Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

utkala khabar
Last updated: May 29, 2025 1:06 pm
utkala khabar
Published May 29, 2025
Share
SHARE

ୟୁଏସରେ ପହଞ୍ଚିଲା ଚାଇନା କରୋନା ।  କୋଭିଡର ନୂଆ ଭାରିଆଣ୍ଟ NB.1.8.1 ଆମେରିକାରେ ଚିହ୍ନଟ ହୋଇଛି ।  ମାର୍ଚ୍ଚ ଶେଷ ଏବଂ ଏପ୍ରିଲ ଆରମ୍ଭ ମଧ୍ୟରେ ଆମେରିକା ବିମାନବନ୍ଦରରେ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ମଧ୍ୟରେ ଏହା ଚିହ୍ନଟ ହୋଇଥିବା ଜଣାପଡିଛି ।  କୋଭିଡର ଏହି ନୂଆ ଭାରିଆଣ୍ଟ NB.1.8.1 ଅତ୍ୟନ୍ତ ସଂକ୍ରାମକ ଏବଂ ଦୃତ ଗତିରେ ବ୍ୟାପୁଛି ।

ନୂଆ ଭାରଆଣ୍ଟର ଲକ୍ଷଣଗୁଡ଼ିକ ପୂର୍ବ ଭାରିଆଣ୍ଟ ସହ ସମାନ ।  ଅର୍ଥାତ ସଂକ୍ରମିତଙ୍କକୁ କାଶ, ଗଳା ଯନ୍ତ୍ରଣା, ଜ୍ୱର ଏବଂ ଥକ୍କାପଣ ଅନୁଭବ ହୋଇଥାଏ ।  ତଥାପି ପୂର୍ବ ଭାରିଆଣ୍ଟଗୁଡ଼ିକ ଅପେକ୍ଷା ଏହା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଚିନ୍ତା ବଢାଇଛି । ବୟସ୍କ ବ୍ୟକ୍ତି ଅଧିକ ସଂକ୍ରମଣର ଶିକାର ହେଉଥିବା ଜଣାପଡିଛି ।  ବିଶେଷ କରି ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅଧିକ ପ୍ରଭାବିତ ହେଉଛନ୍ତି ।

ଚୀନରେ ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି ।  ସେପଟେ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲାଣି ।  କୋଭିଡ ନେଇ ଆଜି ବସୁଛି ବଡ଼ ବୈଠକ ।  କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀରେ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।  କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ କଣ ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ।  ଏହାସହିତ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ଗାଇଡଲାଇନ୍ ମଧ୍ୟ ନିର୍ଦ୍ଧାରିତ କରାଯିବ ।

You Might Also Like

ଜୀବନରେ ସଫଳତା ଚାହୁଁଛନ୍ତି, ତେବେ ଖାଆନ୍ତୁ ଡ୍ରାଏଫ୍ରୁଟ୍ସ

ସ୍ପେନ ରାଜକୁମାରୀଙ୍କ ଭାଙ୍ଗିଲା ମନ, ପ୍ରେମରେ ହେଲେ ବିଫଳ

ଯୁଦ୍ଧକୁ ନେଇ ଛାନିଆ, ଭୟରେ ସେନା ଚାକିରି ଛାଡ଼ୁଛନ୍ତି ପାକିସ୍ତାନୀ ସୈନ୍ୟ

ସୁଭଦ୍ରା ସର୍ଭେରେ କଲେଜ ଛାତ୍ରୀମାନେ ସାମିଲ ହେବେ

୪୯ ବର୍ଷ ବୟସରେ ଗର୍ଭବତୀ ହେଲେ କି ଅମିଷା ପଟେଲ, ଭିଡିଓ ପୋଷ୍ଟ ହେଲା ଭାଇରାଲ

TAGGED:#UTKALA KHABARCorona virus 2025Covid CasesCovid-19
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?