Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବ୍ରେକଅପ ପରେ ଏହି ଯୁବକଙ୍କ ପ୍ରେମରେ ପଡିଲେ ତାରା ସୁତାରିୟା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ବ୍ରେକଅପ ପରେ ଏହି ଯୁବକଙ୍କ ପ୍ରେମରେ ପଡିଲେ ତାରା ସୁତାରିୟା

utkala khabar
Last updated: May 30, 2025 12:25 pm
utkala khabar
Published May 30, 2025
Share
SHARE

ବଲିଉଡ ଅଭିନେତ୍ରୀ ତାରା ସୁତାରିୟା। ଷ୍ଟୁଡେଣ୍ଟ ଅଫ ଦ ଇୟର-୨ ଜରିଆରେ ସିଲଭର ସ୍କ୍ରିନରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ଜଣଙ୍କ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ଆଦର ଜୈନଙ୍କ ସହ ରିଲେସନସିପରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ରେକ ଅପ ହୋଇଥିଲା। ବ୍ରେକ ଅପ ପରେ ଆଦର ବିବାହ କରିଥିବା ବେଳେ ତାରା ବର୍ତ୍ତମାନ ଆଉ ଜଣେ ଯୁବକଙ୍କ ସହ ନଜର ଆସିଛନ୍ତି।

ନିକଟରେ ତାରା ଏକ ହୋଟେଲରେ ଏହି ଯୁବକଙ୍କ ସହିତ ନଜର ଆସିଥିଲେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଯୁବକ ଜଣଙ୍କ ହେଉଛନ୍ତି ବୀର ପାହାଡିୟା। ବୀର ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି। ବୀର ଭେଡିୟା ଫିଲ୍ମରେ ଆସିଷ୍ଟାଣ୍ଟ ଡିରେକ୍ଟର ରହିଥିବା ବେଳେ ୨୦୨୫ର ଅକ୍ଷୟ କୁମାରଙ୍କ ଫିଲ୍ମ ସ୍କାଏ ଫୋର୍ସ ଜରିଆରେ ସେ ଡେବ୍ୟୁ କରିଥିଲେ।

କଟରେ ଉଭୟ ଏକ ରେଷ୍ଟୁରାଣ୍ଟରେ ଏକତ୍ର ଖାଉଥିଲେ। ଏହା ପରେ ତାରା ନିଜ ସାଙ୍ଗ ମାନଙ୍କ ସହିତ ପଳାଇଥିବା ବେଳେ ବୀର ପାପାରାଜିଙ୍କୁ ଫଟୋ ଦେଇଥିଲେ। ଏହା ପୂର୍ବରୁ ମାର୍ଚ୍ଚ ମାସରେ ଉଭୟ ଏକତ୍ର ଲାକମି ଫ୍ୟାସନ ୱିକରେ ରାମ୍ପରେ ଚାଲୁଥିବାର ନଜର ଆସିଥିଲେ। ବ୍ରେକ ଅପ ପରେ ତାରା ଓ ବୀରଙ୍କ ପ୍ରେମ କାହାଣୀ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ହେଉଛି।

ରିପୋର୍ଟ ଅନୁଯାୟୀ, ତାରା ଏବଂ ଆଦର ପ୍ରଥମେ ୨୦୧୮ ମସିହାରେ ଏକ ଦୀପାବଳି ପାର୍ଟିରେ ପରସ୍ପରକୁ ଭେଟିଥିଲେ। ସେମାନେ ପ୍ରାୟ ୪ ବର୍ଷ ଧରି ଏକାଠି ରହିବା ପରେ ୨୦୨୩ ଆରମ୍ଭରୁ ଉଭୟଙ୍କ ବ୍ରେକ ଅପ ହୋଇଥିଲା।

You Might Also Like

ଜାମୁକୋଳି ଖାଇଲେ ଅନେକ ଫାଇଦା ମିଳିଥାଏ

ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ୧୧.୨୫% ସଂରକ୍ଷଣ

ବିରାଟଙ୍କ ସହ ବିବାଦ ମଧ୍ୟରେ ରାହୁଲଙ୍କୁ ଅନ୍‌ଫଲୋ କଲେ ଚହଲ-ପାଣ୍ଡ୍ୟା

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

ଆଇପିଏଲରେ ପ୍ରଥମ ଥର ରେକର୍ଡ ହାସଲ କଲେ ଶ୍ରେୟସ ଆୟର

TAGGED:#entertainment news#UTKALA KHABARBollywood ActressDating New BoyfriendTara Sutaria
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?