Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ହଂକଂ ସିଙ୍ଗାପୁରରେ ନୂଆ ମାମଲା ଚିହ୍ନଟ,କରୋନା ଭାଇରସ୍ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ହଂକଂ ସିଙ୍ଗାପୁରରେ ନୂଆ ମାମଲା ଚିହ୍ନଟ,କରୋନା ଭାଇରସ୍ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ

utkala khabar
Last updated: May 17, 2025 11:45 am
utkala khabar
Published May 17, 2025
Share
SHARE

ହଂକଂ ୧୭/୫ : କୋଭିଡ୍ ମହାମାରୀ କୁ କିଏ ବା ଭୁଲିବ । ସାରା ବିଶ୍ଵରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା ଏହି ମହାମାରୀ । ଏବେ ପୁଣି ଡରାଇଲାଣି କରୋନା । କରୋନା ଭାଇରସକୁ ନେଇ ଆତଙ୍କିତ ଲୋକେ । ଯଦି ଆପଣ ଭାବୁଛନ୍ତି ବିଶ୍ୱରୁ କରୋନା ଭାଇରସ ପୂରା ସରି ଯାଇଛି ତେବେ ଆପଣ ପୁରା ଭୁଲ ।  ପୁଣିଥରେ ସାରା ବିଶ୍ୱରେ କରୋନା ଭାଇରସ ଧୀରେ ଧୀରେ କାୟା ବିସ୍ତାର କରିବାକୁ ଲାଗିଲାଣି । ଏସିଆରେ ଚିହ୍ନଟ ହୋଇଛି କରୋନା ଭାଇରସର ନୂଆ ମାମଲା । ହଂକଂରୁ ସିଙ୍ଗାପୁର ପର୍ଯ୍ୟନ୍ତ ନୂଆ କରୋନା ମାମଲା ଆତଙ୍କ ସୃଷ୍ଟି କରିଛି । ଏଠାରେ ଲଗାତାର ବୃଦ୍ଧି ପାଉଛି କରୋନା ମାମଲା, ଯାହାକୁ ନେଇ ଚିନ୍ତାରେ ଅଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।

ଏବେ ହଂକଂରେ କରୋନା ଭାଇରସ ଆତଙ୍କ ଖେଳାଇଛି । କରୋନା ଭାଇରସ ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ସେଣ୍ଟର ଫର୍ ହେଲ୍ଥ ପ୍ରୋଟେକ୍ସନର କମ୍ୟୁନିକେବଲ୍ ଡିଜିଜ୍ ବ୍ରାଞ୍ଚର ମୁଖ୍ୟ ଆଲବର୍ଟ ଔ କହିଛନ୍ତି ଯେ କରୋନା ଭାଇରସ ଏବେ ଉଚ୍ଚ ସ୍ତରରେ ପହଞ୍ଚିଛି । କୋଭିଡ-୧୯ ପାଇଁ ହୋଇଥିବା ପରୀକ୍ଷାରେ ପଜିଟିଭ୍ ହାର ଏକ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଛି । ସେ ଏହା ମଧ୍ୟ କହିଛନ୍ତି କେବଳ କରୋନା ମାମଲା ବଢ଼ୁଛି ତା ନୁହେଁ ବରଂ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ହଂକଂରେ ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ କରୋନା ମାମଲା ଏବଂ ମୃତ୍ୟୁ ସଂଖ୍ୟା ସର୍ବାଧିକ ସ୍ତରରେ ପହଞ୍ଚିଛି । ମେ ୩ ତାରିଖ ସୁଦ୍ଧା ହଂକଂରେ କରୋନା ଭାଇରସ୍ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ ଘଟିଥିଲା । କୋଭିଡ୍ ପାଇଁ ଡାକ୍ତରଙ୍କ ପାଖକୁ ଯାଉଥିବା ଲୋକଙ୍କ ସଂଖ୍ୟା ଏବଂ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୭୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଏହି ସହରରେ କରୋନା ସଂକ୍ରମଣ ବ୍ୟାପୁଥିବା ଦେଖି ଭୟଭୀତ ଅଛନ୍ତି ଲୋକେ ।

ଅନ୍ୟପଟେ ସିଙ୍ଗାପୁରରେ ମଧ୍ୟ କୋରୋନାକୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି । ଚଳିତ ମାସରେ ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସଂକ୍ରମଣ ସଂଖ୍ୟା ଉପରେ ଏକ ଅପଡେଟ୍ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁସାରେ ମେ ୩ ତାରିଖ ସୁଦ୍ଧା କରୋନା ମାମଲାରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି । ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ସିଙ୍ଗାପୁରରେ କୋଭିଡ୍ ମାମଲା ବୃଦ୍ଧି ପାଉଥିଲେ ମଧ୍ୟ ବ୍ୟାପୁଥିବା ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ନୁହଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍ ଦେଇଥିବା ରିପୋର୍ଟ ଅନୁସାରେ ଚୀନ୍‌ରେ ମଧ୍ୟ କରୋନା ମୁଣ୍ଡ ଟେକିବା ଆରମ୍ଭ କରିଛି । ଚୀନ୍ ହସ୍ପିଟାଲଗୁଡ଼ିକରେ ଏବେ କୋଭିଡ୍ ପଜିଟିଭ୍ ମାମଲା ଦେଖିବାକୁ ମିଳୁଛି । ସେହିପରି ଥାଇଲ୍ୟାଣ୍ଡର ଡିପାର୍ଟମେଣ୍ଟ ଅଫ୍ ଡିଜିଜ୍ କଣ୍ଟ୍ରୋଲ୍ ମଧ୍ୟ କରୋନା ମାମଲାରେ ବୃଦ୍ଧି ଘଟିଥିବା ସୂଚନା ଦେଇଛି । କିନ୍ତୁ ଆଶ୍ୱସ୍ତିର କଥା ଏଯାଏଁ ଭାରତରେ କରୋନା ମାମଲା ଦେଖାଯାଇନାହିଁ । ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଅନ୍ୟ ଦେଶମାନଙ୍କରେ ବଢ଼ୁଥିବା କରୋନା ମାମଲା ନିଶ୍ଚିତ ଭାବେ ଲୋକଙ୍କ ଚିନ୍ତା ବଢ଼ାଇଛି

You Might Also Like

କେମିତି ଆତଙ୍କୀ ହମଲା ବେଳେ ୪ ପର୍ଯ୍ୟଟକ ପରିବାରକୁ ବଞ୍ଚାଇଥିଲେ ନଜାକତ ଅଲୀ ?

ଆଜି ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

କାହିଁକି ବିଗବି କେବିସି ଛାଡ଼ିବେ ? କିଏ କରିବେ ହୋଷ୍ଟ ?

ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

କେମିତି କଟିବ ଆଜିର ଦିନ

TAGGED:#UTKALA KHABARCorona viruscovid ReturnsHong kongInternational newsNew casesSingapore
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?