ଆମ ଦେଶର ସଂସ୍କୃତିର ଚର୍ଚ୍ଚା ସାରା ଦୁନିଆରେ । କିନ୍ତୁ ଆମେ ଆମ ସଂସ୍କୃତିକୁ ଭୁଲିବାକୁ ଲାଗିଲୁଣି ଓ ବିଦେଶରେ ରହୁଥିବା ଲୋକ ମାନେ ଆମ ସଂସ୍କୃତିକୁ ଆପଣେଇବାରେ ଲାଗିଲେଣି । ଖାଇବାଠୁ ଆରମ୍ଭ କରି ପିନ୍ଧିବା ସବୁ କିଛିରେ ପରିବର୍ତ୍ତନ ଆସିଯାଇଛି । ଗୋଟେ ଯୁଗ ଥିଲା ଯେବେ ଡାଳ, କାଠ, ଗଛ ଓ ଘାସର ଛାଲରେ ଚପଲ ତିଆରି କରାଯାଉଥିଲା । ଏହାକୁ ପାଦୁକା ବା କଠଉ କୁହାଯାଏ । ଆମ ଭାରତୀୟ ମାନେ ଏହାକୁ ପୂର୍ବରୁ ବ୍ୟବହାର କରୁଥିଲେ ଯାହା ଏବେ କେବଳ ସାଧୁ ଓ ବାବା ହିଁ ପିନ୍ଧିବାର ଦେଖିବାକୁ ମିଳୁଅଛି ।
ଭାରତରେ ପାଦୁକା ବା କଠଉର ପ୍ରଚଳନ ବହୁତ ପୁରୁଣା । ରାମାୟଣର ଯୁଗରୁ ଏହା ପ୍ରଚଳିତ ବୋଲି ପ୍ରମାଣ ମିଳେ । ଧରିତ୍ରୀ ଉପରେ ଚାଲିବା ସମ୍ଭବ ନୁହେଁ ତେଣୁ ଡାଳରେ ପ୍ରସ୍ତୁତ କଠଉ ବ୍ୟବହାର କରୁଥିଲେ । ଏହା ବହୁତ ଆରାମ ଦାୟକ ମଧ୍ୟ ଥିଲା ।ଭାରତବର୍ଷରେ ବିଭିନ୍ନ ପ୍ରକାରର କଠଉ ବା ପାଦୁକା ତିଆରି କରାଯାଇଥାଏ । କେବେ କେବେ ଏହାକୁ ପାଦ ଆକାରରେ ତିଆରି କରାଯାଉଥିଲା ତ କେବେ ମାଛ ଆକୃତିର ତିଆରି କରାଯାଉଥିଲା । ହାତୀ ଦାନ୍ତ ଓ ରୂପା ଧାତୁର କଠଉ ମଧ୍ୟ ଭାରତୀୟ ମାନେ ବ୍ୟବହାର କରୁଥିଲେ ।
କଠଉ ପିନ୍ଧିବାର ଅନେକ ଫାଇଦା
କଠଉ ଶସ୍ତା, ସୁନ୍ଦର ଏବଂ ଖୁବ୍ କମ୍ ପଇସାରେ ତିଆରି ହୋଇପାରେ ।
ନିୟମିତ କଠଉ ପିନ୍ଧିବା ଦ୍ଵାରା ଶରୀରର ମେରୁଦଣ୍ଡ ସିଧା ରହିଥାଏ ।
କଠଉ ପାଦର କିଛି ଆକ୍ଯୁପ୍ରେସର ପଏଂଟରେ ଚାପ ପକାଇଥାଏ । ଯାହା ଦ୍ଵାରା ଶରୀରରେ ରକ୍ତ ସଚାଂଚଳ ସୂଚାରୁ ରୁପେ ହୋଇଥାଏ ।
କଠଉ ପିନ୍ଧିବା ଦ୍ଵାରା ପାଦରେ ଥଣ୍ଡା ଲାଗି ନଥାଏ ଓ ଖରାପ୍ ରାସ୍ତାରେ ମଧ୍ୟ ଚାଲିବାକୁ ଅସୁବିଧା ହୋଇ ନଥାଏ ।
କଠଉ ଭାରତୀୟ ସଭ୍ୟତା ପ୍ରତୀକ ଅଟେ । ଏହାକୁ ପିନ୍ଧିବା କୌଣସି ଲଜ୍ୟାଜଣକ ବିଷୟ ହୋଇ ନଥାଏ ।
କଠଉ ପିନ୍ଧିବା ଦ୍ଵାରା ଶରୀରର ମାଂସପେଶିକୁ ଆରାମ୍ ମିଳିଥାଏ । ଯାହା ଦ୍ଵାରା ଆମ ଶରୀର ଓ ମସ୍ତିସ୍କ ଚାପଗ୍ରସ୍ତରୁ ରକ୍ଷା ପାଇଥାଏ ।