Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖରାଦିନେ ଖାଆନ୍ତୁନାହିଁ ଏହି ୫ଟି ଫଳ, ନଚେତ ହୋଇପାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଖରାଦିନେ ଖାଆନ୍ତୁନାହିଁ ଏହି ୫ଟି ଫଳ, ନଚେତ ହୋଇପାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା

utkala khabar
Last updated: April 8, 2025 11:50 am
utkala khabar
Published April 8, 2025
Share
SHARE

ଶରୀରରେ ଜଳୀୟ ଅଂଶକୁ ଠିକ୍ ରଖିବା ପାଇଁ ଲୋକମାନେ ବିଶେଷ କରି ଗରମ ଦିନରେ ଅତ୍ୟଧିକ ଫଳ ସେବନ କରିଥାନ୍ତି । ବର୍ତ୍ତମାନ କିନ୍ତୁ ସମସ୍ତେ ଡାଏଟ ପାଇଁ ମଧ୍ୟ ଫଳକୁ ବ୍ୟବହାର କରୁଛନ୍ତି । ଆପଣମାନେ ଜାଣିଥିବେ ଫଳରେ ମିନେରାଲ୍ସ ଓ ଭିଟାମିନ୍ ପ୍ରଚୁର ମାତ୍ରାରେ ଥାଏ । ଅନେକ ସମୟରେ ଡାକ୍ତର ମଧ୍ୟ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଯାହା ଖାଇବା ଦ୍ବାରା ଆମ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ପ୍ରତିଦିନ ଫଳ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରିତରୋଧକ ଶକ୍ତି ମଧ୍ୟ ବଢିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଗ୍ରୀଷ୍ମଋତୁରେ କେଉଁ ଫଳକୁ ଅତ୍ୟଧିକ ଖାଇବା ଦ୍ବାରା କଣ ସବୁ କ୍ଷତି ହୋଇଥାଏ । ତେବେ ଆସନ୍ତୁ ସେହି ୫ଟି ଫଳ ବିଷୟରେ ଜାଣିବା ।

ଲିଚୁ : ଲିଚୁ କୋଳି ଖାଇବାକୁ ସାଧାରଣତଃ ସମସ୍ତେ ଭଲପାଆନ୍ତି । ବିଶେଷ କରି ଖରାଦିନେ ଲିଚୁ କୋଳି ଦେଖିଲେ ପାଟିରେ ପାଣି ମଧ୍ୟ ଆସିଯାଏ । ଏଥିରେ ସୁଗାରର ମାତ୍ରା ଅଧିକ ଥାଏ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା ଝାଡା ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ ।

ସପୁରୀ : ଖଟା ମିଠାକୁ ପସନ୍ଦ କରୁଥିବା ଲୋକେ ସପୁରୀ ଖାଇବା ପାଇଁ ବେଶ ଭଲ ପାଆନ୍ତି । ସପୁରୀରେ ଖଟା ଅଂଶ ଥିବାରୁ ଏସିଡିଟି ଏବଂ ପେଟ ଜଳାପୋଡା ଭଳି ସମସ୍ୟା ଦେଖା ଦେଇପାରେ । କିନ୍ତୁ ଯଦି ଆପଣ ସପୁରୀ ଅଧିକ ଖାଆନ୍ତି ତେବେ ପେଟ ଜନିତ ସମସ୍ୟା ହୋଇପାରେ ।

ତରଭୁଜ : ଖରାଦିନରେ ତରଭୁଜ ଖାଇଦେଲେ ଆତ୍ମାକୁ ଶାନ୍ତି ମିଳିଥାଏ । ତରଭୁଜ ଏକ ଏଭଳି ଫଳ ଯାହାକୁ ଖାଇବା ଦ୍ବାରା ଭୋକ ଓ ଶୋଷକୁ ମେଣ୍ଟାଇଦେଇଥାଏ । ଏହା ଡାଇବେଟିସ୍ ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ଆଦୌ ଉପଯୋଗୀ ନୁହେଁ ।

କଖାରୁ : କଖାରୁରେ ଅନେକ ଭିଟାମିନ ଭରପୁର ରହିଥାଏ । କଖାରୁର ଅଧିକ ବ୍ୟବହାର ଦ୍ବାରା ପେଟ ବଥା ହୋଇଥାଏ । ସେଥିପାଇଁ ଖରା ଦିନେ ଅଧିକ କଖାରୁ ଖାଇବା ଠିକ ନୁହେଁ ।

ଆମ୍ବ : ଫଳ ଭିତରେ ଆମ୍ବକୁ ରାଜା ବୋଲି କୁହାଯାଏ । ଆମ୍ବ ଖାଇବାକୁ ସମସ୍ତେ ଖୁବ ଭଲପାଆନ୍ତି । କିନ୍ତୁ ଏଥିରେ ମିଠା ଅଂଶ ଅଧିକ ଥିବାରୁ ଡାଇବେଟିସ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

ଅମୃତଭଣ୍ଡା : କଞ୍ଚା ଅମୃତଭଣ୍ଡାକୁ ଆମେ ରୋଷେଇରେ ବ୍ୟବହାର କରିଥାଉ । ସେହିଭଳି ପାଚିଲା ଅମୃତଭଣ୍ଡା ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ । କିନ୍ତୁ ଏହାର ଅଧିକ ସେବନ ଦ୍ବାରା ପେଟ ଗରମ ହୋଇଥାଏ । ଯାହା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇପାରେ । ସେଥିପାଇଁ ଖରାଦିନେ ଏହି ସବୁ ଫଳ ଅଧିକ ଖାଇବା ଉଚିତ ନୁହେଁ ।

You Might Also Like

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

କେଶ ବୃଦ୍ଧି ପାଇଁ ଖାଆନ୍ତୁ ଏହିସବୁ ମଞ୍ଜି, ମିଳିବ ଜବରଦସ୍ତ ଫାଇଦା

ଭବିଷ୍ୟତରେ ପନିପରିବା ଏବଂ ଡାଲି ଜାତୀୟ ଚାଷରେ ବଳକା ରାଜ୍ୟ ହେବାକୁ ଯାଉଛି ଓଡ଼ିଶା : ଆଇନ ମନ୍ତ୍ରୀ

ଆମେରିକାରେ ବଢୁଛି ମହାମାରୀ H5N1 ଭାଇରସ

ଜସ୍ମିନଙ୍କ ପ୍ରେମରେ ହାର୍ଦ୍ଦିକ ଉବୁଟୁବୁ ! ମୁମ୍ବାଇ ଇଣ୍ଡିଆନ୍ସ ବସରେ ନଜର ଆସିଲେ ଜସ୍ମିନ

TAGGED:#benifits#lichi#lifestyle#mango#papaya#pineapple#pumpkin#utkal khabar#watermilon
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?