ରାଜନଗର ବ୍ଲକ ତାଳଚୁଆ ଠାରେ ଧର୍ମ ଜାଗରଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଧର୍ମ ଜାଗରଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଧର୍ମ ଜାଗରଣ ସମିତିର ଜିଲ୍ଲା ପ୍ରମୁଖ ରାଜେନ୍ଦ୍ର ଗିରିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ଦାସ, ପିଣ୍ଟୁ ମହାରଣା ଯୋଗ ଦେଇଥିଲେ । ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କୁ ସଂଗଠିତ କରି ରଖିବା ସହ ଅରାଷ୍ଟ୍ରୀୟ ଶକ୍ତି ଓ ଧର୍ମାନ୍ତରିକରଣ ବୁଦ୍ଧି ପାଇଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ପ୍ରତି ଗ୍ରାମରେ ସମିତି ଗଠନ କରିବା ସହ ବାହାରୁ ଆସୁଥିବା ଲୋକମାନଙ୍କ ଗତିବିଧି ସମ୍ପର୍କରେ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ପ୍ରଶାସନକୁ ଖବର ଦେବା ଓ ବିଶେଷକରି ଏହି ବ୍ଲକର ତାଳଚୁଆ ଅଞ୍ଚଳରେ ଧର୍ମାନ୍ତୀକରଣ ସାଙ୍ଗକୁ ବାଂଲାଦେଶୀ ଅନୁପ୍ରବେଶ ଆଶଙ୍କା ଥିବାରୁ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ପାହାଡିଙ୍କୁ ତାଳଚୁଆ କେନ୍ଦ୍ର ପ୍ରମୁଖ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ପାତ୍ର, ଜହରଲାଲ ମଣ୍ଡଳ, ଶିବ ସେଠି, ଭାଗବତ ଦଳାଇ, କମଳ ସାହୁ, ଭବେଶ ଭୂଇଁ, ଭାଗୀରଥି ଦଳାଇ, ଭାସ୍କର ମଣ୍ଡଳ, ବଳରାମ ଦେବନାଥ, ଶୁଭେନ୍ଦ୍ର ଜେନା, ଲାଲୁ ମଣ୍ଡଳ, ଶିବ ମଣ୍ଡଳ, ଭାନୁ ବେରା, ହୀରାଲାଲ ମଣ୍ଡଳ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଯୋଗ ଦେଇଥିଲେ ।