ୨ ଓ ୩ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

ଢେଙ୍କାନାଳରେ ୪୩ମିମି ବର୍ଷା ହୋଇଛି । ଛତ୍ରପୁରରେ ୩୪, ଖୋର୍ଦ୍ଧାରେ ୨୧, ଦାରିଙ୍ଗିବାଡ଼ିରେ ୧୮, କେନ୍ଦ୍ରାପଡ଼ାରେ ୧୦.୨, ତାଳଚେରରେ ୧୭.୨ ଓ ଭବାନୀପାଟଣାରେ ୧୫.୮ ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ୧୦୨ମିମି ବର୍ଷା ହୋଇଛି । କନ୍ଧମାଳ କୋଟଗଡ଼ରେ ୧୦୦ମିମି, ଯାଜପୁର ବିଞ୍ଝାରପୁରରେ ୯୫, ଭଦ୍ରକ ବାସୁଦେବପୁରରେ ୯୨, କେନ୍ଦ୍ରାପଡ଼ା ଆଳିରେ ୯୦, କନ୍ଧମାଳ କେ ନୂଆଗାଁରେ ୮୬ ମିମି ବର୍ଷା ହୋଇଛି ।

You Might Also Like

ପୁରୀରେ ଜମୁଛି ସାହିଯାତ

ପହଲଗାମରେ ପର୍ଯ୍ୟଟକଙ୍କୁ ବଞ୍ଚାଇ ପ୍ରାଣ ହରାଇଥିବା ବୀର ‘ପୋନିୱାଲା’ ଆଦିଲଙ୍କ କାହାଣୀ ସେୟାର କଲେ ପ୍ରିୟଙ୍କା ଚୋପ୍ରା

ଜମି ବିବାଦରୁ ଦଳିତ ମହିଳାଙ୍କୁ ଉଲଗ୍ନ କରି ଆକ୍ରମଣ, ୪୮ ଘଣ୍ଟା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କଲା ପଞ୍ଜାବ

ପାକିସ୍ତାନରେ ବି ବାଜିବନି ଭାରତୀୟ ଗୀତ

TAGGED:#odisha#UTKALA KHABARHeavy rainfallRain allertState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?