Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜମ୍ମୁ କଶ୍ମୀରରେ ଫସିଛନ୍ତି ପୁଣେର ୫୦୦ରୁ ଅଧିକ ପର୍ଯ୍ୟଟକ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଜମ୍ମୁ କଶ୍ମୀରରେ ଫସିଛନ୍ତି ପୁଣେର ୫୦୦ରୁ ଅଧିକ ପର୍ଯ୍ୟଟକ

utkala khabar
Last updated: April 24, 2025 11:54 am
utkala khabar
Published April 24, 2025
Share
SHARE

ଜମ୍ମୁ-କଶ୍ମୀର ୨୪/୪ : ଜମ୍ମୁ-କଶ୍ମୀରର ପହଲଗାମରେ ଆକ୍ରମଣକୁ ନେଇ ସମଗ୍ର ଦେଶ ପ୍ରତିଶୋଧ ନିଆଁରେ ଜଳୁଛି । ପର୍ଯ୍ୟଟକ କଶ୍ମୀର ଛାଡୁଥିବା ବେଳେ ମହାରାଷ୍ଟ୍ର ପୁଣେର ୫୦୦ରୁ ଅଧିକ ପର୍ଯ୍ୟଟକ ଜମ୍ମୁ କଶ୍ମୀରରେ ଫସିଛନ୍ତି ।

ପୁଣେର ଉର୍ଜା ଫାର୍ମରେ କାମ କରୁଥିବା ଗିରିଶ ନାଇକୱାଡି କହିଛନ୍ତି, ୧୪ ଜଣିଆ ଗ୍ରୁପ ସହିତ ଜମ୍ମୁ କଶ୍ମୀର ଯାଇଥିଲେ କିନ୍ତୁ ଏହି ଘଟଣା ପରେ ଯାତ୍ରାକୁ ଅଧାରେ ରଖି ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ କହିଛନ୍ତି, ଆମ୍ଭେମାନେ ଯାତ୍ରା ଜାରି ରଖିବା ସ୍ଥିତିରେ ନାହୁଁ । ଖୁବଶୀଘ୍ର ପୁଣେ ଫେରିବାକୁ ଚାହୁଁଛୁ। ଆମ ସହିତ ଛୋଟ ପିଲା ରହିଛନ୍ତି । ପହଲଗାମ ଆତଙ୍କୀ ହମଲା କାରଣରୁ ଲୋକେ ନିଜର ବୁକିଂ କ୍ୟାନସଲ କରି ଦେଇଛନ୍ତି। ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକମାନଙ୍କୁ ଟୁର ଟ୍ରାଭେଲର ମନାଉଥିବା ଦେଖିବାକୁ ମିଳିଛି।

ଆକ୍ରମଣ ସମୟରେ ଆମ ଗ୍ରୁପ ପ୍ରାୟ ୫୦ କିମି ଦୂର ଗୁଲମାର୍ଗରେ ରହିଥିଲୁ । ଆକ୍ରମଣ ବିଷୟରେ ଜାଣିବା ପରେ ଆମେ କୌଣସି ପ୍ରକାରରେ ଶ୍ରୀନଗରରେ ପହଞ୍ଚିଥିଲୁ । ଆରମ୍ଭରୁ ଆମେ ଶ୍ରୀନଗରରୁ ଅମୃତସର ଯିବାକୁ ପ୍ଲାନ୍ କରିଥିଲୁ, କିନ୍ତୁ ଆମ ଗ୍ରୁପ ଏବେ କୌଣସି ସ୍ଥାନକୁ ଯିବାକୁ ଚାହୁଁନାହିଁ ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମରେ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୨୫ ଭାରତୀୟଙ୍କ ସହିତ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଲସ୍କର-ଏ-ତୋଏବାର ପ୍ରକ୍ସୀ ୱିଙ୍ଗ ଦ ଟିଆରଏଫ ନିଜକୁ ଦାୟୀ କରିଛି । ଜମ୍ମୁ କଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା ।

You Might Also Like

ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ନିଶ୍ଚିତ

ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

ପ୍ରଥମେ କାହା ପାଖରେ ଥିଲା କୋହିନୂର ହୀରା? ଜାଣନ୍ତୁ ଏହାର ପୂରା ଇତିହାସ

ପ୍ରଥମ କ୍ଵାଲିଫାୟରରେ ପଞ୍ଜାବକୁ ସହଜରେ ହରାଇଲା ବାଙ୍ଗାଲୁରୁ , ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ

ଆଜି ପବିତ୍ର ଶୀତଳ ଷଷ୍ଠୀ : ମହାଦେବ ସାଜିବେ ବର, ମାତା ପାର୍ବତୀ ସାଜିବେ କନିଆ

TAGGED:#UTKALA KHABAR500 touristsjammu kashmirNational newsPahalgam terror attackPune
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?