Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ଭାରତ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଆଜି ଭାରତ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ

utkala khabar
Last updated: April 21, 2025 10:45 am
utkala khabar
Published April 21, 2025
Share
SHARE

ଭାରତ ୨୧/୪ : ଭାରତ ଆସୁଛନ୍ତି ମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ ।  ରୋମରୁ ଭାରତ ଆସୁଛନ୍ତି ।  ଦିଲ୍ଲୀରେ ପହଞ୍ଚିବେ ।  ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଭାନ୍ସ ଓ ତିନି ସନ୍ତାନ ଜେ ଡି ଭାନ୍ସଙ୍କ ସହ ଆସୁଛନ୍ତି ।  ୪ ଦିନିଆ ଭାରତ ଗସ୍ତ ସମୟରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ।  ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ।

ଫୋକସରେ ରହିବ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ସମ୍ପର୍କ ବୃଦ୍ଧି ।   ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଲଟା ଟାରିଫ ବିବାଦ ଭିତରେ, ମୋଦି-ଭାନ୍ସଙ୍କ ଆଲୋଚନା ଗୁରୁତ୍ବ ବହନ କରୁଛି ।  ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ଉପରାଷ୍ଟ୍ରପତି ଭାନ୍ସଙ୍କ ସହ ଅନ୍ୟ ଆମେରିକୀୟ ଅଧିକାରୀଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି ।   ଆଜି ଦିଲ୍ଲୀ ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର ଯିବେ ।

ଜୟପୁରର ଐତିହାସିକ ସ୍ଥଳ ଓ ଆଗ୍ରାର ତାଜମହଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।  ଆସନ୍ତାକାଲି ଜୟପୁରର ଅମେର ଫର୍ଟ ଓ କେତେକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ଯିବେ ଭାନ୍ସ ।  ୨୩ରେ ଆଗ୍ରା ଯାଇ ତାଜମହଲ ଓ ଶିଳ୍ପଗ୍ରାମ ପରିଦର୍ଶନ କରିବେ । ସଂଧ୍ୟାରେ ପୁଣି ଜୟପୁର ଫେରିଯିବେ। ୨୪ରେ ଆମେରିକା ପ୍ରତ୍ୟାବର୍ତ୍ତନ କରିବେ ଜେଡି ଭାନ୍ସ ।

You Might Also Like

ଅମୃତଭଣ୍ଡା ଖାଇଲେ ଆଣ୍ଠୁଗଣ୍ଠୀ ଯନ୍ତ୍ରଣାରୁ ମିଳିବ ମୁକ୍ତି

ସ୍ପେନ ରାଜକୁମାରୀଙ୍କ ଭାଙ୍ଗିଲା ମନ, ପ୍ରେମରେ ହେଲେ ବିଫଳ

ଧର୍ମ ଜାଗରଣ ସମିତିର ବୈଠକ ଅନୁଷ୍ଠିତ

ଆଜି ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କଲା ପଞ୍ଜାବ

TAGGED:#delhi#UTKALA KHABARNarendra ModiNational newsUnited States vice presidentVP JD Vance
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?