Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା ଜାଣନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା ଜାଣନ୍ତୁ

utkala khabar
Last updated: May 22, 2025 5:10 pm
utkala khabar
Published May 22, 2025
Share
SHARE

ବଜାରରେ କରମଙ୍ଗା ବହୁତ ସହଜରେ ମିଳିଯାଇଥାଏ । ଏହା ପ୍ରାୟ ସମସ୍ତଙ୍କ ବାଡିରେ ମିଳିଥାଏ । ଏହା ଖାଇବାକୁ ବହୁତ ସୁଆଦିଆ ଲାଗେ । ଗାଁ ଗହଳିରେ କରମଙ୍ଗା ଗଛ ଅନେକ ମାତ୍ରାରେ ଦେଖାଯାଏ । ଲୋକେ ଏହାକୁ ଏକ ସାଧାରଣ ଫଳ ଭାବି ଖାଉଥିଲେ ମଧ୍ୟ ଏହାର ପ୍ରକୃତ ଗୁଣ ବାବଦରେ ହୁଏତ ଅଜଣା ଥାନ୍ତି । ଏହା ଏକ ସାଇଟ୍ରିକ ଏସିଡ ଯୁକ୍ତ ଫଳ ହୋଇଥିବା ବେଳେ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-C ଥାଏ । ଏହା ବ୍ୟତୀତ ଏହି ଫଳ ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ । କରମଙ୍ଗାକୁ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱର ଖଣି କୁହାଯାଏ । ତାହେଲେ ଆସନ୍ତୁ ଜାଣିବା କରମଙ୍ଗା ଖାଇବାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ।

କରମଙ୍ଗା ଏକ କମ୍ କ୍ୟାଲୋରୀ ଫଳ

ଯେଉଁଥିରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ । କରମଙ୍ଗାରେ ଫାଇବର, ପ୍ରୋଟିନ୍, ଭିଟାମିନ୍ C, ଭିଟାମିନ୍ B-5, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ସୋଡିୟମ୍ ପରି ଉପାଦାନଗୁଡିକ ମିଳିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

କରମଙ୍ଗା ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍ C ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଧଳା ରକ୍ତ କଣିକାର ଉପଯୁକ୍ତ ଉତ୍ପାଦନକୁ ତିଆରି କରିଥାଏ । ଏପରି ଭାବେ ଆପଣ କମ୍ ସମୟରେ ଅସୁସ୍ଥ ହୁଅନ୍ତି । ତେବେ କରମଙ୍ଗାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଧିକ ରହିଥାଏ । ସେଥିପାଇଁ କରମଙ୍ଗା ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଵୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ହାର୍ଟ ପାଇଁ ଲାଭଦାୟକ

କରମଙ୍ଗାରେ ଭଲ ପରିମାଣର ସୋଡିୟମ୍ ଏବଂ ପୋଟାସିୟମ୍ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ଭଳି କାମ କରେ । ଏହା ରକ୍ତ ସଞ୍ଚାଳନ ଭଲ କରେ ଏବଂ ହାର୍ଟକୁ ସୁସ୍ଥ ରଖେ ।

ଓଜନ କମ କରେ

କରମଙ୍ଗା ଫାଇବରରେ ଭରପୂର । ଏହି ଫଳରେ ବହୁତ କମ୍ କ୍ୟାଲୋରୀ ଥାଏ । ଏହାକୁ ଖାଇବା ଦ୍ୱାରା ମେଟାବୋଲିଜିମ୍ ଭଲ ହୁଏ, ଓଜନ କମ ହୁଏ । କୋଷ୍ଠକାଠିନ୍ୟ ଏବଂ ପେଟ ଜନିତ ସମସ୍ୟା ମଧ୍ୟ ଏହା ଦ୍ୱାରା ଭଲ ହୋଇପାରିବ ।

ତେବେ କରମଙ୍ଗା ଖାଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଏ । ଏହା ରକ୍ତକୁ ସଫା କରିବାରେ ଏବଂ ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ । କରମଙ୍ଗାରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥିବାରୁ, ଏହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ସେଥିପାଇଁ ଯଦି ଆପଣ ଫିଟ ରହିବାକୁ ଚାହୁଁଛନ୍ତି, ତାହେଲେ ନିଜ ଡାଏଟ କରମଙ୍ଗାକୁ ସାମିଲ କରିପାରିବେ ।

You Might Also Like

ଆଜିଠୁ ପୁଣି ୪ ଦିନ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା

କେମିତି କଟିବ ଆଜିର ଦିନଟି ଜାଣନ୍ତୁ

ରିଙ୍କୁଙ୍କ ବିବାହରେ ନାଚିବେ ଶାହରୁଖ ଖାନ

ବିଟ ଜୁସ୍ ପିଇଲେ ଶରୀରରେ ଆଇରନ ଅଭାବ ହୋଇନଥାଏ

ଭାରତରେ ମିଳୁଛି ଏହି ଶସ୍ତା କାର୍ Maruti Suzuki Alto K10

TAGGED:#benefits#health#health tips#UTKALA KHABARLifestyle newsStar Fruits
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?