Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମିଆଁମାର ଭୂମିକମ୍ପ ; ମୃତ୍ୟୁସଂଖ୍ୟା ୨୭୦୦ ପାର, ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ମିଆଁମାର ଭୂମିକମ୍ପ ; ମୃତ୍ୟୁସଂଖ୍ୟା ୨୭୦୦ ପାର, ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ

utkala khabar
Last updated: April 2, 2025 12:01 pm
utkala khabar
Published April 2, 2025
Share
SHARE

ନୂଆଦିଲ୍ଲୀ ୦୨।୦୪: ମିଆଁମାରରେ ଆସିଥିବା ଭୟଙ୍କର ଭୂମିକମ୍ପ ପାଇଁ ହାହାକାର ପରିସ୍ଥିତି। ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ି ୨,୭୧୯ରେ ପହଞ୍ଚିଛି । ଦେଶର ସୈନ୍ୟ ସରକାରଙ୍କ ଆକଳନ ଅନୁସାରେ ଏହା ୩ ହଜାର ଟପିବାର ଆଶଙ୍କା ରହିଛି । ସେହିପରି ଆହତଙ୍କ ସଂଖ୍ୟା ୪,୫୦୦ ଟପିଛି । ଏବେ ବି ପ୍ରାୟ ୪୫୦ ଜଣ ନିଖୋଜ ଅଛନ୍ତି ।

ବିପର୍ଯ୍ୟୟ ପରେ ଦେଶରେ ୭ ଦିନିଆ ଶୋକ ପାଳନ ପାଇଁ ଘୋଷଣା ହୋଇଛି । ଏପ୍ରିଲ ୬ ପର୍ଯ୍ୟନ୍ତ ଦେଶରେ ଜାତୀୟ ପତାକା ଅଧା ନଇଁ ରହିବ ବୋଲି ମିଲିଟାରୀ ସରକାରର ପ୍ରବକ୍ତା କହିଛନ୍ତି ।  ଗତ ମାର୍ଚ୍ଚ ୨୮ରେ ମ୍ୟାଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ଅନ୍ୟପକ୍ଷରେ ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ୍‌ ସତପୁରା ଏବଂ ଆଇଏନ୍‌ଏସ୍‌ ସାବିତ୍ରୀ ପ୍ରାୟ ୪୦ ଟନ୍‌ ଜରୁରି ସାମଗ୍ରୀ ନେଇ ମ୍ୟାଁମାରର ୟାଙ୍ଗୁନ୍‌ରେ ପହଞ୍ଚିଛି ।

ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଆଇଏନ୍‌ଏସ୍‌ କର୍ମୁକ ଏବଂ ଏଲ୍‌ସିୟୁ ୫୨ ଶ୍ରୀବିଜୟପୁରମ୍‌ରୁ ୩୦ ଟନ୍‌ ରିଲିଫ୍‌ ସାମଗ୍ରୀ ନେଇ ଯାଇଥିଲା । ରିଲିଫ୍‌ କାମକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଭାରତୀୟ ନୌସେନା ଜାହାଜ ଘଡ଼ିଆଳରେ ପ୍ରାୟ ୪୪୦ ଟନ୍‌ ସାମଗ୍ରୀ ପଠାଯିବ । ଏଥିରେ ଚାଉଳ, ଡାଲି, ତେଲ, ଔଷଧ ଆଦି ସହ ଅନ୍ୟ ଜରୁରି ସାମଗ୍ରୀ ରହିଛି ।

You Might Also Like

ବେଙ୍ଗାଲୁରେ ୩ ମୃତ , ୨୦ରୁ ଊର୍ଦ୍ଧ୍ବ ହ୍ରଦରେ ବନ୍ୟା, ରାସ୍ତା ପାଲଟିଲା ପୋଖରୀ

ପାକିସ୍ତାନକୁ ଏପରି କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ମୁର୍ଶିଦାବାଦରେ ହିନ୍ଦୁମାନଙ୍କ ହିଂସା ଓ ବିସ୍ଥାପନ ଉପରେ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ

ସ୍ପେନ ରାଜକୁମାରୀଙ୍କ ଭାଙ୍ଗିଲା ମନ, ପ୍ରେମରେ ହେଲେ ବିଫଳ

ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ; ଅପରେସନ ଦେଖୁଥିଲେ ମୋଦି

TAGGED:#death toll crosses#earthquake#myanmar#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?