Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପହଲଗାମ ହମଲାର ମାଷ୍ଟରମାଇଣ୍ଡ କିଏ? ଟିଆରଏଫ ଷ୍ଟ୍ରାଇକର ନେତୃତ୍ୱ କିଏ ନେଇଥିଲା?
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ପହଲଗାମ ହମଲାର ମାଷ୍ଟରମାଇଣ୍ଡ କିଏ? ଟିଆରଏଫ ଷ୍ଟ୍ରାଇକର ନେତୃତ୍ୱ କିଏ ନେଇଥିଲା?

utkala khabar
Last updated: April 24, 2025 4:44 pm
utkala khabar
Published April 24, 2025
Share
SHARE

ଜାମ୍ମୁ-କାଶ୍ମୀର ୨୪/୪ : ଆତଙ୍କୀ ହମଲା ପରେ ନିସ୍ତବ୍ଧ ପହଲଗାମ । ବୈସାରନ ଘାଟିରେ ହୋଇଥିବା ଆତଙ୍କୀ ହମଲା ସାରା ବିଶ୍ୱକୁ ଦୋହଲାଇଛି । ଆକ୍ରମଣରେ ଏକାଧିକ ମୃତ୍ୟୁ, ଅନେକ ବି ଗୁରୁତର । ଆକ୍ରମଣ ପଛରେ ଲସ୍କର-ଏ-ତୋଏବାର ଫ୍ରଣ୍ଟ, TRF ଅର୍ଥାତ୍ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ । ଜାମ୍ମୁ-କାଶ୍ମୀରରେ ଲସ୍କର ଓ ଟିଆରଏଫର ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ଅଛି ଜଣେ ମାଷ୍ଟରମାଇଣ୍ଡ । ସେ ଆଉ କେହି ନୁହେଁ ସେ ହେଉଛି କୁଖ୍ୟାତ ଆତଙ୍କବାଦୀ ସୈଫୁଲ୍ଲା ଖାଲିଦ । ଲସ୍କର-ଏ-ତୋଇବା ଡେପୁଟି ଚିଫ୍ ସାଇଫୁଲ୍ଲା ଖାଲିଦଙ୍କୁ ସାଇଫୁଲ୍ଲା କାସୁରୀ ମଧ୍ୟ କୁହାଯାଏ । ସେ ଭାରତର ସବୁଠାରୁ ବଡ଼ ଶତ୍ରୁ ହାଫିଜ୍ ସୟିଦର ବହୁତ ଖାସ୍ । ଭାରତରେ ହୋଇଥିବା ଅନେକ ବଡ଼ ବଡ ଆତଙ୍କବାଦୀ ଆକ୍ରମଣରେ ତାର ନାମ ଉଲ୍ଲେଖ କରାଯାଇଛି। ତେବେ ଜାଣିଛନ୍ତି କିଏ ସେହି ସୈଫୁଲ୍ଲା ଖାଲିଦ?

କେମିତି ତାର ଜୀବନଶୈଳୀ ?

କୁଖ୍ୟାତ ଆତଙ୍କବାଦୀ । ଯାତ୍ରା କରନ୍ତି ଲଗ୍‌ଜୁରୀ କାରରେ । ସୁରକ୍ଷା ଦେବାକୁ ଲସ୍କର ଆତଙ୍କବାଦୀମାନେ ସର୍ବଦା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥାଆନ୍ତି । ପାକିସ୍ତାନରେ ଏହାର ପ୍ରଭାବ ବେଶ୍ ଅଧିକ । କାରଣ ସେଠାକାର ସେନା ଅଧିକାରୀମାନେ ଖାଲିଦ ଉପରେ କରନ୍ତି ଫୁଲ ବର୍ଷା । ଯାହାକି ପାକିସ୍ତାନୀ ସେନାର ସୈନିକଙ୍କୁ ଭଡକାଇବାରେ ସହାୟକ ହୁଏ ।

ସୂଚନା ଥାଉକି, ପହଲଗାମ ଆକ୍ରମଣର ମାତ୍ର ଦୁଇ ମାସ ପୂର୍ବରୁ, ସୈଫୁଲ୍ଲା ଖାଲିଦ ପାକିସ୍ତାନର ପଞ୍ଜାବର କଙ୍ଗନପୁରରେ ପହଞ୍ଚିଥିଲା । ଯେଉଁଠାରେ ପାକିସ୍ତାନ ସେନାର ଏକ ବଡ଼ ବାଟାଲିୟନ ଅବସ୍ଥିତ ଅଛି । ସେଠାରେ, ଜଣେ ପାକିସ୍ତାନୀ ସେନା କର୍ଣ୍ଣେଲ, ଜାହିଦ ଜରିନ ଖଟ୍ଟାକ, ତାଙ୍କୁ ଏକ ଜିହାଦି ଭାଷଣ ଦେବାକୁ ନିମନ୍ତ୍ରଣ କରିଥିଲେ ।

ସେ ସେଠାରେ ପହଞ୍ଚିବା ପରେ କର୍ଣ୍ଣେଲ ନିଜେ ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ । ଏହା ପରେ, ଏହା ପାକିସ୍ତାନୀ ସେନାକୁ ଭାରତ ବିରୋଧରେ ପ୍ରବଳ ଉସୁକାଇଥିଲା। ସେ ଏପରି କହିଥିଲା ଯେ ସେମାନେ ଯେତେ ଅଧିକ ଭାରତୀୟ ସୈନିକଙ୍କୁ ହତ୍ୟା କରିବେ ।

ସେହିପରି, ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଅନୁଷ୍ଠିତ ଏକ ବୈଠକରେ, ଭାରତ ବିରୋଧରେ ବିଷ ଓଗାଳିଥିଲା । ସେଥିରେ ଲେଖାଥିଲା, “ମୁଁ ପ୍ରତିଶ୍ରୁତି ଦେଉଛି ଆଜି ୨ ଫେବୃଆରୀ, ୨୦୨୫ । ଆମେ ୨ ଫେବୃଆରୀ ୨୦୨୬ ସୁଦ୍ଧା କାଶ୍ମୀରକୁ ଦଖଲ କରିବାକୁ ଯଥାସମ୍ଭବ ଚେଷ୍ଟା କରିବୁ ।

ଆଗାମୀ ଦିନରେ ଆମର ମୁଜାହିଦ୍ଦିନମାନେ ସେମାନଙ୍କର ଆକ୍ରମଣକୁ ତୀବ୍ର କରିବେ। ଆମେ ଆଶା କରୁଛୁ ଯେ କାଶ୍ମୀର ୨ ଫେବୃଆରୀ ୨୦୨୬ ସୁଦ୍ଧା ମୁକ୍ତ ହୋଇଯିବ। ଏହି ବୈଠକ ଆଇଏସଆଇ ଏବଂ ପାକିସ୍ତାନ ସେନା ମିଳିତ ଭାବରେ ଆୟୋଜନ କରିଥିଲେ । ତାଙ୍କୁ ଶୁଣିବା ପାଇଁ ବହୁ ସଂଖ୍ୟକ ଆତଙ୍କବାଦୀ ଏକାଠି ହୋଇଥିଲେ।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଶହ ଶହ ପାକିସ୍ତାନୀ ଅନେକ ସଂଖ୍ୟାରେ ଯୁବକ ଆବୋଟାବାଦର ଜଙ୍ଗଲରେ ସଂଗଠିତ ଏକ ଆତଙ୍କବାଦୀ ଶିବିରରେ ଅଂଶଗ୍ରହଣ କରିଥିଲେ। ଏହାକୁ ଲସ୍କର-ଏ-ତୈବାର ରାଜନୈତିକ ଶାଖା PMML ଓ SML ଦ୍ୱାରା ଆୟୋଜନ କରାଯାଇଥିଲା ।

ଏଥିରେ ସୈଫୁଲ୍ଲା ମଧ୍ୟ ଉପସ୍ଥିତ ଥିଲା । ସେ ଏହି ଶିବିରରୁ ଆତଙ୍କବାଦୀ ଆକ୍ରମଣ ପାଇଁ ଯୁବକଙ୍କୁ ବାଛିଥିଲା । ଯେଉଁମାନଙ୍କୁ ପରେ ଟାର୍ଗେଟ କିଲିଂ ପାଇଁ ତାଲିମ ଦିଆଯାଇଥିଲା । ଏଠାରେ ମଧ୍ୟ ସୈଫୁଲ୍ଲା ଭାରତ ବିରୋଧ  ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ସେଠାରେ ଉପସ୍ଥିତ ଯୁବକଙ୍କୁ ଉସ୍କାଇଥିଲ  ।

ପରେ ଯୁବକମାନଙ୍କୁ ଆତଙ୍କବାଦୀ ତାଲିମ ଦେଇଥିଲା । ଆହୁରି ବି ଶୁଣିବାକୁ ମିଳିଥିଲା କି, ସେମାନଙ୍କୁ ପାକିସ୍ତାନୀ ସେନା ସହାୟତାରେ ସୀମା ପାର କରି ଅନୁପ୍ରବେଶ କରିବାକୁ ବାଧ୍ୟ କରାଯାଉଥିଲା । ୫ ଅଗଷ୍ଟ ୨୦୧୯ରେ ସମ୍ବିଧାନ ସଂଶୋଧନ କରି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ କୁ ହଟାଇ ଦିଆଯାଇଥିଲା।

 

You Might Also Like

ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

ମହାପ୍ରଭୁଙ୍କ ଦର୍ଶନ କଲେ ଶିଳ୍ପପତି ଆକାଶ ଅମ୍ବାନୀ

ପହଲଗାମ ପ୍ରତିଶୋଧ ପରେ ମୁଖ୍ୟମନ୍ତ୍ରୀ ମୋହନଙ୍କ ପ୍ରତିକ୍ରିୟା

ପହଲଗାମ ଆତଙ୍କବାଦୀ ଆକ୍ରମଣ: ଦିଲ୍ଲୀ ବିମାନ ବନ୍ଦରରେ ଏନଏସଏ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ

ଚୀନ ଓ ତୁର୍କୀ ‘ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ’ କୁ ବ୍ଲକ କରାଗଲା

TAGGED:#pakisthan#UTKALA KHABARjammu kashmirMatermindPahalgamSaifullah khalidterror attack
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?