ମେଷ – କୌଣସି ସ୍ଥାନରେ ପରାଜୟ ହାସଲ କରି ପାରନ୍ତି । ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରନ୍ତୁ । ମନ ସାମାନ୍ୟ ଅଶାନ୍ତ ରହିବ ।
ବୃଷ -ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ବ୍ୟାପାର ରେ ଅଧିକ ଲାଭ ଯୋଗ ରହିଛି ।ପୁରୁଣା ଋଣ କୁ ଆଜି ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ ।
ମିଥୁନ – ଦୁଶ୍ଚିନ୍ତା ଗ୍ରସ୍ତ ହୋଇ ରହିବେ । ଆର୍ଥିକ ବ୍ୟୟ ହେବ । ବହୁ ପରିଶ୍ରମରେ ଅଳ୍ପ ଲାଭ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖା ଯିବ । ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ ।
କର୍କଟ – ଶ୍ରୀ ଚନ୍ଦ୍ର ହେତୁ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ଦିନଟି ଖୁସିରେ କଟିବ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ । ଚାକିରିରେ ଚାପ ବୃଦ୍ଧି ପାଇ ପାରେ | ଲାଗିଥିବା ସମସ୍ୟାର ସମାଧାନ ହେବ ।
ସିଂହ – ପଥରୋଧ ହେବାର ସମ୍ଭାବନା ରହିଛି । ଅନାବଶ୍ୟକ ବ୍ୟୟ ରେ ପଡ଼ି ପାରନ୍ତି । ବ୍ୟବସାୟ ରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଚିନ୍ତାରେ ରହିବେ ।
କନ୍ୟା – ମନ ପ୍ରସନ୍ନ ରହିବା ସହ ଅର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ଅଯଥା କଳହ କରନ୍ତୁ ନାହିଁ । ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ । ବ୍ୟବସାୟ ପାଇଁ ଦିନଟି ଭଲ ରହିଛି ।
ତୁଳା – କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ । କର୍ମ କ୍ଷେତ୍ର ରେ ପଦୋନ୍ନତି ହୋଇ ପାରେ । ଲାଗି ରହିଥିବା ବିବାଦର ସମାଧାନ ହେବ । ଦର୍ଶନୀୟ ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି ।ଯାତ୍ରା ଶୁଭ ହେବ ।
ବିଛା – ମନରେ ବିଷାଦ ସୃଷ୍ଟି ହୋଇ ପାରେ । ଈଶ୍ୱର ବିଶ୍ୱାସୀ ହେବେ । ମନ୍ଦିରକୁ ଦେବ ଦର୍ଶନ ନିମନ୍ତେ ଯାତ୍ରା କରିବେ । କିଛି ପୁରୁଣା ସମସ୍ୟା କୁ ନେଇ ଚିନ୍ତା ରେ ରହି ପାରନ୍ତି । ବ୍ୟବସାୟ ମଧ୍ୟମ ହେବ।
ଧନୁ – ପେଟ ଜନିତ ସମସ୍ୟା ଦେଖା ଦେବ । ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା ହୋଇ ପାରେ । ଆର୍ଥିକ ବ୍ୟୟ ହେବ । ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନ ଅସୁବିଧାରେ ପଡ଼ିବ ।
ମକର – ଭୋଗ ବିଳାସ ରେ ଦିନଟି କଟିବ ।ସର୍ବ କାର୍ଯ୍ୟ ସିଦ୍ଧି ହେବ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ ।
କୁମ୍ଭ – ଦୁଃସାହସିକ ପଦକ୍ଷେପ ନେବେ । ବ୍ୟବସାୟରେ ଲାଭ ହେବ । ମନ ପ୍ରଫୁଲ୍ଲ ରହିବ ।ବନ୍ଧୁ ମାନଙ୍କ ସହ ଆଜି କିଛି ଅନ୍ତରଙ୍ଗ ମୁହୂର୍ତ୍ତ କାଟିବେ ।
ମୀନ – ଆତ୍ମ ସଞ୍ଜମ ହୋଇ କାର୍ଯ୍ୟ କରନ୍ତୁ । ଆର୍ଥିକ ଚିନ୍ତା ବୃଦ୍ଧି ପାଇବ । ଶତ୍ରୁ ଭୟ ରହିବ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ ।