Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସହାୟତାର ହାତ ବଢ଼ାଇଲା ଭାରତ, ମିଆଁମାରକୁ ପଠାଇଲା ୪୪୨ ମେଟ୍ରିକ ଟନ୍ ଖାଦ୍ୟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ସହାୟତାର ହାତ ବଢ଼ାଇଲା ଭାରତ, ମିଆଁମାରକୁ ପଠାଇଲା ୪୪୨ ମେଟ୍ରିକ ଟନ୍ ଖାଦ୍ୟ

utkala khabar
Last updated: April 1, 2025 4:03 pm
utkala khabar
Published April 1, 2025
Share
SHARE

ମିଆଁମାର ୦୧ /୦୪ :ମିଆଁମାରକୁ ୪୪୨ ମେଟ୍ରିକ ଟନ୍ ଖାଦ୍ୟ ପଠାଇଲା ଭାରତ । ଭାରତୀୟ ନୌସେନା ଜାହାଜ INS ଘରିଆଲ୍ ଭୂମିକମ୍ପ ପ୍ରଭାବିତ ମିଆଁମାର ପାଇଁ ୪୪୨ ମେଟ୍ରିକ୍ ଟନ୍ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ନେଇ ବିଶାଖାପାଟଣାରୁ ପ୍ରସ୍ଥାନ କରିଛି । ଅପରେସନ୍ ବ୍ରହ୍ମା- ଭାରତୀୟ ବାୟୁସେନା C-130J ଆଜି ସକାଳେ ଦିଲ୍ଲୀରୁ ମାଣ୍ଡାଲେ ପାଇଁ ୧୬ ଟନ୍‌ ଅତ୍ୟାବଶ୍ୟକୀୟ ମାନବିକ ସହାୟତା, ଚାଉଳ ଏବଂ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ନେଇ ଯାତ୍ରା କରିଛି । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ମାନବିକ ସହାୟତାରେ ୧୧୮ ଜଣ କର୍ମଚାରୀଙ୍କୁ ନେଇ ଗଠିତ ଫିଲଡ୍ ହସ୍ପିଟାଲ ମାଣ୍ଡାଲେରେ ସଫଳତାର ସହ ପ୍ରତିଷ୍ଠିତ ହୋଇଛି । ଏହି ହସ୍ପିଟାଲକୁ ଦୁଇଟି ଭାରତୀୟ ବାୟୁସେନା C-୧୭ ହେଭି-ଲିଫ୍ଟ ବିମାନ ବ୍ୟବହାର କରି ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ଏହା ୨୦୦ ଶଯ୍ୟା ବିଶିଷ୍ଟ କ୍ଷମତା ସହିତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ, ଯାହା ସମ୍ପୂର୍ଣ୍ଣ ରୋଗୀ ସେବା ପ୍ରଦାନ କରୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ମାଣ୍ଡାଲେରେ ଭାରତୀୟ ସେନା କ୍ଷେତ୍ର ହସ୍ପିଟାଲ ୟୁନିଟ୍ କାର୍ଯ୍ୟକ୍ଷମ ହୋଇଛି ।

ଭାରତ ସମେତ ବହୁ ଦେଶ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ବିପନ୍ନଙ୍କୁ ଥଇଥାନ ପ୍ରମୁଖ ସମସ୍ୟା ପାଲଟିଛି । ସେପଟେ ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ବାରମ୍ବାର ଭୂମିକମ୍ପ। ଗତ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂମିକମ୍ପ ପରେ ଧ୍ୱଂସସ୍ତୁପ ପାଲଟିଛି ମିଆଁମାର । ଇଣ୍ଟରନେଟ, ଫୋନ ଲାଇନ ଭାଙ୍ଗି ପଡିଥିବାରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧକ ସୃଷ୍ଟି ହୋଇଛି । ରାସ୍ତାଘାଟ ମଧ୍ୟ ଭାଙ୍ଗିରୁଜି ଯାଇଥିବାରୁ ଜରୁରୀ ସାମଗ୍ରୀ ପହଞ୍ଚାଇବାରେ ସମସ୍ୟା ଉପୁଜିଛି ।

ଭୂକମ୍ପ ପୀଡିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଉଦ୍ୟମ ଜାରି ରହିଛି । ଖାଦ୍ୟ, ପାନୀୟ ଓ ଆଶ୍ରୟ ଭଳି ସୁବିଧା ଭଳି ଲୋକଙ୍କୁ ମିଳି ପାରୁନାହିଁ । ୫୦ ଟନ୍ ରିଲିଫ ସାମଗ୍ରୀ ନେଇ ୟାଙ୍ଗୁନରେ ପହଞ୍ଚିଛି ଭାରତର ନୌସେନା ଜାହାଜ ଆଇଏନଏସ୍ ସତପୁରା ଓ ଆଇଏନଏସ ସାବିତ୍ରୀ । ସେହିପରି ଭୂକମ୍ପ ପୀଡିତ ଥାଇଲାଣ୍ଡରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଥାଇଲାଣ୍ଡରେ ଅଟକି ରହିଥିବା ପର୍ଯ୍ୟଟକମାନେ ନାହଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

You Might Also Like

ଆଇପିଏଲ ମଝିରେ କାହିଁକି ଏମିତି କଲେ GT ବୋଲର, ଦଣ୍ଡିତ କଲା ବିସିସିଆଇ

ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ମହଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର, ୮ ତାରିଖରୁ ସିଲିଣ୍ଡର ଦର ପିଛା ୫୦ଟଙ୍କାକୁ ବୃଦ୍ଧି

ଏପ୍ରିଲରେ ୧ ଲକ୍ଷ ଛୁଇଁବ ସୁନା ଦର

ଚମ୍ପୁଆ ବ୍ଲକରେ ୨୬୮ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ

TAGGED:#earth quake#foods#india#myanmar#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?