Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବୈଭବ ସୂର୍ଯ୍ୟବଂଶୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବୈଭବ ସୂର୍ଯ୍ୟବଂଶୀ

utkala khabar
Last updated: May 31, 2025 11:36 am
utkala khabar
Published May 31, 2025
Share
SHARE

ଆଇପିଏଲ-୨0୨୫ ଇତିହାସ ରଚିଥିବା ଚର୍ଚ୍ଚିତ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ। ପରିବାର ସହ ବିହାରର ପାଟନା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବୈଭବ । ଆଇପିଏଲରେ ବୈଭବଙ୍କ ଚମତ୍କାର ପ୍ରଦର୍ଶନ ପରେ ଟ୍ବିଟ କରି ତାଙ୍କୁ ଶଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ପୂରା ଦେଶ ବୈଭବଙ୍କ କ୍ରିକେଟିଂ ସ୍କିଲ ଉପରେ ଗର୍ବ କରେ ବୋଲି ଲେଖିଥିଲେ ମୋଦି ।ପାଟନା ଏୟାରପୋର୍ଟରେ ବୈଭବଙ୍କୁ ସାକ୍ଷାତ କରିବା ପରେ ମୋଦି ଟ୍ବିଟ୍ କରି କହିଛନ୍ତି, ପାଟନା ଏୟାରପୋର୍ଟରେ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାର ସହିତ ସାକ୍ଷାତ ହୋଇଥିଲା । ବୈଭବଙ୍କ ଭବିଷ୍ୟତ ପାଇଁ ଶୁଭକାମନା ।’

ଚଳିତ ଆଇପିଏଲରେ ସର୍ବକନିଷ୍ଠ ଖେଳାଳି ଭାବେ ୧୪ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ ବୈଭବ । ଆଇପିଏଲ୍ ନିଲାମରେ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଥିଲା । ସେତେବେଳକୁ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା । ଆଇପିଏଲରେ ନିଲାମ ହେବାରେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ ବୈଭବ ।

ବିହାରରେ ୨୦୧୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ବୈଭବ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ୩୫ ବଲ୍ ରେ ୧୧ ଛକା ଓ ୭ ଚୌକା ସହ ୧୦୧ ରନ୍ କରିଥିଲେ ବୈଭବ । ଟ୍ୱି -୨0 ରେ ଶତକ କରିବାରେ ବୈଭବ ବିଶ୍ବର ସର୍ବକନିଷ୍ଠ ଖେଳାଳି । କ୍ରିସ୍ ଗେଲଙ୍କ ପରେ IPLରେ ଦ୍ବିତୀୟ ଦ୍ରୁତତମ ଶତକ ରେକର୍ଡ କରିଛନ୍ତି ସୂର୍ଯ୍ୟବଂଶୀ ।

 

You Might Also Like

ଆର୍ଥିକ ସହାୟତା ଘୋଷଣା କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଆଜିଠାରୁ ଆରମ୍ଭ ହେବ ଆଇପିଏଲ

କୋହଲି ଓ ସଲ୍ଟଙ୍କ ଅର୍ଦ୍ଧଶତକ ବଳରେ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ

ପ୍ରଥମ ସୁପର ଓଭରରେ ବାଜି ମାରିଲା ଦିଲ୍ଲୀ, ରାଜସ୍ଥାନର ପଞ୍ଚମ ପରାଜୟ

ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଘଟିଲା ଅନ୍ତ, ଟ୍ରଫି ଜିତିଲା ଆରସିବି ‘ଇ ସାଲା କପ୍ ନାମଡୁ’

TAGGED:#india14-year-oldCricketIndian Premier League 2025MetNarendra ModiPatna AirportPrime MinisterRajasthan RoyalsStandout performanceVaibhav Suryavanshi
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?