Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

utkala khabar
Last updated: May 9, 2025 10:49 am
utkala khabar
Published May 9, 2025
Share
SHARE

ଚଣ୍ଡୀଗଡ଼ ୦୯/୫ :  ଚଣ୍ଡିଗଡ଼ରେ ପୁଣି ବାଜିଲା ସାଇରନ। ପଞ୍ଜାମ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍। ଚଣ୍ଡିଗଡ଼ରେ ଡ୍ରୋନ୍ ଆକ୍ରମଣ ଆଶଙ୍କା ଥିବାରୁ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଘରର ବାଲକୋନୀରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଘରର ଝରକା କବାଟ ବନ୍ଦ ରଖିବାକୁ କୁହାଯାଇଛି । ଘଟଣା ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା । ସକ୍ରିୟ ହେଲା ସମସ୍ତ ଏୟାର ଡିଫେନ୍ସ ସିଷ୍ଟମ । ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍‌ କରିଛି ପ୍ରଶାସନ ।

ଅନ୍ୟପଟେ ବର୍ତ୍ତମାନ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ, ଏଣୁ ଏଭଳି ସମୟରେ ସେନାର ନିର୍ଦ୍ଦେଶ ମାନି ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍‌ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ପିଓକେରେ ପଶି ଅପରେସନ କରିଥିଲା ଭାରତୀୟ ସେନା । ଡ୍ରୋନ୍‌ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ ।

କିନ୍ତୁ ୫୦ରୁ ଅଧିକ ଡ୍ରୋନ୍‌ ଖସାଇ ଦେଇଥିଲା ଭାରତୀୟ ସେନା । ଏହା ସହିତ ପାକିସ୍ତାନର ୪ଟି ଫାଇଟର୍‌ ଜେଟ୍‌କୁ ବି ମାଟି ମିଶାଇ ଦିଆଯାଇଛି । ଜଣେ ପାକିସ୍ତାନ ପାଇଲଟ୍‌କୁ ଜୀବନ୍ତ ଧରିବାରେ ସକ୍ଷମ ହୋଇଛି ଭାରତୀୟ ସେନା ।

You Might Also Like

ମିଆଁମାର ଭୂମିକମ୍ପ ; ମୃତ୍ୟୁସଂଖ୍ୟା ୨୭୦୦ ପାର, ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ

ରାତିରେ ଲାଇଟ୍ ଲଗେଇକି ଶୋଉଛନ୍ତି କି? ହୋଇଯାଆନ୍ତୁ ସତର୍କ

କିଟରେ ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟରେ ଖେଳିଯାଇଛି ଚାଞ୍ଚଲ୍ୟ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ

ଏୟାର କୁଲର ଅଫର, ଏହି କୁଲରଗୁଡିକ ମଧ୍ୟ ଏସିକୁ ଦେବ କଡ଼ା ଟକ୍କର

TAGGED:#chandigard#UTKALA KHABARAir raid sirenNational news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?