Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆମେରିକା-ଚୀନ୍‌ ମଧ୍ୟରେ ତୀବ୍ର ହେଲା ବାଣିଜ୍ୟ ଯୁଦ୍ଧ, ଡ୍ରାଗନ ଉପରେ ୧୦୪% ଟାରିଫ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଆମେରିକା-ଚୀନ୍‌ ମଧ୍ୟରେ ତୀବ୍ର ହେଲା ବାଣିଜ୍ୟ ଯୁଦ୍ଧ, ଡ୍ରାଗନ ଉପରେ ୧୦୪% ଟାରିଫ୍

utkala khabar
Last updated: April 9, 2025 11:32 am
utkala khabar
Published April 9, 2025
Share
SHARE

ୱାଶିଂଟନ,୦୯/୦୪: ବିଶ୍ୱର ଦୁଇ ପ୍ରମୁଖ ଅର୍ଥବ୍ୟବସ୍ଥା ଆମେରିକା ଏବଂ ଚୀନ୍‌ ମଧ୍ୟରେ ତୀବ୍ରତର ହୋଇଛି ବାଣିଜ୍ୟ ଯୁଦ୍ଧ । ଉଭୟ ପରସ୍ପର ବିରୋଧରେ ପାଲଟା ଶୁଳ୍କ ହମ୍‌ଲା କରିଚାଲିଛନ୍ତି । ହ୍ୱାଇଟ୍‌ ହାଉସ୍‌ ସୂଚନା ମୁତାବକ, ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବାଣର କଡ଼ା ଜବାବ ଦେଇଥିବା ଚୀନ୍‌ର ସାମଗ୍ରୀ ଉପରେ ଏବେ ୧୦୪%ର ଟାରିଫ୍‌ ଲଗାଇବ ଟ୍ରମ୍ପ ପ୍ରଶାସନ । ମଙ୍ଗଳବାର ମଧ୍ୟରାତ୍ରରୁ ଏହାକୁ ଲାଗୁ କରାଯାଇଛି ।

ଏଥିସହ ବିଶ୍ୱ ବାଣିଜ୍ୟ ଯୁଦ୍ଧ ଅଧିକ ଭୟଙ୍କର ହେବାକୁ ଯାଉଥିବା ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ, ଟ୍ରମ୍ପଙ୍କ ଶୁଳ୍କନୀତି ବିରୋଧରେ ସ୍ୱର ଉଠାଇଛନ୍ତି ଟେସ୍‌ଲା ସିଇଓ ଏଲନ୍‌ ମସ୍କ । ପ୍ରଥମେ ବ୍ୟବସାୟ, ପରେ ବନ୍ଧୁତ୍ୱ । ଟେସ୍‌ଲା ସିଇଓ ମସ୍କ ଏବେ ଉକ୍ତ ଦିଗରେ ବଢୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନରେ ସରକାରୀ ଦକ୍ଷତା ବିଭାଗ ମୁଖ୍ୟ ମସ୍କଙ୍କ ମଧ୍ୟରେ କୁହୁଳିଲାଣି ବିବାଦ । ବିବାଦ ଟ୍ରମ୍ପଙ୍କ ଶୁଳ୍କନୀତିକୁ ନେଇ ।

ଚୀନ୍‌ ଉପରେ ଲଗାଯାଇଥିବା ଟାରିଫ୍‌କୁ ନେଇ ଚିନ୍ତାରେ ମସ୍କ । ଏହା ଯୋଗୁ ତାଙ୍କ କମ୍ପାନି ଟେସ୍‌ଲାର ବ୍ୟବସାୟ ପ୍ରଭାବିତ ହେଉଥିବା ସେ ଦର୍ଶାଇଛନ୍ତି । ଏହାସହିତ ଶୁଳ୍କକୁ ହଟାଇବା ପାଇଁ ସେ ଅନୁରୋଧ କରିଥିବାବେଳେ ଟ୍ରମ୍ପ ଏହାକୁ ଖାରଜ କରିଦେଇଥିବା ଏକ ଗଣମାଧ୍ୟମ ରିପୋର୍ଟକୁ ଜଣାପଡ଼ିଛି । ମସ୍କ ମୁକ୍ତ ବାଣିଜ୍ୟ ନୀତି ସପକ୍ଷରେ ସ୍ୱର ଉଠାଇଥିବାବେଳେ ଟ୍ରମ୍ପଙ୍କ ଆକ୍ରାମକ ବାଣିଜ୍ୟ ନୀତିକୁ ଦୃଢ଼ ସମାଲୋଚନା କରୁଛନ୍ତି । ଟ୍ରମ୍ପଙ୍କ ଟାରିଫ୍‌ ନୀତିକୁ ସେ ଅବ୍ୟବହାରିକ କହିଛନ୍ତି । ଯେସାକୁ ତେସା ଶୁଳ୍କ ନୀତି ଘୋଷଣା ହେବା ପରେ ଏଲନ୍‌ ମସ୍କଙ୍କ ନେଟ୍‌ ସମ୍ପତ୍ତି ପ୍ରାୟ ୯୪ ହଜାର କୋଟି ଟଙ୍କା ହ୍ରାସ ପାଇଛି ।

ମସ୍କ ଏହାକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରୁଥିବାବେଳେ ଟ୍ରମ୍ପ ଜିଦିରେ ଅଟଳ । କୌଣସି ରାଷ୍ଟ୍ର ଉପରେ ଶୁଳ୍କକୁ ରୋକାଯିବ ନାହିଁ ବୋଲି ସେ କହିଛନ୍ତି । ବର୍ତ୍ତମାନ ମସ୍କ ଖୋଲାଖୋଲି ଭାବେ ଟ୍ରମ୍ପ ପ୍ରଶାସନର ଶୁଳ୍କନୀତିକୁ ବିରୋଧ କରୁଛନ୍ତି । ଏହାକୁ ନେଇ ସେ ହ୍ୱାଇଟ୍‌ ହାଉସ୍‌ର ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋଙ୍କ ବିରୋଧରେ ଅନ୍‌ଲାଇନ୍‌ ବିଦ୍ରୋହ ଆରମ୍ଭ କରିଛନ୍ତି । ଟେସ୍‌ଲା ସିଇଓ ଜଣେ କାର ନିର୍ମାତା ନୁହେଁ ବରଂ କାର୍‌ ଆସେମ୍ବ୍ଲର  ।

ଏହାଛଡ଼ା କମ୍ପାନି ବିଦେଶୀ ଉପକରଣ ଉପରେ ଅଧିକ ନିର୍ଭରଶୀଳ ବୋଲି ନାଭାରୋ କହିଥିବାବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମସ୍କ । କାର୍‌ସ ଡଟ୍‌ କମ୍‌ର ଆମେରିକାନ୍‌-ମେଡ୍‌ ସୂଚକାଙ୍କର ଡାଟା ସେୟାର କରି ମସ୍କ ଜବାବ ରଖିଛନ୍ତି ଯେ, ଶୀର୍ଷ-୪ ଆମେରିକାନ୍‌-ମେଡ୍‌ କାର ହେଉଛି ଟେସ୍‌ଲାର । ଏହି ମଡେଲଗୁଡ଼ିକ ହେଲା ମଡେଲ ୱାଇ, ମଡେଲ୍‌ ୩, ମଡେଲ୍‌ ଏକ୍ସ ଏବଂ ମଡେଲ୍‌ ଏସ୍‌ । ନାଭାରୋ ଯାହା କହିଛନ୍ତି ସବୁ ମିଛ । ତାଙ୍କ ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ କରାଯାଉ ।

 

You Might Also Like

ଆମେରିକାରେ ବଢୁଛି ମହାମାରୀ H5N1 ଭାଇରସ

ଚୀନ ଉପରେ ୫୦ପ୍ରତିଶତ ଅତିରିକ୍ତ ଟାରିଫ, ଖୋଲା ଚେତାବନୀ ଦେଲା ଆମେରିକା

ଆଜିଠୁ ଖୋଲିବାକୁ ଯାଉଛି କେଦାରନାଥ ମନ୍ଦିର

ଆଫଗାନିସ୍ତାନ ନାଗରିକଙ୍କ ପାଇଁ ଭିସା ସେବା ଆରମ୍ଭ କଲା ଭାରତ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୧୬ ମୃତ ଓ ୧୦ ଆହତଙ୍କ ତାଲିକା ପ୍ରକାଶ

TAGGED:#china#india#internationalnews#tariff#utkalkhabaramerica
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?