Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ଟି ରାଜ୍ୟ ଗସ୍ତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ଟି ରାଜ୍ୟ ଗସ୍ତ

utkala khabar
Last updated: May 28, 2025 4:19 pm
utkala khabar
Published May 28, 2025
Share
SHARE

ଭାରତ ୨୮/୫ :  ଆସନ୍ତାକାଲିଠୁ ମୋଦୀଙ୍କ ମାରାଥନ ଗସ୍ତ । ୪ଟି ରାଜ୍ୟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ଗସ୍ତରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକିମ ଗସ୍ତ କରିବେ ମୋଦୀ । ଏଥିସହ ୬୯ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଗୁରୁବାର ମୋଦୀଙ୍କ ସିକିମ୍ ଯିବାକର କାର୍ଯ୍ୟକ୍ରମ ରହିଛି । ସିକିମ୍‌ରେ ‘ସିକିମ୍‌୫୦’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ନମଚି ଜିଲ୍ଲାର ୭୫୦ କୋଟି ବ୍ୟୟରେ ନିର୍ମିତ ୫୦୦ ବେଡ ବିଶିଷ୍ଟ ହସ୍ପିଟାଲର ଉଦଘାଟନ କରିବେ ।

ଏହା ପରେ ସିକିମ୍‌ରୁ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୋଦୀ । କୁଚ ବେହେର ଜିଲ୍ଲାରେ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିଦିନ ସେଠାରୁ ବିହାର ଗସ୍ତରେ ବାହାରିବେ ମୋଦୀ । ବିହାରରେ ୧୨୦୦ କୋଟି ଟଙ୍କାର ନୂଆ ଟର୍ମିନାଲର ଉଦଘାଟନ କରିବେ । ଏଥିସହ ୧୪୧୦ କୋଟି ଟଙ୍କାରେ ନିର୍ମିତ ବିହାର ବିମାନବନ୍ଦରର ନୂଆ ସିଭିଲ ଏନ୍‌କ୍ଲେଭର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଗୁରୁବାର ବିବାହାରରେ ରାତ୍ରିଯାପନ କରିବେ । ୩୦ ତାରିଖ ୧୧ଟାରେ ପ୍ରଧାନମନ୍ତ୍ରୀ ବିହାର କର୍କାତ ଜିଲ୍ଲାରେ ୪୮ ହଜାର ୫୨୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

You Might Also Like

ଦୁନିଆର ଏମିତି ଏକ ଦେଶ ଅଛି ଯେଉଁଠି ଆଦୌ ଇଣ୍ଟରନେଟ ବ୍ୟବହାର କରିବା ମନା

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଜାଣନ୍ତୁ କେତେ ରହିଛି ?

ମେ ମାସରେ ଆସୁଛି ବାତ୍ୟା “ଶକ୍ତି”

ଭାରତରେ ୮ ହଜାର X ଆକାଉଣ୍ଟ ବ୍ଳକ୍ ହେଲା

ଆସନ୍ତା ମାସରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଓଡ଼ିଶାକୁ ମିଳିବ ଆଉ ୧ ଲକ୍ଷ ଘର

TAGGED:#UTKALA KHABAR4 States VisitIndia Prime MinisterNarendra ModiNatioanal News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?