Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ

utkala khabar
Last updated: April 7, 2025 1:19 pm
utkala khabar
Published April 7, 2025
Share
SHARE

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ କେତେବେଳେ ରୋଗର ଶିକାର ହୁଅନ୍ତି ତାହା ଜାଣିପାରନ୍ତି ନାହିଁ । ପରିବାର ଏବଂ କାମର ଦାୟିତ୍ୱ ମଧ୍ୟରେ ଲୋକମାନେ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଉଚିତ । ଆପଣ ନିଶ୍ଚୟ ଶୁଣିଥିବେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି । କାରଣ ଯଦି ସ୍ୱାସ୍ଥ୍ୟ ଭଲ ନାହିଁ, ତେବେ ଦୁନିଆର କୌଣସି ଜିନିଷର କିଛି ବି ଅର୍ଥ ନାହିଁ । ଏପରି ପରିସ୍ଥିତିରେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧିକାର ବିଷୟରେ ସଚେତନତା ପ୍ରସାର କରିବା ପାଇଁ ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ଯାହା ଦ୍ଵାରା ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଅସାବଧାନ ନହେବା । ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବୁ ଯାହାକୁ ଆପଣ ସୁସ୍ଥ ଜୀବନଯାପନ ପାଇଁ ଅନୁସରଣ କରିପାରିବେ । ତେବେ ଆସନ୍ତୁ ଜାଣିବା ସୁସ୍ଥ ଏବଂ ଫିଟ୍ ରହିବା ପାଇଁ କ’ଣ କରିବା ଉଚିତ ।

ଭଲ ଡାଏଟ୍ ଫଲୋ କରିବା: ଆପଣଙ୍କ ଖାଦ୍ୟ ଯେତେ ଭଲ ହେବ ଆପଣଙ୍କ ଶରୀର ସେତେ ଏଡିଜିଙ୍କ ରୋଗରୁ ଦୂରରେ ରହିବ । ଘରେ ତିଆରି ସୁସ୍ଥ ଖାଦ୍ୟ ଖାଆନ୍ତୁ । ଆପଣଙ୍କ ଖାଦ୍ୟରେ ଫାଇବର ଏବଂ ପ୍ରୋଟିନର ପରିମାଣ ବୃଦ୍ଧି କରନ୍ତୁ । ସତେଜ, ପୁଷ୍ଟିକର ଏବଂ କମ୍ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ । ଅଧିକ ତାଜା ଫଳ, ସବୁଜ ପନିପରିବା ଏବଂ ଶସ୍ୟ ଖାଆନ୍ତୁ । ଜଙ୍କଫୁଡ୍ ଏବଂ ଫାଷ୍ଟଫୁଡ୍ କମ୍ ଖାଆନ୍ତୁ । ଆପଣଙ୍କ ଖାଦ୍ୟରେ ଓମେଗା 3 ଫ୍ୟାଟି ଏସିଡ୍ ସାମିଲ କରନ୍ତୁ । ଏଥିପାଇଁ, ଆପଣଙ୍କ ଖାଦ୍ୟରେ ଚିଆ ସିଡ୍ସ ଏବଂ ବାଦାମ ଭଳି ସିଡ୍ସ ସାମିଲ କରନ୍ତୁ ।

ନିୟମିତ ବ୍ୟାୟାମ କରନ୍ତୁ: ଯଦି ଆପଣ ପ୍ରତ୍ୟେକ ବୟସରେ ନିଜକୁ ଆକ୍ଟିଭ ଏବଂ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଲାଇଫଷ୍ଟାଇଲରେ ବ୍ୟାୟାମକୁ ସାମିଲ କରନ୍ତୁ । ନିୟମିତ ବ୍ୟାୟାମ କରିବା ଦ୍ୱାରା ଆମର ରକ୍ତ ସଞ୍ଚାଳନ ଉନ୍ନତ ହୁଏ, ହୃଦୟ ସୁସ୍ଥ ରହେ ଏବଂ ଓଜନ ହ୍ରାସ ପାଏ । ଯାହା ଯୋଗୁଁ ରୋଗ ଆମ ଶରୀର ପାଖକୁ ଆସିନଥାଏ । ଏହା ବ୍ୟତୀତ ଆପଣ ଜିମ୍ ଯାଇପାରିବେ, ଚାଲିପାରିବେ କିମ୍ବା ଯୋଗ କରି ମଧ୍ୟ ନିଜକୁ ଆକ୍ଟିଭ ରଖିପାରିବେ ।

ଷ୍ଟ୍ରେସ କମ୍ କରନ୍ତୁ ଏବଂ ଅଧିକ ଶୁଅନ୍ତୁ: ଗୋଟିଏ କଥା ମନେରଖନ୍ତୁ, କମ୍ ନିଦ ଏବଂ ଅତ୍ୟଧିକ ଷ୍ଟ୍ରେସ ଆପଣଙ୍କୁ କମ ବୟସରେ ଅନେକ ରୋଗ ଦେଇପାରେ । ଆପଣ ଯେତେ କମ୍ ଷ୍ଟ୍ରେସ ନେବେ ଆପଣଙ୍କ ନିଦ ସେତେ ଭଲ ହେବ । ଯେତେବେଳେ ଆପଣ ଭଲ ନିଦ ପାଆନ୍ତି, ଆପଣଙ୍କ ଶରୀର ଏବଂ ମନ ମଧ୍ୟ ଆକ୍ଟିଭ ରହିଥାଏ ଯାହାଦ୍ୱାରା ଆପଣ ସୁସ୍ଥ ଏବଂ ଫିଟ୍ ରହିପାରିବେ ।

ପ୍ରଚୁର ପାଣି ପିଅନ୍ତୁ: ଶରୀରକୁ ସୁସ୍ଥ ରଖିବା ପାଇଁ, ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ଶରୀରକୁ ହାଇଡ୍ରେଟ୍ ରଖିବା ଗୁରୁତ୍ୱପୂର୍ଣ୍ଣ । ତେଣୁ, ଦିନକୁ ଅତି କମରେ ୮ ଗ୍ଲାସ ପାଣି ପିଅନ୍ତୁ । ଆପଣ ଯେତେ ଅଧିକ ପାଣି ପିଇବେ, ଆପଣଙ୍କ ସ୍ୱାସ୍ଥ୍ୟ ସେତେ ଭଲ ହେବ । ସକାଳେ ପ୍ରଥମେ ଖାଲି ପେଟରେ ପାଣି ପିଅନ୍ତୁ ।

ଧୂମପାନ ଏବଂ ମଦ୍ୟପାନରୁ ଦୂରରେ ରୁହନ୍ତୁ: ଯଦି ଆପଣ ବୟସ ବଢ଼ିବା ପରେ ମଧ୍ୟ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ତମାଖୁ ଉତ୍ପାଦ ବ୍ୟବହାର କରନ୍ତୁ ନାହିଁ କିମ୍ବା ମଦ୍ୟପାନ କରନ୍ତୁ ନାହିଁ ।

You Might Also Like

ପିଠିରେ ହାତ ମାରିଦେବାରୁ ମହିଳା ପ୍ରଶଂସକଙ୍କ ଉପରେ ରାଗିଗଲେ ଜୟା ବଚ୍ଚନ

୧୪ ଦିନ ପରେ ପରସ୍ପରଙ୍କୁ ଦେଖିଲେ ଅପରାଧୀ ପ୍ରେମୀଯୁଗଳ

ବିଟ ଜୁସ୍ ପିଇଲେ ଶରୀରରେ ଆଇରନ ଅଭାବ ହୋଇନଥାଏ

ଆଜିଠୁ ଯୁକ୍ତ ୨ ଖାତା ଦେଖା, ସାମିଲ ହେବେ ୧୬ ହଜାର ଅଧ୍ୟାପକ

ଏହି ଉପାୟରେ ବ୍ୟବହାର କରନ୍ତୁ ସୋରିଷ ତେଲ

TAGGED:#health tips#lifestyle#utkal khabar#world health day
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?