Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଲଞ୍ଚ ହେଲା ରୟାଲ ଏନଫିଲ୍ଡ ହଣ୍ଟର 350
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଲଞ୍ଚ ହେଲା ରୟାଲ ଏନଫିଲ୍ଡ ହଣ୍ଟର 350

utkala khabar
Last updated: April 28, 2025 11:43 am
utkala khabar
Published April 28, 2025
Share
SHARE

ବାଇକ୍ ପ୍ରେମୀଙ୍କ ପ୍ରଥମ ପସନ୍ଦ ରୟାଲ ଏନଫିଲ୍ଡ, ଏହା ତ ସମସ୍ତେ ଜାଣନ୍ତି । ରୟାଲ ଏନଫିଲ୍ଡର କୌଣସି ବାଇକ୍ ଲଞ୍ଚ ହେଲେ ବାଇକ୍ ପ୍ରେମୀଙ୍କ ମନରେ ଖୁସି ଖେଳି ଯାଇଛି । ନୂଆ ମଡେଲକୁ ନେଇ ସମସ୍ତଙ୍କ ମନରେ କୌତୁହଳ ଦେଖାଯାଏ । ତେବେ ବାଇକ୍ ପ୍ରେମୀଙ୍କ ଆଗ୍ରହକୁ ଦେଖି ରୟାଲ ଏନଫିଲ୍ଡ ସବୁଠାରୁ ଶସ୍ତା ମଡେଲ୍ ଲଞ୍ଚ କରିଛି । ଯେଉଁଥିରେ ୩୫୦ccର ଇଞ୍ଜିନ୍ ଅଛି, ଯାହା ୨୦ HP ପାୱାର ଏବଂ ୨୭ Nm ପିକ୍ ଟର୍କ ଜେନେରେଟ୍ କରେ । ଦର୍ଶକ ବନ୍ଧୁ ରୟାଲ ଏନଫିଲ୍ଡର ସବୁଠାରୁ ଲୋକପ୍ରିୟ ବାଇକ କ୍ଲାସିକ୍ 350 ର ଟେନସନ୍ ବଢ଼ାଇବ ନୂଆ ଲଞ୍ଚ ହୋଇଥିବା ଏହି ବାଇକ । କାରଣ ଉଭୟ ବାଇକର ଦାମରେ ବେଶୀ ଫରକ ନାହିଁ । ଦୁଇ ବାଇକର ଇଞ୍ଜିନ ପ୍ରାୟ ସମାନ ।

ରୟାଲ ଏନଫିଲ୍ଡ ନିଜର ହଣ୍ଟର 350 ର ଅପଡେଟେଡ୍ ଭର୍ସନ ଲଞ୍ଚ କରିଛି । ପ୍ରଥମ ଥର ପାଇଁ କମ୍ପାନୀ ଏହାକୁ ଅଗଷ୍ଟ ୨୦୨୨ରେ ଲଞ୍ଚ କରିଥିଲା । ସାରା ବିଶ୍ୱରେ ଏହାର ୫ ଲକ୍ଷ ୟୁନିଟ୍ ବିକ୍ରି ହୋଇସାରିଛି, ଯାହା ପରେ କମ୍ପାନୀ ଏହାର ଅପଡେଟ୍ ମଡେଲକୁ ମାର୍କେଟରେ ଲଞ୍ଚ କରିଛି । କମ୍ପାନୀ କହିଛି ଯେ ପ୍ରତି ୬ ମାସରେ ରୟାଲ୍ ଏନଫିଲ୍ଡ ହଣ୍ଟର 350ର ୧ ଲକ୍ଷ ୟୁନିଟ୍ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି । ତେବେ ଏଥିରେ କ’ଣ ଖାସ୍ ଅଛି ଆସନ୍ତୁ ଜାଣିବା ।

ପୂର୍ବ ହଣ୍ଟରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏହି ବାଇକ୍ ୩ଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ବେସ୍ ଭାରିଆଣ୍ଟର ଏକ୍ସ-ସୋରୁମ୍ ଦାମ୍ ୧.୪୯ ଲକ୍ଷ ଟଙ୍କା । ଯେତେବେଳେ କି ଅନ୍ୟ ଭାରିଆଣ୍ଟର ଦାମ୍ ୧.୭୬ ଲକ୍ଷ ଏବଂ ୧.୮୧ ଲକ୍ଷ ଟଙ୍କା ରହିଛି । ଏହାର 350cc ଇଞ୍ଜିନ ସିଙ୍ଗଲ୍ ସିଲିଣ୍ଡର ହେବ । ଏଥିରେ ଏୟାର-କୁଲ୍ଡ ଏବଂ ଅଏଲ-କୁଲ୍ଡ ଇଞ୍ଜିନ ରହିଛି, ଯାହା ୫ -ସ୍ପିଡ୍ ଗିଅରବକ୍ସ ସହିତ ଆସିବ ।

ରୟାଲ ଏନଫିଲ୍ଡ ହଣ୍ଟର 350 ର ୨୦୨୫ ମଡେଲ ୩ ଟି ନୂଆ କଲରରେ ଲଞ୍ଚ କରାଯାଇଛି । ଏହି ବାଇକ ରିଓ ହ୍ୱାଇଟ୍, ଲଣ୍ଡନ ରେଡ୍ ଏବଂ ଟୋକିଓ ବ୍ଲାକ୍ କଲରରେ ଆସିବ। କିନ୍ତୁ କେବଳ ଫ୍ୟାକ୍ଟ୍ରି ବ୍ଲାକ୍ କଲର ବେସ୍ ଭାରିଆଣ୍ଟରେ ଉପଲବ୍ଧ ହେବ ଯାହାର ମୂଲ୍ୟ ୧.୪୯ ଲକ୍ଷ ଟଙ୍କା । ୧.୭୬ ଲକ୍ଷ ଟଙ୍କା ମୂଲ୍ୟର ଭାରିଆଣ୍ଟଟି ରିଓ ହ୍ୱାଇଟ୍ ଏବଂ ଡ୍ୟାପର୍ ଗ୍ରେ କଲରରେ ଆସିବ । ଅନ୍ୟପଟେ ଏହାର ଟପ୍ ମଡେଲ୍‌ ଟୋକିଓ ବ୍ଲାକ୍, ଲଣ୍ଡନ୍ ରେଡ୍ ଏବଂ ରେବେଲ୍ ବ୍ଲୁ କଲରରେ ଆସିବ।

ନୂଆ ରୟାଲ ଏନଫିଲ୍ଡ ହଣ୍ଟର 350 ରେ, ଆପଣ ଏକ ନୂଆ  LED ହେଡଲାଇଟ୍, ୨୭ ୱାଟ୍ ର ଟାଇପ୍-ସି ଫାଷ୍ଟ ଚାର୍ଜର, ସ୍ଲିପ୍ ଏବଂ ଆସିଷ୍ଟ କ୍ଲଚ୍ ମଧ୍ୟ ପାଇବେ । ଏହି କାରଣରୁ ହିଁ, ଏହା ରୟାଲ ଏନଫିଲ୍ଡର ପ୍ରଥମ ବାଇକ୍ ହେବ, ଯେଉଁଥିରେ ସ୍ଲିପ୍ ଏବଂ ଆସିଷ୍ଟ କ୍ଲଚ୍ ରହିବ ।

ବାଇକ୍‌ ର ବ୍ୟାକ୍ ସାଇଡରେ ନୂଆ  ସସପେନସନ୍ ମଧ୍ୟ ଲଗାଯାଇଛି । ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ସ୍ମୁଥ୍ ଏବଂ ଆରାମଦାୟକ ହେବ । ବାଇକ୍‌ ର ସିଟ୍‌ ର ଫୋମ୍‌କୁ ପୂର୍ବ ଅପେକ୍ଷା ସୁନ୍ଦର କରାଯାଇଛି ଏବଂ ହ୍ୟାଣ୍ଡେଲ୍‌କୁ ଆରାମଦାୟକ କରାଯାଇଛି । ଏହି ବାଇକ୍‌ର ଗ୍ରାଉଣ୍ଡ କ୍ଲିୟରାନ୍ସ ଏହାର ପୂର୍ବ ମଡେଲ ଅପେକ୍ଷା ଟିକେ ଅଧିକ ରହିଛି ।

You Might Also Like

ଆଇପିଏଲରେ ପ୍ରଥମ ଥର ରେକର୍ଡ ହାସଲ କଲେ ଶ୍ରେୟସ ଆୟର

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ

ଆଜି ହେଉଛି ଏପ୍ରିଲ ୧୩ ତାରିଖ, କେମିତି କଟିବ ଆପଣଙ୍କ ଦିନ

TAGGED:#launched#UTKALA KHABARBusiness newsRoyal enfield hunter 350
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?