Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସମ୍ପୂର୍ଣ୍ଣ ଦେଶରେ ନୂଆ ଟୋଲ୍ ପଲିସି ଲାଗୁ ହେବାକୁ ଯାଉଛି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ସମ୍ପୂର୍ଣ୍ଣ ଦେଶରେ ନୂଆ ଟୋଲ୍ ପଲିସି ଲାଗୁ ହେବାକୁ ଯାଉଛି

utkala khabar
Last updated: April 19, 2025 12:19 pm
utkala khabar
Published April 19, 2025
Share
SHARE

ଭାରତ ୧୯/୪ : ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ଼ କଥା ପ୍ରକାଶ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ନୀତିନ ଗଡକରୀ କହିଛନ୍ତି ଯେ ‘ସମ୍ପୂର୍ଣ୍ଣ ଦେଶରେ ନୂଆ ଟୋଲ୍ ପଲିସି ଲାଗୁ ହେବାକୁ ଯାଉଛି ।’ ଏହାକୁ ଆଗାମୀ ୧୦ ରୁ ୧୫ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯାଇପାରିବ । କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ‘ଆଗାମୀ ସମୟରେ ପୁରା ଦେଶର ସମସ୍ତ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ’ ।

ଏଥି ସହ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସୋମବାର, ଏପ୍ରିଲ୍ ୧୪, ୨୦୨୫ରେ ଏକ ଇଭେଣ୍ଟରେ କହିଥିଲେ ଯେ ‘ଦେଶର ବିଭିନ୍ନ ସ୍ଥାନରୁ ଖୁବ୍ ଶୀଘ୍ର ଫିଜିକାଲ ଟୋଲ୍ ବୁଥ୍ ହଟାଯିବ’ । ଏହା ସହିତ ନୂଆ ଟୋଲ୍ ପଲିସି ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା । ନୀତି ଗଡକରୀ ଆହୁରି କହିଛନ୍ତି ଯେ ‘ବର୍ତ୍ତମାନ ମୁଁ ଏହା ବିଷୟରେ ଅଧିକ କହିବି ନାହିଁ, କିନ୍ତୁ ମୁଁ କହିପାରିପି ଯେ ଆଗାମୀ ୧୫ ଦିନ ମଧ୍ୟରେ ଭାରତ ସରକାର ଏକ ନୂଆ ଟୋଲ୍ ପଲିସି ଲାଗୁ କରିବାକୁ ଯାଉଛନ୍ତି’ ।

ଏକ ରିପୋର୍ଟ ଅନୁଯାୟୀ, ନୀତିନ ଗଡକରୀ କହିଛନ୍ତି ଯେ ‘ନୂଆ ସିଷ୍ଟମ କାର୍ଯ୍ୟକାରୀ ହେବା ସହିତ, ସାଟେଲାଇଟ୍ ଟ୍ରାକିଂ ମାଧ୍ୟମରେ ଟୋଲ୍ ଅଟୋମେଟିକ୍ ଭାବରେ କଟାଯିବ’ । ଏଥି ସହ ଆହୁରି ମଧ୍ୟ କହିଛନ୍ତି ଯେ ସାଟେଲାଇଟ୍ ମାଧ୍ୟମରେ ଗାଡ଼ି ନମ୍ବର ପ୍ଲେଟ୍ ଚିହ୍ନଟ କରାଯିବ ଏବଂ ଟୋଲ୍ ଅଟୋମେଟିକ୍ ଭାବରେ କଟିଯିବ ।

ସଡ଼କ ପରିବହନ ମନ୍ତ୍ରୀ ଦେଶର ରୋଡ୍ ଇନଫାଷ୍ଟ୍ରକ୍ଚର ବିଷୟରେ ମଧ୍ୟ ବହୁତ କଥା କହିଥିଲେ । ଏଥି ସହ ନୀତିନ ଗଡକରୀ କହିଛନ୍ତି ଯେ ‘ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତର ରୋଡ୍ ଇନଫାଷ୍ଟ୍ରକ୍ଚର ଅମେରିକା ଅପେକ୍ଷା ଭଲ ହେବ’ । କେନ୍ଦ୍ରମନ୍ତ୍ରୀ ମୁମ୍ବାଇ-ଗୋଆ ରାଜପଥ ବିଷୟରେ ମଧ୍ୟ କହିଥିଲେ ଯେ ‘ଏହି ରାଜପଥ ଚଳିତ ବର୍ଷ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇପାରିବ’ । ମୁମ୍ବାଇ-ଗୋଆ ରାଜପଥ ନିର୍ମାଣ ହେବା ସହିତ, ଏହି ଦୁଇଟି ସ୍ଥାନ ମଧ୍ୟରେ ଟ୍ରାଭେଲ୍ ଟାଇମ୍ ବହୁତ କମ୍ ହୋଇପାରେ ।

You Might Also Like

ବେଙ୍ଗାଲୁରେ ୩ ମୃତ , ୨୦ରୁ ଊର୍ଦ୍ଧ୍ବ ହ୍ରଦରେ ବନ୍ୟା, ରାସ୍ତା ପାଲଟିଲା ପୋଖରୀ

ଅକ୍ଷୟ ତୃତୀୟାରେ କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେଉଁଠି କେତେ ଅଛି ଦର ?

ଘରେ ଅଗରବତୀ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ବଲିଉଡ ଅଭିନେତା ମୁକୁଲ ଦେବଙ୍କ ୫୪ ବର୍ଷ ବୟସରେ ପରଲୋକ

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ

TAGGED:#UTKALA KHABARAnnouncementBusiness newsToll PlazaToll policyTransport Minister
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?