Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ

utkala khabar
Last updated: April 12, 2025 12:34 pm
utkala khabar
Published April 12, 2025
Share
SHARE

ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଚା’ କିମ୍ବା କଫିରୁ ହୋଇଥାଏ । ଇନଷ୍ଟାଣ୍ଟ ଏନର୍ଜି ପାଇଁ ଆମେ ପ୍ରାୟତଃ ଚା’ ଏବଂ କଫି ବ୍ୟବହାର କରୁ । କିନ୍ତୁ ଆପଣ ଜାଣନ୍ତି କି ଅତ୍ୟଧିକ ଚା’ କଫିର ସେବନ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇଥାଏ । ଏଥିରେ ମିଳୁଥିବା କଫିନ୍ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ଏଥିରୁ ଆମକୁ ଇନଷ୍ଟାଣ୍ଟ ଏନର୍ଜି ମିଳିଥାଏ । ଏହାଠାରୁ ଅଧିକ ଚା’ କିମ୍ବା କଫି ପିଇବା ଆମ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ଏକ ସର୍ଭେ ଅନୁଯାୟୀ, ଗୋଟିଏ ଦିନରେ ୨୦୦ ଗ୍ରାମ କିମ୍ବା ତା’ ଠାରୁ କମ୍ କଫି ପିଅନ୍ତୁ । ୩୦୦ ଗ୍ରାମ କଫି ୨ କପ୍ ସହିତ ସମାନ । ଯଦି ଆପଣ ଅଧିକ କଫି ପିଅନ୍ତି, ତେବେ ଅନେକ ଗମ୍ଭୀର ରୋଗ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇପାରେ ।

ଡିପ୍ରେସନ: ଅତ୍ୟଧିକ ଚା’ କଫି ପିଇବା ଦ୍ୱାରା ଆପଣ ଡିପ୍ରେସନର ଶିକାର ହୋଇପାରନ୍ତି । ମାନସିକ ରୋଗ, ଉଦାସୀନତା ଏବଂ ଷ୍ଟ୍ରେସରେ ପୀଡିତ ବ୍ୟକ୍ତିମାନେ ଅତି କମ ଚା’ କଫି ପିଇବା ଉଚିତ୍ । କାରଣ ଅତ୍ୟଧିକ କଫି ପିଇବା ଶରୀରରେ କୋଲେଷ୍ଟ୍ରଲର ଆଶଙ୍କା ବଢାଇଥାଏ । ଯାହାର ହୃଦୟ ଏବଂ ଶରୀର ଉପରେ ଖରାପ ଏବଂ ପ୍ରତ୍ୟକ୍ଷ ପ୍ରଭାବ ପଡିଥାଏ ।

ଡାଇବେଟିସ: ଜଣେ ଡାଇବେଟିସ ରୋଗୀ ଭୁଲରେ ମଧ୍ୟ ଅଧିକ ଚା’ କଫି ପିଇବା ଉଚିତ୍ ନୁହେଁ କାରଣ ଏହା ତାଙ୍କ ଶରୀରରେ ଥିବା ଇନସୁଲିନକୁ ଖରାପ କରିପାରେ । ଏହା ସହିତ, ବ୍ଲଡ ସୁଗାର ଲେବଲ ମଧ୍ୟ ବୃଦ୍ଧି ପାଇପାରେ ।

ଅନିଦ୍ରା: ଚା’ କଫି ପିଇବା ପରେ ଅନେକ ଲୋକଙ୍କୁ ଶୋଇବାରେ ଅସୁବିଧା ହୁଏ ଅର୍ଥାତ ଆଦୌ ନିଦ ଆସିନଥାଏ । ଏହିପରି ଲୋକମାନେ ଚା’ କଫିଠାରୁ ସମ୍ପୂର୍ଣ୍ଣ ଦୂରରେ ରହିବା ଉଚିତ୍ ।

ପେଟ ଜନିତ ସମସ୍ୟା: ଅଧିକ କଫିନ୍ ପିଇବା ଦ୍ୱାରା ପେଟ ସମସ୍ୟା ଦେଖାଦେଇଥାଏ । ଅଧିକାଂଶ ଲୋକଙ୍କ ପେଟ ପ୍ରାୟତଃ ଠିକ ରହିନଥାଏ । ଅଧିକ କଫି ପିଇବା ଦ୍ୱାରା କିଛି ବ୍ୟକ୍ତିଙ୍କ ଠାରେ ଡାଇରିଆ ଭଳି ସମସ୍ୟା ଆରମ୍ଭ ହୁଏ ଏବଂ ସେମାନେ ବାରମ୍ବାର ବାଥରୁମକୁ ଦୌଡିବା ଆରମ୍ଭ କରନ୍ତି ।

ତେବେ ଯଦି ଆପଣ ନିଜ ଦୈନଦିନ ରୁଟିନ୍‌ରେ ଚା’ କଫି ପିଇବାକୁ ଚାହୁଁଛନ୍ତି ଏହାକୁ ସକାଳ ସମୟରେ ପିଇପାରିବେ । କାରଣ ସକାଳୁ ଉଠିବା ପରେ ଶରୀର ଶକ୍ତିହୀନ ଅନୁଭବ ହୋଇଥାଏ । ତେଣୁ ସେହି ସମୟରେ ଇନଷ୍ଟାଣ୍ଟ ଏନର୍ଜି ପାଇଁ ଆପଣ ଚା’ କଫି ପିଇପାରିବେ । ଏହାପରେ ଅପରାହ୍ନ ସମୟ ମଧ୍ୟ ଚା’ କଫି ସେବନ ପାଇଁ ଉପଯୁକ୍ତ ସମୟ । କିନ୍ତୁ କେବେବି ବିଳମ୍ବିତ ରାତିରେ ଚା’ କଫି ପିଅନ୍ତୁ ନାହିଁ । ସେହିଭଳି ଚା’ କାଫିର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ସବୁବେଳେ ଛୋଟ କପ୍‌ରେ ଅଳ୍ପ ମାତ୍ରାରେ ପିଅନ୍ତୁ ।

You Might Also Like

ମେ’ ପହିଲାରୁ ୩ ମାସ ବନ୍ଦ ରହିବ ଭିତରକନିକା

ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେଲା

ଚହଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ଆରଜେ ମହବେଶ

ଆଗାମୀ ୬ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ

ମାନସିକ ରୋଗର ଜାଣନ୍ତୁ ସଠିକ୍ ଲକ୍ଷଣ କ’ଣ ?

TAGGED:#UTKALA KHABARCoffeeEverydayLife styleLifestyle newsTea
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?