ଶୋଇବା ପୂର୍ବରୁ ଫୋନ ଦେଖିଲେ ରିଲାକ୍ସ ଲାଗେ । କିନ୍ତୁ ଏହା ଆମ ଶରୀର ଏବଂ ମସ୍ତିଷ୍କ ଉପରେ ଅନେକ ପରିମାଣରେ ଖରାପ ପ୍ରଭାବ ପକାଇଥାଏ ଯାହା ଆମେ କେବେ ଚିନ୍ତା ବି କରିପାରିନଥାଉ । ଆପଣ କ’ଣ ଏମିତି ମୋବାଇଲ ଦେଖିବାରେ ଅଭ୍ୟସ୍ତ ହୋଇଗଲେଣି କି ? ତେବେ ଏହାର କୁପ୍ରଭାବ ସମ୍ପର୍କରେ ଆସନ୍ତୁ ଜାଣିବା ।
ଫୋନରୁ ବାହାରୁଥିବା ବ୍ଲୁ ଲାଇଟ ଆମ ମୁଣ୍ଡରେ ମେଲାଟୋନିନ ନାମକ ଶକ୍ତିର ପ୍ରଭାବ ଯୋଗୁଁ ନିଦଠାରୁ ଦୂରେଇଦେଇଥାଏ । ଯାହା ଦ୍ବାରା ଶୋଇବାର ସମୟକୁ ଲୋକେ ଜାଣିପାରିନଥାନ୍ତି । ଆମେ ସାଧାରଣତଃ ଭାବୁ କି ରିଲ୍ସ, ଚାଟ୍ କରିଲେ ମାଇଣ୍ଡଫ୍ରେସ୍ ହୋଇଥାଏ କିନ୍ତୁ ନା ଓଲଟା ଅଧିକ ଆକ୍ଟିଭ୍ କରିଦେଇଥାଏ ଯାହାଫଳରେ ଆମ ଶୋଇବାରେ ଡେରି ହୋଇଯାଏ । ଡେରିରେ ନିଦ ହେବା ଏବଂ ବାରମ୍ବାର ନିଦ ଭାଙ୍ଗିବା ଅତ୍ୟଧିକ ମୋବାଇଲ ଚଲାଇବାରୁ ଏଭଳି ସମସ୍ୟା ଦେଖାଦେଇଥାଏ । ଏତିକି ନୁହେଁ ଶୋଇବା ପୂର୍ବରୁ ଫୋନ ଦେଖିବା ଦ୍ବାରା ସୋସିଆଲ ମିଡିଆ ବା କାମ ସମ୍ବନ୍ଧୀୟ ଆମ ଚିନ୍ତାକୁ ବଢାଇ ନିଦକୁ ଖରାପ କରିଥାଏ । ଏହା ଅଭ୍ୟସ୍ତ ହୋଇଯିବା ପରେ ଆଉ ନିଦ ଆସିନଥାଏ ଯାହାକୁ କି ଇନସୋମ୍ନିୟା ଅର୍ଥାତ୍ ଅନିଦ୍ରା କୁହାଯାଇଥାଏ ।
ଇନସୋମ୍ନିୟା ବା ଅନିଦ୍ରାର ଲକ୍ଷଣ :
ରାତିରେ ବାରମ୍ବାର ନିଦ ଭାଙ୍ଗିବା ।
ନିଦ ପୁରା ନହେବା ।
ସକାଳୁ ଥକାପଣ ଅନୁଭବ ହେବା ।
ବିରକ୍ତ ଲାଗିବା ।
ଅଭ୍ୟାସରେ କିପରି ଆଣିବେ ପରିବର୍ତ୍ତନ : ଶୋଇବାର ୩୦-୬୦ ମିନିଟ୍ ପର୍ଯ୍ୟନ୍ତ ଫୋନ ଦେଖନ୍ତୁ ନାହିଁ । ଯଦି ଫୋନ ଦେଖିବାକୁ ଚାହାଁନ୍ତି ତେବେ ନାଇଟ ମୋଡ କରି ଫୋନର ବ୍ୟବହାର କରିପାରିବେ । ନିଜ ବେଡରୁମରେ ନୋ ସ୍କ୍ରିନ୍ ଜୋନ୍ ବନାଇବା ଆବଶ୍ୟକ । ଯଦି ଆପଣଙ୍କୁ ଠିକ୍ ସମୟରେ ନିଦ ନଆସୁଛି ତେବେ ବହି ପଢନ୍ତୁ ନଚେତ୍ ମେଡିଟେସନ କରିବା ଉଚିତ୍ । ରିଲାକ୍ସ ପାଇଁ ମ୍ୟୁଜିକ୍ ଶୁଣନ୍ତୁ ।