Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ଲଞ୍ଚ ହେବ ଆକ୍ସିଅମ୍-୪ ମିଶନ: ISSକୁ ଯାତ୍ରା କରିବେ ଶୁଭାଂଶୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଆଜି ଲଞ୍ଚ ହେବ ଆକ୍ସିଅମ୍-୪ ମିଶନ: ISSକୁ ଯାତ୍ରା କରିବେ ଶୁଭାଂଶୁ

utkala khabar
Last updated: June 11, 2025 12:09 pm
utkala khabar
Published June 11, 2025
Share
SHARE

ଆଜି ଲଞ୍ଚ ହେଉଛି ଆକ୍ସିଅମ୍-୪ ମିଶନ। ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଆକ୍ସିଅମ୍-୪ ମିଶନ ଲଞ୍ଚ ହେବା ନେଇ ସ୍ଥିର କରାଯାଇଛି। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସନ୍ଧ୍ୟାରେ ଏହାକୁ ହେବାକୁ ଥିବାବେଳେ ପ୍ରତିକୂଳ ପାଗ ପାଇଁ ମିଶନ ଘୁଂଚାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ବିଭିନ୍ନ କାରଣରୁ ଏହି ମିଶନକୁ ୩ ଥର ସ୍ଥଗିତ ରଖାଗଲାଣି।ମିଶନରେ ଭାରତୀୟ ମହାକାଶଚାରୀ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ। ଶୁଭାଂଶୁଙ୍କ ସମେତ ୪ ଜଣ ମହାକାଶକୁ ଉଡ଼ାଣ ଭରିବେ।

ଆକ୍ସିଅମ୍-୪ ପାଇଁ ମିଶନ୍ ପାଇଲଟ୍ ଭାବେ ଗୁରୁଦାୟିତ୍ବ ତୁଲାଇବେ ଏହି ଭାରତୀୟ ବାୟୁସେନା ଅଧିକାରୀ। ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସେ ମହାକାଶକୁ ଯାଉଥିବା ବେଳେ, ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ। ସେଠାରେ ଶୁଭାଂଶୁ ୧୪ ଦିନ ରହିବେ।

ମହାକାଶକୁ ଯିବା ପୂର୍ବରୁ ଏବେ କ୍ବାରେଣ୍ଟିନରେ ଅଛନ୍ତି ଶୁଭାଂଶୁ। ମେ ୨୫ ତାରିଖରୁ କେନେଡି ସ୍ପେସ ସେଣ୍ଟରରେ କ୍ବାରେଣ୍ଟିନରେ ଅଛନ୍ତି। ମହାକାଶକୁ ଯିବା ପୂର୍ବରୁ କୌଣସି ସଂକ୍ରାମକ ରୋଗରେ ସଂକ୍ରମିତ ନ ହେବା ଓ ରୋଗ ମୁକ୍ତ ହେବା ପାଇଁ ସ୍ବାସ୍ଥ୍ୟ ପରୀକ୍ଷାର ଏହା ଏକ ପ୍ରୋଟୋକଲ। କାରଣ ମହାକାଶକୁ ଯିବା ପରେ ସଂକ୍ରାମକ ରୋଗ ବ୍ୟାପିଲେ ମହାକାଶଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ବିପଦରେ ପକାଇପାରେ।ଏହି ସମୟ ମଧ୍ୟରେ ମହାକାଶଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ପରିଷ୍କାର ପରିଚ୍ଛନତା ଅବଲମ୍ବନ କରିବା ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଏ। ଏହା ସହ ବାହାର ଲୋକଙ୍କୁ ଭେଟିବାରେ କଟକଣା ଲଗା ଯାଇଥାଏ।

 

You Might Also Like

୨୪ ଟଙ୍କା କମିଲା LPG ସିଲିଣ୍ଡର ଦାମ୍

ପହଲଗାମ ପ୍ରତିଶୋଧ ପରେ ମୁଖ୍ୟମନ୍ତ୍ରୀ ମୋହନଙ୍କ ପ୍ରତିକ୍ରିୟା

ଆଜିର ରାଶିଫଳ ଜାଣନ୍ତୁ

ଆମ ବସରେ ଯାଉଥିଲେ ସାବଧାନ, ଲୁଟ ବେଳେ ୭ ଲୁଟେରାଙ୍କୁ କାବୁ କଲେ ବସ କର୍ମଚାରୀ

ଅତ୍ୟଧିକ ଲିଚୁ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

TAGGED:#launched#UTKALA KHABARAxiom-4 mission
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?