ଭାରତ ୧୫/୫ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପାସ୍ ହାର ୯୩.୬୬ % ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ପିଲାମାନେ ସେମାନଙ୍କର ରୋଲ୍ ନମ୍ବର, ଜନ୍ମ ତାରିଖ ପ୍ରଦାନ କରି ରେଜଲ୍ଟ ଦେଖିପାରିବେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିମ୍ନଲିଖିତ ଲିଙ୍କରେ ଚେକ୍ କରିପାରିବେ ।ଚଳିତବର୍ଷ ସିବିଏସଇ ପରୀକ୍ଷା ୪୨ ଲକ୍ଷରୁ ଅଧିକ ଛାତ୍ର ଦେଇଛନ୍ତି । ଏଥିରେ ୨୪.୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସିବିଏସ୍ଇ ଦଶମ ପରୀକ୍ଷା ଗତ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧ ଯାଏ ହୋଇଥିଲା ।
ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପରେ ହେବାକୁ ଥିବା ପୁନଃମୂଲ୍ୟାଙ୍କନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ଅଧିକ ପାରଦର୍ଶିତା ଏବଂ ଆତ୍ମନିର୍ଭରତା କରିବା ପାଇଁ ମୂଳ ଲକ୍ଷ୍ୟ । ଏବେ ପିଲାମାନେ ପରୀକ୍ଷାର୍ଥୀ ନିଜର ଉତ୍ତର ପୁସ୍ତିକାର ଫଟୋକପି ଦେଖିପାରିବେ, ଏହାପରେ ପୁନଃ-ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।ନୂଆ ପ୍ରଣାଳୀ ପାଇଁ ଛାତ୍ରଛାତ୍ରୀ ପ୍ରଥମେ ସିବିଏସଇ ଠାରୁ ନିଜର ଉତ୍ତର ପୁସ୍ତିକାର ଫଟୋକପି ଆଣିବାକୁ ହେବ । ଏହାପରେ କେଉଁ ଉତ୍ତରରେ କେତେ ମାର୍କ ମିଳିଛି, ଆଉ କେଉଁ ପ୍ରଶ୍ନରେ କେତେ କଟିଛି, ତାହା ଦେଖିବା ପରେ ପୁଣି ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।