Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଅମୃତଭଣ୍ଡା ଖାଇଲେ ଆଣ୍ଠୁଗଣ୍ଠୀ ଯନ୍ତ୍ରଣାରୁ ମିଳିବ ମୁକ୍ତି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଅମୃତଭଣ୍ଡା ଖାଇଲେ ଆଣ୍ଠୁଗଣ୍ଠୀ ଯନ୍ତ୍ରଣାରୁ ମିଳିବ ମୁକ୍ତି

utkala khabar
Last updated: April 18, 2025 5:49 pm
utkala khabar
Published April 17, 2025
Share
SHARE

ଯେମିତିକି ଥଣ୍ଡା, ଜର , କାଶ ଠାରୁ ଆରମ୍ଭ କରି ଅନ୍ୟନ୍ୟା ସମସ୍ୟା ଦେଖାଦେଇଥାଏ । ହେଲେ ବର୍ତ୍ତମାନ ସମୟରେ ଆଣ୍ଠୁଗଣ୍ଠୀ ଯନ୍ତ୍ରଣା ବେସ୍ ବଢ଼ି ଚାଲିଛି । ଯଦି ଆପଣଙ୍କର ଆଣ୍ଠୁଗଣ୍ଠୀ ସମସ୍ୟା ହେଉଛି ତେବେ ଆପଣ ପ୍ରତ୍ୟେକ ଦିନ ମର୍ଣ୍ଣିଂ ଯିବା ଆରମ୍ଭ କରନ୍ତୁ ଏବଂ ଖାଦ୍ୟପେୟରେ ଯତ୍ନ ନିଅନ୍ତୁ । ଏଥି ସହ ଯଦି ଆପଣ ଖାଲି ଖାଲିରେ ଘରେ ବସି ରହୁଛନ୍ତି ତେବେ ଏଥିପାଇଁ ମଧ୍ୟ ହୋଇପାରେ ଆଣ୍ଠୁଗଣ୍ଠୀ ସମସ୍ୟା । ଖାଲି ନବସି ଘରର କିଛି କାମ କରିବା ଅଭ୍ୟାସ କରନ୍ତୁ ଏହା ସହ ବଗିଚାରେ ମଧ୍ୟ କିଛି ସମୟ ବିତାନ୍ତୁ । ଯାହା ଦ୍ୱାରା କିଛି ମାତ୍ରାରେ ଏହି ସମସ୍ୟା ଦୂର ହେବାକୁ ଲାଗିବ । ହେଲେ ଆଜି ଆପଣଙ୍କୁ କହିବୁ ଯେ କେଉଁ ଫଳକୁ ଖାଇଲେ ଏହା ସମ୍ପୂର୍ଣ୍ଣ ଭାବରେ ଠିକ୍ ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହି ଫଳ ବିଷୟରେ ।

ଏହି ଫଳର ନାମ ହେଉଛି ‘ଅମୃତଭଣ୍ଡା’ । ଯଦି ଆପଣ ଆଣ୍ଠୁଗଣ୍ଠୀ ସମସ୍ୟା ଭୋଗୁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ନିଜ ଖାଦ୍ୟରେ କଞ୍ଚା ଅମୃତଭଣ୍ଡାକୁ ସାମିଲ୍ କରନ୍ତୁ । ଏହି ଅମୃତଭଣ୍ଡାରେ ଭଲ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ବି, ସି, ଇ, କେ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବା ଫଳରେ କେଉଁ ସମସ୍ୟା ଦୂର ହୋଇଥାଏ ।

ବୋନ୍ ହେଲ୍ଥରେ ଉନ୍ନତି :

କଞ୍ଚା ଅମୃତଭଣ୍ଡା ଆପଣଙ୍କ ମାଂସପେଶୀ ଏବଂ ବୋନ୍ ହେଲ୍ଥରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇପାରେ । ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣ ଗଣ୍ଠୀ ଯନ୍ତ୍ରଣାରୁ ବହୁ ପରିମାଣରେ ଆରାମ ପାଇପାରିବେ । ଏହା ସହ ଆପଣଙ୍କ ହାଡକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତିଶାଳୀ ରଖିବାରେ ପ୍ରଭାବଶାଳୀ ହୋଇପାରେ ।

ଓଜନ ନିୟନ୍ତ୍ରଣ :

ହାଡକୁ ମଜବୁତ କରିବା ସହ କଞ୍ଚା ଅମୃତଭଣ୍ଡା ଓଜନକୁ ମଧ୍ୟ କମ୍ କରିପାରିବ । ଯଦି ଆପଣ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ତେବେ କମ୍ କ୍ୟାଲୋରୀ ଯୁକ୍ତ କଞ୍ଚା ଅମୃତଭଣ୍ଡାକୁ ଆପଣଙ୍କ ଡାଏଟରେ ମଧ୍ୟ ସାମିଲ କରିପାରିବେ । କେବଳ ଏତିକି ନୁହେଁ, ଡାଇବେଟିସ ରୋଗୀଙ୍କୁ କଞ୍ଚା ଅମୃତଭଣ୍ଡା ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ :

ଆପଣଙ୍କୁ କହିବୁ ଯେ କଞ୍ଚା ଅମୃତଭଣ୍ଡାରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇପାରେ । ଏଥି ସହ ପେଟ ସମ୍ବନ୍ଧୀୟ ସମସ୍ୟା ହେଉଥିଲେ ମଧ୍ୟ ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ । ଏହା ସହ ଅମୃତଭଣ୍ଡା ଖାଲି ସ୍ୱାସ୍ଥ୍ୟରେ ଉନ୍ନତି ଆଣିନଥାଏ ବରଂ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଆପଣଙ୍କୁ କହିରଖୁଛୁ ଯେ ସବୁଦିନ ଆପଣ କଞ୍ଚା ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ ଦେଖିବେ ଆପଣଙ୍କର ଅନେକ ସମସ୍ୟା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ ।

You Might Also Like

ସିବିଏସଇ ୧୦ମ ରେଜଲ୍ଟ ,ପାସ୍ ହାର ୯୩.୬୬ %

ମୁର୍ଶିଦାବାଦରେ ହିନ୍ଦୁମାନଙ୍କ ହିଂସା ଓ ବିସ୍ଥାପନ ଉପରେ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ

୬ ମ୍ୟାଚ୍‌ରୁ ୫ଟିରେ ପରାଜୟ, ଆଇପିଏଲ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ

ନବୀନ ଭରିବେ ନାମାଙ୍କନ ପତ୍ର

TAGGED:#benefits#health#papaya#UTKALA KHABARLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?