Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବେଙ୍ଗାଲୁରୁ ଇଣ୍ଡିଗୋ ଏୟାରଲାଇନ୍ସ ବିମାନକୁ ଧକ୍କା ଦେଲା ମିନି ବସ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ବେଙ୍ଗାଲୁରୁ ଇଣ୍ଡିଗୋ ଏୟାରଲାଇନ୍ସ ବିମାନକୁ ଧକ୍କା ଦେଲା ମିନି ବସ୍

utkala khabar
Last updated: April 21, 2025 11:23 am
utkala khabar
Published April 21, 2025
Share
SHARE

କର୍ଣ୍ଣାଟକ ୨୧/୪ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ କେମ୍ପେଗୌଡା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ବିମାନବନ୍ଦରରେ ପାର୍କିଂ ହୋଇଥିବା ଇଣ୍ଡିଗୋ ଏୟାରଲାଇନ୍ସକୁ ଧକ୍କା ଦେଲା ଏକ ମିନି ବସ୍ । ଏପରି ଅଘଟଣ ଶୁକ୍ରବାର ଦିନ ଘଟିଥିବା ସୂଚନା ମିଳିଛି । ଏହି ଅଘଟଣରେ କେହି ଆହତ ହୋଇନାହାନ୍ତି କିନ୍ତୁ  ମିନି ବସର ଛାତ କ୍ଷତିଗ୍ରସ୍ତ ହୋଇଛି । ବିମାନବନ୍ଦରରେ ସୁରକ୍ଷା ଅବହେଳା ଯୋଗୁଁ ଏପରି ଘଟଣା ସାମ୍ନାକୁ ଆସିଛି । ଯାହାଦ୍ବାରା ବିମାନବନ୍ଦର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ, ୧୮ ଏପ୍ରିଲ ପ୍ରାୟ ୧୨.୧୫ ମିନିଟ୍ ସମୟରେ ପାର୍କିଂରେ ଇଣ୍ଡିଗୋ ବିମାନସହ ମିନି ବସ୍ ଧକ୍କା ହୋଇଥିଲା  । ବିମାନଟି ପାର୍କିଂରେ ଥିବାବେଳେ ବସ୍ ଆସି ଧକ୍କା ଦେଇଥିଲା । ବିମାନଟି କେମ୍ପେଗୌଡା ରନୱେରେ ଠିଆ ହୋଇଥିବା ସମୟରେ ମିନି ବସଟି ବିମାନର ଅଣ୍ଡରକ୍ୟାରେଜକୁ ଧକ୍କା ଦେଇଥିଲା । ଫଳରେ ବସଟିର ଛାତ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହା ମଧ୍ୟ କୁହାଯାଇଛି ଯେ, ସମ୍ବନ୍ଧୀୟ ପକ୍ଷ ସହିତ ସମନ୍ବୟ ରଖି ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା । ଏହା ସହିତ ଯାତ୍ରୀ ଏବଂବିମାନବନ୍ଦର କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବପ୍ରଥମ ପ୍ରଥମିକତା ବୋଲି ଏୟାର ପୋର୍ଟର କର୍ତ୍ତୁପକ୍ଷଙ୍କ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଏହି ମାମଲା ସମ୍ପର୍କରେ ମଧ୍ୟ ଇଣ୍ଡିଗୋ ଏୟାରଲାଇନ୍ସ  ଅବଗତ କିରିଛି । ଏକ ବିବୃତ୍ତିରେ ଏୟାରଲାଇନ୍ସ କହିଛି ଯେ, ଆମେ ବେଙ୍ଗାଲୁରୁ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ପାର୍କିଂହୋଇଥିବାବେଳେ ଏକ ଅନ୍ୟ ଯାନ ସହିତ ହୋଇଥିବା ଘଟଣାକୁ ଅବଗତ କରିଛି । ବର୍ତ୍ତମାନ କିନ୍ତୁ ଏହି ମାମଲାର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି । ଆବଶ୍ୟକ ଅନୁଯାୟୀ ଏହି ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି ।

You Might Also Like

ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ

ପଣସର ଦମଦାର ଫାଇଦା, ଜାଣନ୍ତୁ

ଭୁଲରେ କେବେ ବି ଖାଆନ୍ତୁ ନାହିଁ ଆଇସ୍କ୍ରିମ୍ ,ଦେଖାଦେଇପାରେ ଅନେକ ସମସ୍ୟା

ଜାପାନ ତିଆରି କରୁଛି ‘ସ୍ପେସ୍’ ଓ୍ୱାଇନ୍

କ୍ୟାବିନେଟ୍ ଖବର ପଢ଼ି ଶୁଣେଇବ AI ଆଙ୍କରକୁ ଲଞ୍ଚ କଲେ ଆସାମ ସରକାର

TAGGED:#UTKALA KHABARAirportBengaluruIndigo AirlinesMini busNational news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?