Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଲାଗୁ ହେବ ନୂଆ ଟାକ୍ସ ପଲିସି, ଟିକସଦାତାଙ୍କୁ ମିଳିବ ଅତିରିକ୍ତ ଲାଭ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଲାଗୁ ହେବ ନୂଆ ଟାକ୍ସ ପଲିସି, ଟିକସଦାତାଙ୍କୁ ମିଳିବ ଅତିରିକ୍ତ ଲାଭ

utkala khabar
Last updated: April 1, 2025 1:19 pm
utkala khabar
Published April 1, 2025
Share
SHARE

ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି । ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର । ତେବେ ଯୋଜନାଗୁଡ଼ିକର ଫାଇଦା କେବେ ମିଳିବ ତାହା ଯୋଜନାର ପ୍ରକାର ଏବଂ ଲାଗୁ କରିବାର ପ୍ରକ୍ରିୟା ଉପରେ ନିର୍ଭର କରିବ ।

କିନ୍ତୁ ଆୟକର ଛାଡ଼ ଏବଂ ସବ୍‌ସିଡି ଭଳି ଫାଇଦା ଏପ୍ରିଲ ୧ରୁ ଲାଗୁ ହୋଇଯିବ କାରଣ ଏହା ଆର୍ଥିକ ବର୍ଷ ସହ ଜଡ଼ିତ ଥାଏ । ସେହିଭଳି ଭିତ୍ତିଭୂମି ଏବଂ ବିକାଶ ପରିଯୋଜନା, ସାମାଜିକ କଲ୍ୟାଣ ଯୋଜନାର ଫାଇଦା ମିଳିବାରେ ସମୟ ଗିବ କାରଣ ଏହା ଉପରେ କାର୍ଯ୍ୟ କରିବାର ଏକ ଲମ୍ବା ପ୍ରକ୍ରିୟା ଥାଏ ।

ନୂଆ ଟିକସ ବ୍ୟବସ୍ଥା ଅଧୀନରେ ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ବେତନଭୋଗୀଙ୍କ ପାଇଁ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଶିଲେ ଏହି ଛାଡ଼ ରାଶି ୧୨.୭୫ ଲକ୍ଷ ଟଙ୍କା ହୋଇଯିବ । ନୂଆ ଟିକସ ବ୍ୟବସ୍ଥାରେ ୨୦ରୁ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ୨୫%ର ଏକ ନୂଆ ଟିକସ ସ୍ଲାବ୍‌କୁ ବି ସାମିଲ କରାଯାଇଛି ।

ଯାହା ସାଧାରଣ ଲୋକଟିଏ ଜାଣିବା ନିହାତି ଦରକାର । ୟୁପିଆଇ ନିୟମରେ ପରିବର୍ତ୍ତନ ସହ, ରନ୍ଧନ ଗ୍ୟାସ୍‌ ଦର କମିଛି । ଏହାସହ ଘର ମାଲିକ ଓ ବରିଷ୍ଠ ନାଗରିକଙ୍କୁ ମିଳିବ ଆଶ୍ୱସ୍ତି । ଏପ୍ରିଲ ୧ରୁ କଣ ସବୁ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା ।

You Might Also Like

ଦମଦାର ଲୁକ ସହ ଲଞ୍ଚ ହେଲା Lamborghini କାର

୧୦ ବର୍ଷ ପରେ ପ୍ରଥମ ଥର ପାଇଁ ପରିବର୍ତ୍ତନ ହେଲା Googleର ନୂଆ ଲୋଗୋ

ଅକ୍ଷୟ ତୃତୀୟାରେ କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେଉଁଠି କେତେ ଅଛି ଦର ?

୬୦୦ କର୍ମଚାରୀଙ୍କୁ ଛଟେଇ କଲା ଜମାଟୋ, ବିନା ନୋଟିସ୍‌ରେ ବିଦା କରିବାରୁ କର୍ମଚାରୀ ଅସନ୍ତୋଷ

୧୦ ବର୍ଷର ପିଲା ଅପରେଟ୍ କରିପାରିବେ ନିଜର ବ୍ୟାଙ୍କ ଆକାଉଣ୍ଟ

TAGGED:#gst#new tax rates#tax#upi
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?