Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମେଥିରେ ଔଷଧ ଗୁଣ ଭରପୂର ମାତ୍ରାରେ ରହିଛି, ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ମେଥିରେ ଔଷଧ ଗୁଣ ଭରପୂର ମାତ୍ରାରେ ରହିଛି, ଜାଣନ୍ତୁ

utkala khabar
Last updated: May 15, 2025 10:05 am
utkala khabar
Published May 15, 2025
Share
SHARE

ଆପଣମାନେ ରୋଷେଇ ଘରେ  ମେଥିକୁ ଔଷଧ ବୋଲି କୁହାଯାଇଥାଏ । ମେଥିକୁ ଆୟୁର୍ବେଦିକ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ମେଥି ପାଟିକୁ ପିତା ଲାଗିପାରେ ସତ କିନ୍ତୁ ଦେହ ପାଇଁ ଉପଯୋଗୀ । ଯାହା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ । ମେଥିକୁ ଲୋକେ ଅନେକ ଉପାୟରେ ବ୍ୟବହାର କରିଥାନ୍ତି । ମେଥି ଶାଗ ଖାଆନ୍ତି ତ ଆଉ ପୁଣି କେହି ପକୁଡି ବନାଇ ଖାଇଥାନ୍ତି । ଏହା ଛଡା ମେଥି ଦାନାକୁ ଭଲ ଚୁଟି ପାଇଁ ବ୍ୟବହାର କରିଥାନ୍ତି ।

ମେଥି ଅନେକ ସମସ୍ୟାରୁ ରକ୍ଷା କରିଥାଏ । ମେଥି ପାଣି ଆମ ଶରୀରରେ କେଉଁ ପ୍ରକାର ପ୍ରଭାବ ପକାଉଛି ତେବେ ଆସନ୍ତୁ ଜାଣିବା ।ଏଥିରେ ଅନେକ ଫୋଷକ ତତ୍ଵ ଭରୁପୁର ମାତ୍ରାରେ ରହିଥାଏ ।

ମେଥି ପାଣିର ଫାଇଦା 

ମଣିଷ ଶରୀରକୁ ବିଭିନ୍ନ ପ୍ରକାରର ଭିଟାମିନ୍‌ ଏବଂ ମିନେରାଲସ  ଆବଶ୍ୟକ । ଯାହା ଖାଦ୍ୟ ମାଧ୍ୟମରେ ଶରୀରକୁ ମିଳିଥାଏ । ତେବେ ପୋଷକର ମାଧ୍ୟମ ହେଉଛି ଫଳ,  ପନିବରିବା, ଅଣ୍ଡା ଓ ମାଂସ । ଏ ସବୁରୁ ପ୍ରଚୁର ପୋଷକ ତତ୍ତ୍ୱ ମିଳିଥାଏ ।  ଠିକ୍‌ ସେହିଭଳି ମେଥି । କିନ୍ତୁ ଏହା ଔଷଧ ଭଳି ମଧ୍ୟ କାମ କରେ ।ମେଥି ଦାନାରେ ଫାଇବର, ଭିଟାମିନ୍ ଏ ଏବଂ ଭିଟାମିନ୍ ଡି ଭରପୂର ରହିଥାଏ । ମେଥିରେ ପର୍ଯ୍ୟାପ୍ତ ପରିମାଣର ଫାଇବର ରହିଥାଏ । ବ୍ଲଡପ୍ରେସର ଏବଂ ଡାଇବେଟିସ୍ ରୋଗୀଙ୍କଠାରେ ଜବରଦସ୍ତ ଫାଇଦା ଦେଖିବାକୁ ମିଳିଥାଏ ।

ଗ୍ଲୁକୋଜର ମାତ୍ରା 

ସୁଗାରକୁ ନିୟନ୍ତ୍ରଣ କରି ରଖେ ମେଥି ପାଣି । ମେଥି ପାଣି ପିଇବା ଦ୍ଵାରା ଗ୍ଲୁକୋଜର ମାତ୍ରାକୁ କମ୍ କରି ଡାଇବେଟିସକୁ କଣ୍ଟ୍ରୋଲ ରଖେ । ଏହା ସହିତ ମେଥିରେ ଫାଇବର ଗୁଣ ଥିବାରୁ ଶରୀରରେ ଚିନିର ମାତ୍ରାକୁ ଠିକ୍ ରଖିଥାଏ ।

ଇନସୁଲିନ ମାତ୍ରା 

ମେଥି ପାଣି ପିଇବା ଦ୍ଵାରା ଇନସୁଲିନ ମାତ୍ରାକୁ ବଢାଇଥାଏ । ଯାହାଫଳରେ ଡାଇବେଟିସ ନିୟନ୍ତ୍ରଣ ହୋଇ ରହିଥାଏ ।  ପ୍ରତିଦିନ ସକାଳୁ ଖାଲି ପେଟରେ ମେଥି ପାଣି ପିଇବାକୁ ବିଶେଷଜ୍ଞନମାନେ ପରାମର୍ଶ ଦେଉଛନ୍ତି । କାରଣ ଦିନସାରା ଶରୀରରେ ଥିବା ସୁଗାର ଲେବଲକୁ ନିୟନ୍ତ୍ରଣ କରିରଖିଥାଏ ।

କୋଲେଷ୍ଟ୍ରୋଲରେ ନିୟନ୍ତ୍ରଣ 

ନିୟମିତ ଏହି ମେଥି ପାଣିକୁ ପିଅନ୍ତି ତେବେ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ ରଖେ । ଏଥି ସମେତ ହାର୍ଟ ରୋଗୀଙ୍କୁ ପାଇଁ ମଧ୍ୟ ଲାଭପ୍ରଦ ହୋଇଥାଏ । ଆହୁରି ମଧ୍ୟ ଫାଇଦା ଦେଇଥାଏ । ଓଜନକୁ ନେଇ ସମସ୍ୟା ଥିବା ଲୋକ ପ୍ରତିଦିନ ମେଥି ପାଣି ପିଇଲେ ଓଜନ ମଧ୍ୟ ହ୍ରାସ କରିଥାଏ । ଓଜନ ହ୍ରାସ ପାଇଁ ଖୁବ୍ ଲାଭଦାୟକ । ଅତ୍ୟଧିକ ଭୋକ କମାଇ ସଜନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଡାଇବେଟିସ ରୋଗୀ ପାଇଁ କିପରି ପ୍ରସ୍ତୁତ କରିବେ ମେଥି ପାଣି 

ପ୍ରଥମେ ମେଥି ଦାନାକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ । ଏହା ପରେ ତା’ପରଦିନ ସେହି ପାଣିକୁ ଛାଣି ପିଅନ୍ତୁ । ଏହା ବ୍ୟତୀତ ମେଥି ଚା ମଧ୍ୟ କରି ପିଇପାରିବେ । ଯାହା ଡାଇବେଟିସ ରୋଗୀଙ୍କୁ ଜବରଦସ୍ତ ଫାଇଦା ଦେଇଥାଏ ।

You Might Also Like

ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ

ମାଇଁକୁ ଗୁଳିମାଡ଼ କରି ଭଣଜା ଫେରାର

ଗୁଜୁରାଟ ମୁହାଁ ବାତ୍ୟା ‘ଶକ୍ତି’

ରକ୍ତର ବଦଲା ରକ୍ତରେ ନେଲା… ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ

କେମିତି କଟିବ ଆଜିର ଦିନ ଦେଖନ୍ତୁ ରାଶିଫଳ

TAGGED:#benefits#health#UTKALA KHABARCholesterol levelFenugreek waterLife Style NewsSugar control
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?