Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ହେଉଛି ସାବିତ୍ରୀ ବ୍ରତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

ଆଜି ହେଉଛି ସାବିତ୍ରୀ ବ୍ରତ

utkala khabar
Last updated: May 26, 2025 1:59 pm
utkala khabar
Published May 26, 2025
Share
SHARE

ଓଡ଼ିଶା ୨୬/୫ :  ଆଜି ଘରେ ଘରେ ଚାଲିଛି ପୂଜାର୍ଚ୍ଚନା । ଦେବାଳୟରେ ବି ପ୍ରବଳ ଭିଡ । ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ନାରୀ । ସେପଟେ ଶ୍ରୀକ୍ଷେତ୍ରରେ ଥିବା ମା’ ସାବିତ୍ରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି ।ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ବ୍ରତ ପାଳୁଛନ୍ତି ସ୍ତ୍ରୀ । ଉପବାସ ବ୍ରତ ରଖିବା ସହ ମନ୍ଦିରରେ ପୂଜା କରି ସ୍ୱାମୀଙ୍କ ମଙ୍ଗଳ କାମନା କରୁଛନ୍ତି । କେହି କେହି ଘରେ ମଧ୍ୟ ପୂଜା କରୁଛନ୍ତି । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ସମସ୍ତ ବିବାହିତ ମହିଳା ପୂଜାର୍ଚ୍ଚନା କରୁଛନ୍ତି । ଏଥିପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଦେବାଳୟରେ ବ୍ରତଧାରୀଙ୍କ ଗହଳି ଲାଗିଛି । ମହିଳାମାନେ ମନ୍ଦିରରେ ନୂଆ ଶାଢୀ, ଶଙ୍ଖାସିନ୍ଦୂର ପୂଜା କରି ପରିଧାନ କରୁଛନ୍ତି । ଓଡିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି ।

ସେପଟେ ଶ୍ରୀକ୍ଷେତ୍ରରେ ଥିବା ମା’ ସାବିତ୍ରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଉଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ମହାସତୀ ସାବିତ୍ରୀଙ୍କ ନାଁରେ ଏହି ବ୍ରତ ପାଳନ୍ତି ମହିଳା । ପୌରାଣିକ କଥା ଅନୁଯାୟୀ, ମା’ ସାବିତ୍ରୀ ଯମରାଜାଙ୍କ ନିକଟରୁ ନିଜ ସ୍ୱାମୀ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ । ସେହିଦିନଠାରୁ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ବ୍ରତ ରଖି ପୂଜାର୍ଚ୍ଚନା କରିବା ସହ ଏହି ବ୍ରତ ପାଳିଥାନ୍ତି ମହିଳା ।

You Might Also Like

କ’ଣ ସତରେ ମାଟିରେ ପୋତା ହୋଇଥିବା ଧନକୁ ସୁରକ୍ଷା ଦିଅନ୍ତି ସାପ! ଜାଣନ୍ତୁ ଏହାର ସତ୍ୟତାର କାହାଣୀ

ଦମଦାର ଲୁକ ସହ ଲଞ୍ଚ ହେଲା Lamborghini କାର

ଦୁନିଆର ସବୁଠାରୁ ଭୟାନକ ସ୍ଥାନ, ଯେଉଁଠି ଚାଲେ ସାପଙ୍କ ରାଜ୍‌

ମ୍ୟାଚ୍‌କୁ ଜିତି ମୁମ୍ବାଇର କ୍ଵାଲିଫାୟର-୨ରେ ପଞ୍ଜାବ ସହ ମୁକାବିଲା

ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Oppo A5 Pro 5G, ଜାଣନ୍ତୁ ଏହାର ପ୍ରାଇସ୍ ଏବଂ ଫିଚର୍ସ

TAGGED:#special news#special story#UTKALA KHABARCelebrationasSavitri Brata
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?