Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଅଣ୍ଡାପ୍ରେମୀଙ୍କ ପାଇଁ ବଡ ଝଟକା , ଅଧିକ ଅଣ୍ଡା ଖାଇଲେ ହୋଇପାରେ କ୍ୟାନ୍ସର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଅଣ୍ଡାପ୍ରେମୀଙ୍କ ପାଇଁ ବଡ ଝଟକା , ଅଧିକ ଅଣ୍ଡା ଖାଇଲେ ହୋଇପାରେ କ୍ୟାନ୍ସର

utkala khabar
Last updated: April 14, 2025 1:13 pm
utkala khabar
Published April 14, 2025
Share
SHARE

ସୁସ୍ଥ ଶରୀର ପାଇଁ ଲୋକେ ଅନେକ ଖାଦ୍ୟକୁ ତାଙ୍କ ଖାଇବା ରୁଟିନରେ ଆଡ୍ କରିଥାନ୍ତି । ପ୍ରୋଟିନଯୁକ୍ତ ଖାଦ୍ୟ ଉପରେ ଧ୍ୟାନ ମଧ୍ୟ ଦେଇଥାନ୍ତି । ଅଣ୍ଡାକୁ ପ୍ରୋଟିନଯୁକ୍ତ ଖାଦ୍ୟ ଭାବେ ବେଷ୍ଟ ବୋଲି ମାନାଯାଏ । ସୁସ୍ଥ ଶରୀର ଗଠନ ପାଇଁ ଛୋଟ ପିଲାଙ୍କ ଖାଦ୍ୟରେ ଅଣ୍ଡାକୁ ସାମିଲ କରିଥାନ୍ତି ବାପା ମା’ । ଅନେକ ଯୁବପିଢ଼ିର ପିଲାମାନେ ମଧ୍ୟ ନିଜ ଡାଏଟ ଲିଷ୍ଟରେ ଅଣ୍ଡାକୁ ବ୍ୟବହାର କରିଥାନ୍ତି । କେହି କେହି ଅଣ୍ଡାକୁ ବ୍ରେକଫାଷ୍ଟ, ଲଞ୍ଚ ଆଉ କେହି କେହି ତ ଡିନରରେ ଅଣ୍ଡା ଖାଇଥାନ୍ତି। ଆମକୁ ଅନେକ ସମୟରେ ଡାକ୍ତରମାନେ ମଧ୍ୟ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା କ୍ୟାନସର ଭଳି ରୋଗ ହେବାର ସମ୍ଭାବନା ଥାଏ । ତେବେ ଆସନ୍ତୁ ଏ ସମ୍ପର୍କରେ ଅଧିକ ଜାଣିବା।

ରୋଷେଇ ରେ ବିଭିନ୍ନ ପ୍ରକାରରେ ଅଣ୍ଡାକୁ ପ୍ରସ୍ତୁତ କରାଯାଇଥାଏ । ଏକ ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ, ଅଣ୍ଡା ରାସାୟନିକ ପଦାର୍ଥର ଏକ ଉତ୍ସ ହୋଇଥାଏ। ଆହୁରି ମଧ୍ୟ କୁହାଯାଇଛି ଯେ, ଭଜା ଅଣ୍ଡା ଅପେକ୍ଷା ସିଝା ଅଣ୍ଡା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଯଦି ସପ୍ତାହରେ ୩ଥରରୁ ଅଧିକ ଥର ଅଣ୍ଡା ଖାଉଛନ୍ତି ତେବେ ୭୧ ପ୍ରତିଶତ ବିପଦ ଆଶଙ୍କା ରହିଛି ।

ସୂଚନାନୁଯାୟୀ, ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ। ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ଦ୍ୱାରା ଟ୍ରାଇମେଥାଇଲାମାଇନ୍ ରେ ବଦଳାଇ ଦେଇଥାଏ । ଯାହାଫଳରେ କ୍ୟାନ୍ସର ବୃଦ୍ଧିର କାରଣ ହୋଇଥାଏ । ଯାହାକି ଟ୍ୟୁମର ଏବଂ ଲିଭର କ୍ୟାନ୍ସରର ଆଶଙ୍କାକୁ ବଢ଼ାଇଥାଏ ।

ଅଣ୍ଡା ଖାଇବା ଜରୁରୀ କିନ୍ତୁ ମାତ୍ରାରେ ନିୟନ୍ତ୍ରଣ ରଖି ଅଣ୍ଡା ଖାଇବା ଜରୁରୀ ବୋଲି ଗବେଷକମାନେ ପରାମର୍ଶ ଦେଇଛନ୍ତି । ଅଣ୍ଡା ଖାଇବା ଦ୍ୱାରା ମାଇକ୍ରୋବାୟୋମ ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ । ଅଧିକ ଅଣ୍ଡା ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ ମାତ୍ରାକୁ ମଧ୍ୟ ବଢାଇଥାଏ। ତେଣୁ ସପ୍ତାହରେ ଥରେରୁ ଦୁଇ ଥର ଅଣ୍ଡା ଖାଇପାରିବେ। ଅଣ୍ଡା ଖାଇବାର ମାତ୍ରାକୁ ନିୟନ୍ତ୍ରଣ କରିବା ଜରୁରୀ ।

You Might Also Like

ଭିଟାମିନ-ସି ଅଭାବରୁ କ’ଣ ହୁଏ? ଜାଣନ୍ତୁ

SBI ଡିଜିଟାଲ ସେବା ୩ ଘଣ୍ଟା ପାଇଁ ବନ୍ଦ, ATM ବ୍ୟବହାର ପାଇଁ ପରାମର୍ଶ

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୧୦ରୁ ୧୭ ଯାଏଁ ରାଜ୍ୟରେ ବର୍ଷା

ଭିଟାମିନ-ଡିରେ ଭରପୂର ମସରୁମ୍, ଜାଣନ୍ତୁ କିପରି ଡାଏଟରେ କରିବେ ସାମିଲ

ଏପ୍ରିଲରୁ ଜୁନ୍ ଯାଏଁ ଅଗ୍ନିବର୍ଷା; ଏବେ ଆଶ୍ଵସ୍ତି ଆଣିବ କାଳବୈଶାଖୀ

TAGGED:#utkal khabarCause CancerEgg loverLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?