Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପାକିସ୍ତାନକୁ IMF ପାଣ୍ଠିର ସହାୟତା ପ୍ରଦାନ କଲା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ପାକିସ୍ତାନକୁ IMF ପାଣ୍ଠିର ସହାୟତା ପ୍ରଦାନ କଲା

utkala khabar
Last updated: May 10, 2025 11:37 am
utkala khabar
Published May 10, 2025
Share
SHARE

IMFକୁ ପାକିସ୍ତାନ ମାଗିଲା ଭିକ । ପାକିସ୍ତାନକୁ ୧ ବିଲିୟନ ଡଲାର ବେଲଆଉଟ ପ୍ୟାକେଜର ଘୋଷଣା କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(IMF) । ପାକିସ୍ତାନ ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ଦିନ ତୁରନ୍ତ ସହାୟତା ପ୍ରଦାନ କରିଛି IMF ପାଣ୍ଠି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପୂର୍ବରୁ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ଦ୍ଵାରା ପାକିସ୍ତାନକୁ ପ୍ରସ୍ତାବିତ ୧.୩ ବିଲିୟନ ଡଲାରର ବେଲଆଉଟ୍ ପ୍ୟାକେଜ ଦିଆଯିବା ଉପରେ ଭାରତ ମତ ଦେବାରୁ ବିରତ ରହିଥିଲା । IMFର ଏପରି କାର୍ଯ୍ୟକଳାପରେ ନିନ୍ଦା ପ୍ରକାଶ କରିଥିଲା ଭାରତ । ଏହା ମଧ୍ୟ କହିଥିଲା ଯେ, ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ଖରାପ ବିନିମୟ କରୁଛି । ଏହାରି ମଧ୍ୟରେ ମେ ୯ ୱାଶିଂଟନରେ IMF ବୈଠକରେ ଭାରତ ନିଜର ଯୁକ୍ତି ଉପସ୍ଥାପନା କରିଥିଲା । ଯେଉଁଥିରେ କୁହାଯାଇଛି ଯେ, ବାରମ୍ବାର ପାକିସ୍ତାନକୁ ସହାୟତା ରାଶି ଦିଆଯିବା ଦ୍ଵାରା ପାକିସ୍ତାନ IMF ଠାରେ ଋଣି ହୋଇଛି । ଆହୁରି ମଧ୍ୟ ରିପୋର୍ଟରେ ଉପସ୍ଥାପନା କରାଯାଇଛି ଯେ IMF ରାଜନୈତିକ କାରଣରୁ ପାକିସ୍ତାନକୁ ସାହାଯ୍ୟ କରୁଛି ବୋଲି କୁହାଯାଇଛି ।

ଅନ୍ୟପଟେ IMF ଦେଉଥିବା ସହାୟତା ଦ୍ଵାରା ଏହାର ଅପବ୍ୟବହାର କରାଯାଉଛି ବୋଲି ଦାବି କରିଛି ଭାରତ । ଏହି ଆର୍ଥିକ ସହାୟତା ଦ୍ଵାରା ଲସ୍କର-ଏ-ତୋଏବା ଏବଂ ଜୈଶ-ଏ- ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରାଯାଉଛି । ଯାହା ପରେ ଭାରତ ଉପରେ ଆକ୍ରମଣ କରୁଛନ୍ତି ଆତଙ୍କୀ ।

ଏହା ବ୍ୟତୀତ ଦାରିଦ୍ରତା ଏବଂ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ IMFର ସହାୟତା ଉପରେ ପାକିସ୍ତାନ ନିର୍ଭରଶୀଳ । ଏହି ମାମଲାରେ ଭାରତ କହିଛି ଯେ, ସହାୟତା ପୂର୍ବରୁ ପ୍ରଥମେ IMF ତଦାରଖ କରିବା ଉଚିତ୍ । ନଚେତ୍ ଉଚିତ୍ ପଦକ୍ଷେପ ନ ନେବା ଦ୍ଵାରା  ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ବିପଦ ସୃଷ୍ଟି ହେବ ।

You Might Also Like

ଚମୋଲିରେ ଖାଇକୁ ଖସିଲା କାର୍, ୫ ମୃତ

ସ୍ନେକ୍ ହେଲ୍ପଲାଇନ ସହାୟତାରେ ସାପକୁ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା

ତେଜିବାରେ ଲାଗିଛି ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ

ମ୍ୟାଚ୍‌କୁ ଜିତି ମୁମ୍ବାଇର କ୍ଵାଲିଫାୟର-୨ରେ ପଞ୍ଜାବ ସହ ମୁକାବିଲା

ପହଲଗାମରେ ପହଞ୍ଚିଲା NIA ଟିମ୍, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

TAGGED:#UTKALA KHABARIndia-pakisthan warInternatioanl NewsInternational Monetary Fund
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?