Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମହାପ୍ରଭୁଙ୍କ ଦର୍ଶନ କଲେ ଶିଳ୍ପପତି ଆକାଶ ଅମ୍ବାନୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମହାପ୍ରଭୁଙ୍କ ଦର୍ଶନ କଲେ ଶିଳ୍ପପତି ଆକାଶ ଅମ୍ବାନୀ

utkala khabar
Last updated: May 29, 2025 11:42 am
utkala khabar
Published May 29, 2025
Share
SHARE

ପୁରୀ ୨୯/୫ : ପୁରୀରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଅମ୍ବାନି। ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ ଅଧ୍ୟକ୍ଷ ଆକାଶ ଅମ୍ବାନୀ ବୁଧବାର ବିଳମ୍ବିତ ରାତିରେ ଓଡିଶା ଆସି ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ଶ୍ରୀ ଜଗନ୍ନାଥଙ୍କ ପାଖରେ ପୁଜାର୍ଚ୍ଚନା କରିଛନ୍ତି । ଶ୍ରୀମନ୍ଦିରରେ ଆକାଶ ଅମ୍ବାନି ଜଗା ଦର୍ଶନ କରିବା ସହ ସେବାୟତଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି।

ରାତି ପ୍ରାୟ ୧.୩୦ ସମୟରେ କଡ୍ଡା ସୁରକ୍ଷା ବଳୟ ଭିତରେ ଆକାଶ ଅମ୍ବାନୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଶ୍ରୀମନ୍ଦିରରେ ୨୨ ପାହାଚଠୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରିଥିଲେ । ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସିଂହାରୀ ସେବାୟତ ଜଗନ୍ନାଥ କର ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ ।

ଶ୍ରୀ ମନ୍ଦିର ସେବାୟତ କହିଛନ୍ତି, ଆକାଶ ଅମ୍ବାନୀ ଗତକାଲି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ସମୟ ସ୍ଥିର ହୋଇଥିଲା । ହେଲେ, ତାକୁ ସ୍ଥଗିତ ରଖା ଯାଇଥିଲା । ବିଳମ୍ବରେ ହେଉ ପଛେ ସେ ଜଗନ୍ନାଥଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ଦାନ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲ ମାସରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ତଥା ଆକାଶ ଅମ୍ବାନୀଙ୍କ ସାନ ଭାଇ ଅନନ୍ତ ଅମ୍ବାନୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେ ଶ୍ରୀମନ୍ଦିର ଉଦ୍ଦେଶ୍ୟରେ ୨ କୋଟି ୫୧ ଲକ୍ଷ ଟଙ୍କା ଦାନ କରିଥିଲେ ।

You Might Also Like

ଆତଙ୍କୀ ଭୟ; ସାରା ରାତି ପୁରୀରେ ଚେକିଂ ଏବଂ ବ୍ଲକିଂ

କାହିଁକି ବିଗବି କେବିସି ଛାଡ଼ିବେ ? କିଏ କରିବେ ହୋଷ୍ଟ ?

ରାଜ୍ୟରେ ୪ ଯାଏଁ କାଳବୈଶାଖୀ ବର୍ଷା ! ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପୁଣି ବଢ଼ିଲା ସୁନା ଦର

ଆଜିଠୁ ପୁଣି ୪ ଦିନ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା

TAGGED:#puri#UTKALA KHABARShree Jagannath TempleState newsvisits Odisha
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?