Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚାରଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଲା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଚାରଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଲା

utkala khabar
Last updated: April 28, 2025 4:34 pm
utkala khabar
Published April 28, 2025
Share
SHARE

ଉତ୍ତରାଖଣ୍ଡ ୨୮/୪ :  ଉତ୍ତରାଖଣ୍ଡ ଚାରଧାମ ଯାତ୍ରା ଆଉ ୨ ଦିନ ପରେ ଆରମ୍ଭ ହେବ । ଏଥିପାଇଁ ଆଜିଠାରୁ ଅଫଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ରେଜିଷ୍ଟ୍ରେସନ ପାଇଁ ସକାଳୁ  ହରିଦ୍ଵାରରେ ଶ୍ରଦ୍ଧାଳୁ ଲାଇନ ଲଗାଇଛନ୍ତି । ଏଥିପାଇଁ ୨୦ଟି ଫ୍ରି ରେଜିଷ୍ଟ୍ରେସନ କାଉଣ୍ଟର ଖୋଲାଯାଇଛି । ଚାରଧାମ ଯାତ୍ରା ୩୦ ଏପ୍ରିଲରୁ ଆରମ୍ଭ ହେଉଛି । ଏହି ଦିନ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କପାଟ ଖୋଲିବ । କେଦାରନାଥ ଧାମ କପାଟ ୨ ମଇରେ ଖୋଲିବାକୁ ଥିବା ବେଳେ ବଦ୍ରିନାଥ ଧାମ କପାଟ ୪ ମଇରେ ଖୋଲିବ । ଚାରଧାମ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ।ଚାରଧାମ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ । ଏଥିପାଇଁ ସରକାର ହରିଦ୍ଵାର, ଡେରାଡୁନ, ଋଷିକେଶ, ଚମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀ ଜିଲ୍ଲାର ୫୦ରୁ ଅଧିକ ରେଜିଷ୍ଟ୍ରେସନ ସେଣ୍ଟର କରିଛନ୍ତି । ଏହିସବୁ ସ୍ଥାନରେ ଶ୍ରଦ୍ଧାଳୁ ଯାତ୍ରା କରିବା ପୂର୍ବରୁ ରେଜିଷ୍ଟ୍ରେସନ କରିପାରିବେ ।

ହରିଦ୍ଵାର  ଜିଲ୍ଲାର ପର୍ଯ୍ୟଟକ ଅଧିକାରୀ ସୁଶୀଲ ନଟିୱାଲ କହିଛନ୍ତି, ଚାରଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ସୁବିଧା ଆଜିଠାରୁ ଆରମ୍ଭ ହୋଇଛି । ପର୍ଯ୍ୟଟକଙ୍କ ପାଇଁ ୨୦ଟି କାଉଣ୍ଟର ଖୋଲାଯାଇଛି । ଏଥିରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ ବିଦେଶୀ ନାଗରିକଙ୍କ ପାଇଁ ଅଲଗା ଅଲଗା କାଉଣ୍ଟର ରହିଛି । ଆଜି ରେଜିଷ୍ଟ୍ରେସନର ପ୍ରଥମ ଦିନ । ରେଜିଷ୍ଟ୍ରେସନ ସୀମା ୧୦୦୦ ଯାଏଁ ରହିଛି । ଅର୍ଥାତ୍ ପ୍ରତିଦିନ ୧୦୦୦ ଲୋକ ରେଜିଷ୍ଟ୍ରେସନ କରିପାରିବେ ।

ରେଜିଷ୍ଟ୍ରେସନ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ :

ଆଧାର କାର୍ଡ
ମୋବାଇଲ ନମ୍ବର
ଯଦି କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ରହିଛି, ତେବେ ମେଡିକାଲ ପ୍ରମାଣପତ୍ର

ଗତବର୍ଷ ୪୮ ଲକ୍ଷ ଶ୍ରଦ୍ଧାଳୁ ଚାରଧାମ ଯାତ୍ରା କରିଥିଲେ । ହେଲେ ଏଥିପାଇଁ ୬୫ ଲକ୍ଷ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରିଥିଲେ । ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ । ହରିଦ୍ୱାର ଓ ଋଷିକେଶରେ ୨୦-୨୦ଟି ଏବଂ ବିକାଶନଗରରେ ୧୫ଟି ଅଫଲାଇନ୍ ପଞ୍ଜିକରଣ କାଉଣ୍ଟର ଖୋଲାଯିବ ।

You Might Also Like

ପ୍ରଥମେ କାହା ପାଖରେ ଥିଲା କୋହିନୂର ହୀରା? ଜାଣନ୍ତୁ ଏହାର ପୂରା ଇତିହାସ

ଉର୍ବଶୀ ରାଉତେଲାଙ୍କ ବୟାନ ଦ୍ୱାରା ଧାର୍ମିକ ଭାବନାକୁ ଆଘାତ

ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ

ଅଧ କପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କଣ କରିବେ…

TAGGED:#UTKALA KHABARChardham yatraoffline registration
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?