Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ; ଅପରେସନ ଦେଖୁଥିଲେ ମୋଦି
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ; ଅପରେସନ ଦେଖୁଥିଲେ ମୋଦି

utkala khabar
Last updated: May 7, 2025 12:43 pm
utkala khabar
Published May 7, 2025
Share
SHARE

ଭାରତ ୦୭/୫ : ମଧ୍ୟରାତ୍ରିରେ ହଜିଗଲା ପାକିସ୍ତାନର ନିଦ। ରାତିଅଧିଆ ଭାରତ କଲା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ। ମିସାଇଲ ମାଡ଼ରେ ଛାରଖାର ହେଲା ଆତଙ୍କୀ ଆଡ୍ଡା। ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଲା ବୋମା । ଘନ ଘନ ମିସାଇଲ ମାଡ଼ରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼। ପ୍ରଧାନମନ୍ତ୍ରୀ ଆବାସରୁ ପୂରା ଅପରେସନ୍ ଦେଖୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରେସନର ସମସ୍ତ ସୂଚନା ନେଉଥିଲେ ପ୍ରଧାନମନ୍ତ୍ରୀ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଥିଲେ ୩ ସେନା ମୁଖ୍ୟ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଉଥିଲେ NSA ଅଜିତ ଡୋଭାଲ୍।

ସୂଚନାଯୋଗ୍ୟ, ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତ କରିଥିଲା ବଡ଼ ଏୟାରଷ୍ଟ୍ରାଇକ୍ । ପାକ୍ ଅଧିକୃତ କାଶ୍ମୀରରେ କରିଥିଲା ପ୍ରଚଣ୍ଡ ହମଲା । ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ ଆତଙ୍କୀ ଶିବିରରେ ବଡ଼ ଆଟାକ୍‌ କରିଥିଲେ ଭାରତୀୟ ସେନା । ମୋଟ୍ ୯ଟି ସ୍ଥାନକୁ କରାଯାଇଥିଲା ଟାର୍ଗେଟ୍ । ସେନାର ଏହି ଅପରେସନ ନାମ ରଖାଯାଇଥିଲା ‘ସିନ୍ଦୂର’ । ପହଲଗାମ୍‌ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ କଡ଼ା ଗଣ୍ଡା ଜବାବ ଦେଇଥିଲା ଭାରତୀୟ ସେନା ।

ଯେଉଁ ମୁହୂର୍ତ୍ତକୁ ପ୍ରତିଟି ଭାରତୀୟଙ୍କ ଅପେକ୍ଷା ଥିଲା, ସେହି ପହଲଗାମ୍‌ ନରସଂହାରର ପ୍ରତିଶୋଧ ନେଇଛି ଭାରତ । ପହଲଗାମ ବଦଲା ବିରୋଧରେ ଅପରେସନ୍ ସିନ୍ଦୁର । ରାତି ଅଧିଆ ମିସାଇଲ୍ ମାଡ଼ କରି ପାକିସ୍ତାନ ଏବଂ ପିଓକରେ ଆଟାକ୍ କରିଛି ସେନା। ହମଲାରେ ସାମିଲ ହୋଇଥିଲେ ୮ ସୁଖୋଇ, ୪ ରାଫେଲ୍। ଏଥିସହ ବ୍ରହ୍ମୋସ ମିସାଇଲ୍ ମାଡ଼ ହୋଇଛି । ମିସାଇଲ୍ ମାଡରେ ଛାରଖାର ହୋଇଛି ଆତଙ୍କବାଦୀଙ୍କ ୯ ଶିବିର । ଏନେଇ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୋସିଆଲ୍ ମିଡିଆରେ ପୋଷ୍ଟରେ ସେନା ପକ୍ଷରୁ ଲେଖାଯାଇଛି ନ୍ୟାୟ ହେଲା, ଜୟ ହିନ୍ଦ ।

 

You Might Also Like

ସୃଷ୍ଟି ହେଲା ଲଘୁଚାପ, ୩‌୬ ଘଣ୍ଟାରେ ଅବପାତର ରୂପ ନେବ

ଆପଣ ଡିପ୍ରେସନରେ ରହୁଛନ୍ତି କି? ତେବେ ଜାଣନ୍ତୁ କ’ଣ ରହିଛି ଏହାର କାରଣ

ଜେଲ୍‌ ଭିତରେ କେମିତି କଟେ ଜୀବନ ? ସତ ବଖାଣିଲେ ମହିଳା କଏଦୀ…

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ସୁସ୍ଥ ରହିବା ପାଇଁ ଚାହୁଁଥିଲେ, ଖାଦ୍ୟରେ ସାମିଲ୍ କରନ୍ତୁ ଖଜୁରୀ

TAGGED:#UTKALA KHABARAir strikeIndia-pakisthanIndian armyNarendra ModiNational newsSindoor Operation
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?