ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ SBI ଆଣିଛି ବଡ଼ ଖବର । ଆପଣଙ୍କର ଯଦି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଅଛି, ଆଉ ଆପଣ SBI ର ATM କାର୍ଡ ବ୍ୟବହାର କରୁଛନ୍ତି । ତେବେ ଆପଣଙ୍କ ପାଇଁ ଏହି ଖବର ବେଶ ଗୁରୁତ୍ବପୂର୍ଣ୍ଣ । କାହିଁକି ନା ATM କାର୍ଡ ବ୍ୟବହାର ନିୟମରେ ବଡ଼ ପରିବର୍ତ୍ତନ କରିଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ।
ଆପଣମାନଙ୍କୁ କହିରଖୁଛୁ ଯେ SBI ATM ରୁ ଟଙ୍କା ୱିଡ୍ରାଲ୍ ଲିମିଟରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଦେଶର ସାର୍ବଜନୀନ ସେକ୍ଟରର ବ୍ୟାଙ୍କ୍ ଏହି ପରିବର୍ତ୍ତନ ATM ଚାର୍ଜ ଷ୍ଟ୍ରକ୍ଚରକୁ ସହଜ କରିବା ଏବଂ ଡିଜିଟାଲ୍ ବ୍ୟାଙ୍କିକୁ ପ୍ରୋତ୍ସାହିତ କରିବା ଲକ୍ଷରେ ଏହି ପରିବର୍ତ୍ତନ କରାଯାଇଛି । ଯେଉଁଥିରେ SBI ଏବଂ ଅନ୍ୟାନ୍ୟ ବ୍ୟାଙ୍କ୍ ATM ରେ ଫାଇନାନସିଆଲ ଏବଂ ନନ୍-ଫାଇନାନସିଆଲ୍ ଟ୍ରାଞ୍ଜାକ୍ସନକୁ ପ୍ରଭାବିତ କରିବ । ଏଥି ସହ ଏହି ନିୟମ ୧ ଫେବୃଆରୀ ୨୦୨୫ ରେ କାର୍ଯ୍ୟକାରୀ ହୋଇଥିଲା ।
ପୂର୍ବରୁ SBI ରୁ ଏକ୍ସଟ୍ରା ଟ୍ରାଞ୍ଜାକ୍ସନ ପାଇଁ ୨୧ ଟଙ୍କା ସହିତ ଜିଏସଟି ଚାର୍ଜ କରୁଥିଲା । କିନ୍ତୁ ନିୟମ ପରିବର୍ତ୍ତନ କରିବା ପରେ, ଯଦି ଆପଣ ଅନ୍ୟ ବ୍ୟାଙ୍କର ATM ରୁ ସର୍ବାଧିକ ଟ୍ରାଞ୍ଜାକ୍ସନ ଲିମିଟ୍ ଅତିକ୍ରମ କରନ୍ତି, ତେବେ ଆପଣଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ । SBI ର ନୂଆ ନିୟମ ଅନୁସାରେ, ସେଭିଂ ଆକାଉଣ୍ଟରେ ଆଭରେଜ୍ ମନ୍ଥଲି ବାଲାନ୍ସ ଅନୁସାରେ ATM ଫ୍ରି ଟ୍ରାଞ୍ଜାକ୍ସନ ମିଳିବ । ମେଟ୍ରୋ ହେଉ କିମ୍ବା ଅନ୍ୟ ସହର, ସବୁ ଆକାଉଣ୍ଟଧାରୀଙ୍କୁ ଏସବିଆଇ ଏଟିଏମରୁ ମାଗଣା ୧୦ ଥର ଟ୍ରାଞ୍ଜାକ୍ସନ ମିଳିବ । ସେହିପରି ଅନ୍ୟ ATM ରୁ SBI ର ଗ୍ରାହକମାନେ ମାଗଣାରେ ୫ ଥର ଟ୍ରାଞ୍ଜାକ୍ସନ କରିପାରିବେ । ଯଦି ଏହି ଲିମିଟ୍ କ୍ରସ୍ ହୁଏ, ତେବେ ଏଥିପାଇଁ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ ।
ଏଥି ସହ ଯଦି ସେଭିଙ୍ଗ ଆକାଉଣ୍ଟ ହୋଲଡର ଆଭରେଜ୍ ମନ୍ଥଲି ବାଲାନ୍ସ ୨୫,୦୦୦ ଏବଂ ୫୦,୦୦୦ ଟଙ୍କା ମଧ୍ୟରେ ରଖନ୍ତି, ତେବେ ତାଙ୍କୁ ଅନ୍ୟ ବ୍ୟାଙ୍କର ATM ରୁ ୫ଟି ଫ୍ରି ଟ୍ରାଞ୍ଜାକ୍ସନ୍ ଲିମିଟର ସୁବିଧା ମିଳିବ । ଯଦି କେହି ୧୦,୦୦,୦୦ ଟଙ୍କା ପର୍ଯ୍ୟନ୍ତ ରଖନ୍ତି, ତେବେ ତାଙ୍କୁ SBI ଏବଂ ଅନ୍ୟ ବ୍ୟାଙ୍କ ATM ରୁ ଅନଲିମିଟେଡ୍ ଫ୍ରି ଟ୍ରାଞ୍ଜାକ୍ସନର ସୁବିଧା ମିଳିବ ।
ଫ୍ରି ATM ଟ୍ରାଞ୍ଜାକ୍ସନରେ ମନ୍ଥଲି ଲିମିଟ୍ ଅତିକ୍ରମ କରିବା ପରେ, SBI ଯେକୌଣସି ସ୍ଥାନରେ ହେଉନା କାହିଁକି, ATM ରେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୧୫ ଟଙ୍କା + GST ର ଶୁଳ୍କ ଲଗାଇବ । ଏଥି ସହ ଅନ୍ୟ ବ୍ୟାଙ୍କର ATM ରେ ଟ୍ରାଞ୍ଜାକ୍ସନ ପାଇଁ ଏହି ଶୁଳ୍କ ୨୧ ଟଙ୍କା + GST ପ୍ରତି ଟ୍ରାଞ୍ଜାକ୍ସନ୍ ରହିଛି । ଯାହା ମେଟ୍ରୋ ସହର ସମେତ୍ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଲାଗୁ ହେବ ।
SBI ବାଲାନ୍ସ ଇନକ୍ୱାରୀ, ମିନି ଷ୍ଟେଟମେଣ୍ଟ ଭଳି ସେବା ପାଇଁ କୌଣସି ଚାର୍ଜ କରିନଥାଏ । ହେଲେ ଯଦି ଆପଣ ଏହି ସବୁ ସେବା ଅନ୍ୟ ଏଟିଏମରୁ ଉଠାଉଛନ୍ତି, ତେବେ ଆପଣଙ୍କୁ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୧୦ ଟଙ୍କା ସହିତ ଜିଏସଟି ଦେବାକୁ ପଡିବ । ଏହାସହ ଟଙ୍କା ନଥିବାରୁ ଯଦି ଆପଣଙ୍କର ଟ୍ରାଞ୍ଜାକ୍ସନ ଫେଲ୍ ହେଉଛି, ତେବେ ଏଥିପାଇଁ ଜରିମାନା ବାବଦରେ ୨୦ ଟଙ୍କା ଚାର୍ଜ କରିବ SBI । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ନୂଆ ନିୟମ ଆସନ୍ତା ମେ ମାସ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ଯାହାକି SBI ର ପ୍ରତ୍ୟେକ ୟୁଜର୍ସ ଜାଣି ରଖିବା ଉଚିତ୍ ।