Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଟିମ୍ କୁକଙ୍କୁ ମନାକଲେ ଟ୍ରମ୍ପ, ଭାରତରେ ତିଆରି ହେବ ନାହିଁ ଆଇଫୋନ୍
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଟିମ୍ କୁକଙ୍କୁ ମନାକଲେ ଟ୍ରମ୍ପ, ଭାରତରେ ତିଆରି ହେବ ନାହିଁ ଆଇଫୋନ୍

utkala khabar
Last updated: May 16, 2025 10:56 am
utkala khabar
Published May 16, 2025
Share
SHARE

ଆମେରିକା ୧୬/୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି  ।  ଏଥର ଟ୍ରମ୍ପ ଆପଲର ସିଇଓ ଟିମ୍ କୁକଙ୍କୁ କହିଛନ୍ତି ଯେ, ମୁଁ ଚାହୁଁନାହିଁ ଯେ ଆପଲ ଭାରତରେ ଆଇଫୋନ ଉତ୍ପାଦନ ପାଇଁ ଏକ ଫ୍ୟାକ୍ଟ୍ରି ସ୍ଥାପନ କରୁ ।  ପ୍ରକୃତରେ, ଆପଲ୍ ଭାରତରେ ବିଭିନ୍ନ ସ୍ଥାନରେ ଆଇଫୋନ୍ ଉତ୍ପାଦନ ପାଇଁ ଫ୍ୟାକ୍ଟ୍ରି ଖୋଲୁଛି ଯାହାକୁ ନେଇ ଡୋନାଲ୍ଡ ଟ୍ରମ୍ପ ଅସନ୍ତୁଷ୍ଟ ଥିବା ଜଣାପଡିଛି ।  ଟ୍ରମ୍ପ ଟିମ୍ କୁକଙ୍କୁ କହିଥିଲେ ଯେ ଆମେ ଭାରତରେ ତୁମର ଉତ୍ପାଦନରେ ଆଗ୍ରହୀ ନୁହଁ, ଭାରତ ନିଜେ ନିଜ ବିଷୟରେ ଚିନ୍ତା କରିପାରିବ।

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଟିମ୍ କୁକ୍‌ଙ୍କ ରଣନୀତିରେ ମୋର ଆପତ୍ତି ରହିଛି ।  ଭାରତରେ ଏତେ ଅଧିକ ପ୍ଲାଣ୍ଟ କରିବାର ଆବଶ୍ୟକତା କ’ଣ ? ଏକ ରିପୋର୍ଟ ଅନୁସାରେ କତରରେ ନିଜ ସରକାରୀ ଗସ୍ତରେ ଥିବା ଟ୍ରମ୍ପ ଆପଲ୍ ସିଇଓଙ୍କ ଆଲୋଚନା ବେଳେ ଏହି କଥା କହିଛନ୍ତି ।  ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଟିମ୍ କୁକ୍ ସାରା ଭାରତରେ ପ୍ରଡକ୍ସନ୍ ପ୍ଲାଣ୍ଟ ସ୍ଥାପନ କରୁଛନ୍ତି । ଭାରତରେ ଏହିପରି ବିସ୍ତାର ହେଉ ବୋଲି ମୁଁ ଚାହୁଁ ନାହିଁ । ସେ ଆହୁରି କହିଛନ୍ତି ଯେ ମୋର ଆପତ୍ତି ପରେ ଆପଲ୍ ଏବେ ଆମେରିକାରେ ଆଇଫୋନ୍ ଉତ୍ପାଦନକୁ ବଢାଇବ ।

ଟ୍ରମ୍ପ କହିଛନ୍ତି ଯେ ଭାରତ ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ । କିନ୍ତୁ ସେଠାରେ ଆମ ଉତ୍ପାଦନ ବିକ୍ରି କରିବା ସବୁଠୁ କଠିନ ।  ଆମେରିକୀୟ ଉତ୍ପାଦ ଉପରୁ ଟାରିଫ୍ ହ୍ରାସ କରିବ ବୋଲି ଭାରତ କହିଛି ।  କିନ୍ତୁ ଏଥିପାଇଁ ସେ ଟ୍ରେଡ୍ ଡିଲ୍ କରିବାକୁ ଚାହୁଁଛି । ଏହାସହ ନିଜ ଉତ୍ପାଦନ ଉପରେ ବି ଏଗ୍ରିମେଣ୍ଟ ଚାହୁଁଛି ।ଉତ୍ପାଦନ ବୃଦ୍ଧି କରିବା ପାଇଁ, ଆପଲ୍ ୫୦୦ ବିଲିୟନ ଡଲାର ନିବେଶ କରି ଉତ୍ପାଦନ ବୃଦ୍ଧି କରିପାରିବ । ଆମେରିକାରେ ବିପୁଳ ନିବେଶ ସହିତ, ଆମେରିକାରେ ରହୁଥିବା ଲୋକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ଯେ କେବଳ ଆପଲ୍ ନୁହେଁ ବରଂ ଅନ୍ୟ ବଡ଼ ବ୍ରାଣ୍ଡ ମଧ୍ୟ ଆମେରିକାରେ ନିବେଶ କରନ୍ତୁ।  ନିବେଶ ସହିତ ଆମେରିକାରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ଟ୍ରମ୍ପ ।

 

You Might Also Like

ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ମଡେଲ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ

କରୋନାରେ ଆକ୍ରାନ୍ତ ହେଲେ ଟ୍ରାଭିସ୍ ହେଡ୍

ନବୀନ ଭରିବେ ନାମାଙ୍କନ ପତ୍ର

ଭୁଲରେ କେବେ ବି ଖାଆନ୍ତୁ ନାହିଁ ଆଇସ୍କ୍ରିମ୍ ,ଦେଖାଦେଇପାରେ ଅନେକ ସମସ୍ୟା

TAGGED:#donald Trump#UTKALA KHABARAmerica presidentApple CEOInternational newsTim Cook
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?