Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜେଲ୍‌ ଭିତରେ କେମିତି କଟେ ଜୀବନ ? ସତ ବଖାଣିଲେ ମହିଳା କଏଦୀ…
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଜେଲ୍‌ ଭିତରେ କେମିତି କଟେ ଜୀବନ ? ସତ ବଖାଣିଲେ ମହିଳା କଏଦୀ…

utkala khabar
Last updated: April 7, 2025 2:11 pm
utkala khabar
Published April 2, 2025
Share
SHARE

ଇଂଲଣ୍ଡ ୦୨/୦୪:  ଜେଲ୍‌ ଜୀବନ କେମିତି ହୋଇଥାଏ ? କେତେ ସମୟ କୋଠରୀ ଭିତରେ ବନ୍ଦ ରହିବାକୁ ପଡିଥାଏ ? ବାହାରେ ବୁଲିବା କିମ୍ବା ଚାଲିବା ପାଇଁ କେତେ ସମୟ ମିଳିଥାଏ ? ଏଭଳି ଅନେକ ପ୍ରଶ୍ନ, ପ୍ରାୟ ସମସ୍ତଙ୍କ ମନରେ ଆସୁଥାଇପାରେ । କାରଣ ଜେଲ୍‌ ଭିତରର ରହସ୍ୟ, ଚାରିକାନ୍ଥ ଭିତରେ ଆବଦ୍ଧ । ଏହା ପଛରେ କଣ ଚାଲେ ସମସ୍ତଙ୍କର ଜାଣିବାକୁ ଇଚ୍ଛା । ନିକଟ ଅତୀତରେ ଜଣେ ମହିଳା କଏଦୀ ଶୁଣାଇଛନ୍ତି ଜେଲ୍‌ ଭିତର ରହସ୍ୟ । ଯାହାଙ୍କ ଭିଡିଓ ସୋଶିଆଲ୍‌ ମିଡିଆରେ ପାଲଟିଛି ଚର୍ଚ୍ଚାର ବିଷୟ…

ମହିଳା ଜଣକ ହେଉଛନ୍ତି ଇଂଲଣ୍ଡର ବାସିନ୍ଦା । ନାଁ ହେଉଛି ପିଟରବୋରୋ । ସେ ନିଜ ଜୀବନର କିଛି ସମୟ ଜେଲରେ ବିତାଇଥିଲେ । ଆଉ ସେହି ସମୟର କିଛି କାହାଣୀ ସେ ସେୟାର କରିଛନ୍ତି । ତାଙ୍କ କହିବା କଥା ଜଣେ କଏଦୀଙ୍କ ଦିନ ସକାଳ ୭:୧୦ରୁ ହୋଇଥାଏ ଆରମ୍ଭ ।ଏହି ସମୟରେ ସେମାନେ ସକାଳ ଜଳଖିଆ ଖାଇବାକୁ କୋଠରୀରୁ ବାହାରକୁ ଯାଇଥାନ୍ତି । କଏଦୀମାନେ ସେମାନଙ୍କର ଜଳଖିଆ ନିଜ ୱିଙ୍ଗ କିମ୍ବା ସେମାନଙ୍କ କୋଠରୀରେ ଖାଇପାରିବେ । ଏହାର ୨୦ ମିନିଟ୍ ପରେ ଅର୍ଥାତ୍‌ ସକାଳ ୭:୩୦ ସମୟରେ କଏଦୀଙ୍କୁ ସେମାନଙ୍କ କୋଠରୀରେ ବନ୍ଦ କରିଦିଆଯାଏ । ନଚେତ୍‌ ସେମାନଙ୍କୁ ୩୦ ମିନିଟ୍‌ ପାଇଁ ମୁକ୍ତ କରାଯାଏ ।

ଏହି ସମୟରେ ସେମାନେ ଏକ ଛୋଟ ଅଗଣାରେ ଚାଲନ୍ତି କିମ୍ବା ବ୍ୟାୟାମ କରନ୍ତି । ହଁ ଯଦି ପାଗ ଭଲ ଥାଏ ଏବଂ ପର୍ଯ୍ୟାପ୍ତ ଅଧିକାରୀ ନଜର ରଖିବା ପାଇଁ ଉପସ୍ଥିତ ଥାନ୍ତି, ତେବେ ଏପରି ସୁଯୋଗ ମିଳିଥାଏ । ସକାଳ ୮:୪୦ରେ ଆରମ୍ଭ ହୁଏ ସାରାଦିନର କାମ ଏବଂ ଶିକ୍ଷାଗତ କାର୍ଯ୍ୟକଳାପ । ଏହି ସମୟ ମଧ୍ୟରେ କଏଦୀମାନେ ଜେଲରେ ସେମାନଙ୍କୁ ଦିଆଯାଇଥିବା କାମ କରନ୍ତି, ପାଠପଢା କିମ୍ବା ତାଲିମ ପାଇଁ ଶ୍ରେଣୀରେ ଯୋଗ ଦିଅନ୍ତି ।

ଏହି ସମୟ ସକାଳ ୯ଟାରୁ ୧୧:୧୫ ପର୍ଯ୍ୟନ୍ତ ରହିଥାଏ। ଏହି ସମୟ ମଧ୍ୟରେ କଏଦୀମାନେ “ଫ୍ରି ଫ୍ଲୋ ବା ମୁକ୍ତ ପ୍ରବାହ”ରେ ଅଂଶଗ୍ରହଣ କରିପାରିବେ କିମ୍ବା ଜେଲରେ ବୁଲିପାରିବେ । ଅର୍ଥାତ୍‌ କଏଦୀମାନେ ସେମାନଙ୍କର କାମ ଏବଂ ପାଠପଢ଼ା ସହିତ ମଝିରେ ମଝିରେ ମିଳୁଥିବା ବିରତି ସମୟରେ ଜେଲ ଭିତରେ ଯେକୌଣସି ସ୍ଥାନକୁ ଯାଇପାରିବେ। ସକାଳ ୧୧:୫୦ରେ ଶେଷ ହୁଏ କ୍ଲାସ ଏବଂ କାମ । ଏହାପରେ କଏଦୀମାନେ ମଧ୍ୟାନ ଭୋଜନ ପାଇଁ ୧୨ଟାରେ ୨୦ ମିନିଟ୍‌ ପାଇଁ ନିଜ ଓ୍ବିଙ୍ଗ୍‌କୁ ଯାଇଥାନ୍ତି ।

ସାକ୍ଷାତ ସମୟ ମଧ୍ୟାହ୍ନ ଭୋଜନ ପରେ ହୋଇଥାଏ । ଏହି ସମୟରେ ଅଧିକାରୀମାନେ କଏଦୀମାନଙ୍କୁ ଦେଖା କରିବା ସ୍ଥାନକୁ ନେଇ ଯାଇଥାନ୍ତି । ଯଦି ଜଣେ କଏଦୀ କାହାକୁ ଦେଖା ନକରନ୍ତି ତେବେ ତାଙ୍କୁ ମଧ୍ୟାହ୍ନ ଭୋଜନ ସମୟରୁ ଅପରାହ୍ନ ୧:୪୦ ପର୍ଯ୍ୟନ୍ତ ନିଜ ସେଲ୍‌ରେ ବନ୍ଦ କରି ରଖାଯାଏ । ଏହାପରେ ବ୍ୟାୟାମ ସମେତ ଅନ୍ୟ ଗତିବିଧି ଏବଂ କାର୍ଯ୍ୟକଳାପର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୁଏ । ଯଦି କେହି ବ୍ୟାୟାମ କରନ୍ତି ତେବେ ସେମାନେ କରିପାରିବେ ।

କିନ୍ତୁ ଯେଉଁମାନେ ବ୍ୟାୟାମ କରନ୍ତିନି କିମ୍ବା ଆଦୌ କରନ୍ତିନି, ସେମାନଙ୍କୁ ବାହାରକୁ ଯିବାକୁ ମିଳିନଥାଏ ଅନୁମତି । ସନ୍ଧ୍ୟା ୫:୧୫ରେ ପରଷା ଯାଇଥାଏ ରାତ୍ରୀଭୋଜନ । ଏହାପରେ କଏଦୀମାନଙ୍କୁ ସନ୍ଧ୍ୟା ୬:୪୦ରେ ପରଦିନ ସକାଳ ପର୍ଯ୍ୟନ୍ତ ସେଲ୍‌ରେ କରିଦିଆଯାଏ ବନ୍ଦ । ତେବେ ମହିଳା କଏଦୀଙ୍କର ଏହି ଭିଡିଓ ଏବେ ସୋଶିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି । ଲୋକମାନେ ଜେଲ୍‌ ପଛର କାହାଣୀ ଜାଣିବାକୁ ବେଶ୍‌ ଆଗ୍ରହୀ ହେଉଛନ୍ତି । ଯାହା ଫଳରେ ହଜାର ହଜାର ଲୋକ କମେଣ୍ଟ ଦେଉଛନ୍ତି ।

 

You Might Also Like

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୧୬ ମୃତ ଓ ୧୦ ଆହତଙ୍କ ତାଲିକା ପ୍ରକାଶ

ଇସ୍ରାଏଲ ଗାଜା ଉପରେ ପୁଣି ଥରେ କଲା ଆକ୍ରମଣ

ଶ୍ରୀନଗର ବିମାନ ଭଡ଼ା ବୃଦ୍ଧି ନ କରିବାକୁ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଲେ ସରକାର

ସ୍ପେନ ରାଜକୁମାରୀଙ୍କ ଭାଙ୍ଗିଲା ମନ, ପ୍ରେମରେ ହେଲେ ବିଫଳ

ଶ୍ରୀନଗରରେ ପହଞ୍ଚି ସେନା ମୁଖ୍ୟ ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ

TAGGED:#daily routine#special story#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?