Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ପର୍ଯ୍ୟଟକଙ୍କ ପତ୍ନୀ ଓ ପୁଅଙ୍କୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ପର୍ଯ୍ୟଟକଙ୍କ ପତ୍ନୀ ଓ ପୁଅଙ୍କୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ

utkala khabar
Last updated: April 23, 2025 5:56 pm
utkala khabar
Published April 23, 2025
Share
SHARE

ଶ୍ରୀନଗର ୨୩/୪ : ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କୁ ଭେଟିଲା ସାଂସଦ ଅପରାଜିତା ଷଡଙ୍ଗୀ । ଶ୍ରୀନଗରରେ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ଅପରାଜିତା ।

ସେପଟେ ଆଜି ଓଡ଼ିଶା ମାଟିରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ଅପରାହ୍ନରେ ଶ୍ରୀନଗରରୁ ୨ଟା ୩୫ମିନିଟରେ ଓଡ଼ିଶା ଅଭିମୁଖେ ବାହାରିବ ମୃତଦେହ । ଦିଲ୍ଲୀ ଦେଇ ୯ ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମରଶରୀର ।  ଏହା ପରେ ଭୁବନେଶ୍ୱରରୁ ପୁଣି ବାଲେଶ୍ୱର ସ୍ଥିତ ତାଙ୍କ ବାସଭବନକୁ ନିଆଯିବ ପ୍ରଶାନ୍ତଙ୍କ ମୃତଦେହ । ପ୍ରଶାନ୍ତଙ୍କ ମୃତୁ୍ୟକୁ ନେଇ ରେମୁଣା ସାରଗାାଁରେ ଶୋକାକୂଳ ପରିବେଶ ଖେଳିଯାଇଛି ।

ସୂଚନା ଅନୁସାରେ ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ପର୍ଯ୍ୟଟକ । ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ । ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୋଲିସ ସ୍ପଷ୍ଟ କରିଛି । ଆତଙ୍କୀଙ୍କ ଗୁଳିରେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ସାରଗାଁ ଗ୍ରାମପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।

 

 

You Might Also Like

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଜାଣନ୍ତୁ କେତେ ରହିଛି ?

ତୁର୍କୀ ସହ ସମସ୍ତ ସମ୍ପର୍କ କାଟିବା ପାଇଁ ସାମାଜିକ ଗଣମାଧ୍ୟମରେ ଅପିଲ୍

ଦେଶରେ ୨୭ ଶହ କରୋନା ମାମଲା ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୨

ଚାରି ଅଭିଯୁକ୍ତ ସ୍ୱୀକାର କଲେ ନିଜର ଅପରାଧ , ସୋନମ ମାଷ୍ଟରମାଇଣ୍ଡ

ଖୁବଶୀଘ୍ର ଆରମ୍ଭ ହେବ ଇଣ୍ଡିଆନ ପ୍ରିମିଆର ଲିଗ ୨୦୨୫ ମ୍ୟାଚ

TAGGED:#UTKALA KHABARAparajita SadangiBhubaneswar MPPresant's wife
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?