Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ : ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ : ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ

utkala khabar
Last updated: May 7, 2025 3:52 pm
utkala khabar
Published May 7, 2025
Share
SHARE

ଭାରତ ୦୭/୫ : ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ଅର୍ଦ୍ଧସାମରିକ ବାହିନୀର ଡିଜିମାନଙ୍କୁ ସୀମାରେ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ଡାକିବା ପାଇଁ କହିଛନ୍ତି । ଏହା ବ୍ୟତୀତ ଅନ୍ତର୍ଜାତୀୟ ସୀମାରେ ହାଇଆଲର୍ଟ ଜାରି କରାଯାଇଛି ।ଅମିତ ଶାହ ଲଗାତାର ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲାଙ୍କ ସହିତ ସଂପର୍କରେ ରହିଛନ୍ତି । ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସାଧାରଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ପାଇଁ ସୁନିଶ୍ଚିତ କରିଛନ୍ତି । ଜରୁରୀକାଳୀନ ସ୍ଥିତିରେ ନାଗରିକମାନେ ଆଶ୍ରୟ ନେବା ପାଇଁ ବଙ୍କର ପ୍ରସ୍ତୁତ ରଖିବାକୁ କହିଛନ୍ତି ।

ଗୃହ ମନ୍ତ୍ରୀ କହିଛନ୍ତି, ‘ଅପରେସନ ସିନ୍ଦୂର’ ପହଲଗାମ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବାର ଭାରତର ଜବାବ । ଭାରତ ଆତଙ୍କବାଦର ମୂଳୋତ୍ପାଟନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।ଭାରତୀୟ ସେନା ପକ୍ଷରୁ ଗଣମାଧ୍ୟମ ସମ୍ମିଳନୀରେ ଅପରେସନର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି ।  ରାତି ପ୍ରାୟ  ୧:୦୫ ରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା । ଏହି ଅପରେସନରେ ୯ଟି ସ୍ଥାନରେ ଆକ୍ରମଣ କରାଯାଇଥିଲା । ଏହି ରାତି ୧.୦୫ ରୁ ୧.୩୦ ପର୍ଯ୍ୟନ୍ତ ୨୫ ମିନିଟ୍ ଧରି ଚାଲିଥିଲା ।

ସାରା ଦେଶ ଶୋଇଥିବା ବେଳେ ସେନା ମଙ୍ଗଳବାର ମଧ୍ୟରାତ୍ରରେ ଏହାର ପ୍ରତିଶୋଧ ନେଇଛି । ସିନ୍ଦୂରର ବଦ୍‌ଲା ସିନ୍ଦୂରରେ ନେଇଛି ସେନା । ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଭାରତର ଏୟାର ଷ୍ଟ୍ରାଇକ୍‌ରେ ପାକିସ୍ତାନ ଥରହର । ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି । ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ରାୱଲପିଣ୍ଡି , ଲାହୋର ବିମାନବନ୍ଦର ବନ୍ଦ ରହିଛି ।

You Might Also Like

ଖରା ଦିନେ ଘିମିରି ସମସ୍ୟାରୁ କିପରି ମୁକ୍ତି ପାଇବେ ଜାଣନ୍ତୁ

ଭାରତ ନେବ ବଡ ପଦକ୍ଷେପ, ଆଜି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି

ସୁନ୍ଦରଗଡ଼ରେ ବେଆଇନ ଖଣି ଖନନ ଉପରେ ମନ୍ତ୍ରୀଙ୍କ ନେତୃତ୍ୟ

ମିଶାଇଲ ପରୀକ୍ଷଣ କରୁଛି ପାକିସ୍ତାନ, ଗତିବିଧି ଉପରେ ନଜର ରଖିଛି ଭାରତ

ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ ଷ୍ଟ୍ରବେରୀ ଚନ୍ଦ୍ର

TAGGED:#UTKALA KHABARIndia-pakisthan warNational newsOperation Sindoor
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?