ମେଷ– ଦିନଟି ବହୁତ ଭଲ ରହିଛି। ଅନ୍ୟକୁ ସାହାଯ୍ୟ କରିବେ। କିଛି ଜରୁରୀ କାର୍ଯ୍ୟ ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି।
ବୃଷ– ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ବାଦବିବାଦ ଲାଗିପାରେ ମନୋବଳ ହ୍ରାସ ପାଇବ। କର୍ମ କ୍ଷେତ୍ରରେ ପ୍ରତିବନ୍ଧକର ଯୋଗ ରହିଛି।
ମିଥୁନ– କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକିଥିବା କାର୍ଯ୍ୟର ପୁନରାରମ୍ଭ କରିବେ। ଛାତ୍ରଛାତ୍ରୀ ମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ।
କର୍କଟ– ରାଶିର ଘାତ ଚନ୍ଦ୍ର। ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। କୁଚିନ୍ତା ମନରୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ।
ସିଂହ– ଭାଗ୍ୟ ଆପଣଙ୍କ ସାଥ ଦେବ। ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି। ବୈବାହିକ ସମ୍ପର୍କରେ ମନୋମାଳିନ୍ୟ ଦେଖିବାକୁ ମିଳିପାରେ।
କନ୍ୟା– କିଛି ମାନସିକ ସମସ୍ୟା ଦେଖା ଦେଇପାରେ। ମନୋବଳ ଦୃଢ଼ ରହିବେ। କାର୍ଯ୍ୟରେ ସଫଳତା ଡେରିରେ ମିଳିବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ।
ତୁଳା– ଉଦାର ମନୋଭାବ ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।
ବିଛା– ବିରୋଧୀମାନେ ହଇରାଣ କରିବାକୁ ପ୍ରୟାସ କରିବେ। ଏକାଧିକ କାର୍ଯ୍ୟ ହାତକୁ ନେଇ ବିବ୍ରତ ହେବେ। କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ ନହେଲେ ବିବାଦକୁ ଆସିବେ।
ଧନୁ– ଇଚ୍ଛା କରିଥିବା ଜିନିଷକୁ ପ୍ରାପ୍ତ କରିପାରନ୍ତି। କର୍ମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ପୂଜାରେ ମନୋନିବେଶ କରିବେ। ମନ ଧ୍ୟାନ ଦେଇ କାର୍ଯ୍ୟ କଲେ ନିଶ୍ଚିନ୍ତ ସଫଳତା ମିଳିବ।
ମକର– ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ। କର୍ମ କ୍ଷେତ୍ରରେ ଚାପ ସୃଷ୍ଟି ହେବ। ବ୍ୟବସାୟରେ ହାନି ହେବାର ସମ୍ଭାବନା ରହିଛି। କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ।
କୁମ୍ଭ– ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିପାରନ୍ତି। ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି।
ମୀନ– ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ। ଖାଦ୍ୟପେୟରେ ଅନିୟମିତତା ହେତୁ ସ୍ବାସ୍ଥ୍ୟ ହାନି ହେବ। ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେବ।