Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କ’ଣ ସତରେ ମାଟିରେ ପୋତା ହୋଇଥିବା ଧନକୁ ସୁରକ୍ଷା ଦିଅନ୍ତି ସାପ! ଜାଣନ୍ତୁ ଏହାର ସତ୍ୟତାର କାହାଣୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

କ’ଣ ସତରେ ମାଟିରେ ପୋତା ହୋଇଥିବା ଧନକୁ ସୁରକ୍ଷା ଦିଅନ୍ତି ସାପ! ଜାଣନ୍ତୁ ଏହାର ସତ୍ୟତାର କାହାଣୀ

utkala khabar
Last updated: April 18, 2025 5:06 pm
utkala khabar
Published April 18, 2025
Share
SHARE

ଆପଣମାନେ ଅନେକ ସମୟରେ ସାପଙ୍କୁ ନେଇ ଅନେକ ରୋଚକ କାହାଣୀ ଶୁଣିଥିବେ । ଆଗ ଯୁଗରେ ଏହା ମଧ୍ୟ କୁହାଯାଏ ଯେ ସେମାନେ ମାଟି ତଳେ ଥିବା ଧନସମ୍ପତ୍ତିକୁ ସୁରକ୍ଷା ଦିଅନ୍ତି । ଏକ ଧାର୍ମିକ ବିଶ୍ୱାସ ମଧ୍ୟ ଅଛି ଯେ ଯେଉଁଠାରେ ଦେବୀ ଲକ୍ଷ୍ମୀ ବାସ କରନ୍ତି, ସେଠାରେ ସାପ ମଧ୍ୟ ଥାଆନ୍ତି । କିନ୍ତୁ ସାପମାନେ କ’ଣ ପ୍ରକୃତରେ ଧନସମ୍ପତ୍ତିକୁ ସୁରକ୍ଷା ଦିଅନ୍ତି ଏବଂ ଯଦି ଏହା ସତ୍ୟ, ତେବେ ସେମାନେ ମାଟି ତଳେ ଏତେ ଦିନ ଧରି କିପରି ବଞ୍ଚି ରହନ୍ତି? ତେବେ ଆସନ୍ତୁ ଏହା ବିଷୟରେ ଜାଣିବା ।

ଏହା ପଛରେ ବିଜ୍ଞାନ ଏବଂ ଧର୍ମ ଉଭୟର ଭିନ୍ନ ଭିନ୍ନ କାରଣ ଅଛି । ଏଭଳି ଅନେକ ଘଟଣା ସାମ୍ନାକୁ ଆସିଥାଏ ଯେ ଯେଉଁ ସ୍ଥାନରେ ଅମାପ ଧନ ଏବଂ ସମ୍ପତ୍ତି ମିଳିଥାଏ ସେଠାରେ ସାପ ମଧ୍ୟ ଥାଏ । ଏଭଳି ମାନ୍ୟତା ରହିଛି ଯେ ସାପ ଧନର ରକ୍ଷକ ଏବଂ ଭଗବାନ ବିଷ୍ଣୁ ତାଙ୍କୁ ରକ୍ଷା କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ସହିତ ସାପକୁ ପଠାଇଥାନ୍ତି । ତେଣୁ ଯେଉଁଠାରେ ଲକ୍ଷ୍ମୀ ଅଛନ୍ତି ସେଠାରେ ନିଶ୍ଚିତ ଭାବରେ ସାପ ରହିଥାନ୍ତି । ଧର୍ମ ଅନୁସାରେ ସାପ ଧନକୁ ରକ୍ଷା କରନ୍ତି, ସେଥିପାଇଁ ସେମାନଙ୍କୁ ଧନର ରକ୍ଷକ କୁହାଯାଏ ।

ଧର୍ମାନୁସାରେ ଦେବୀ ଲକ୍ଷ୍ମୀଙ୍କୁ ଗତିଶୀଳ ବୋଲି କୁହାଯାଏ ତେଣୁ ଯେତେବେଳେ ଏକ ସାପ ଯଦି ଧନ ଉପରେ ଗୁଡ଼ାଇ ହୋଇରହେ ଏହା ଧନର ସ୍ଥିରତାର ପ୍ରତୀକ । ହୁଏତ ଏହି କାରଣରୁ ଯେଉଁଠାରେ ପ୍ରଚୁର ଧନ ଥାଏ, ସେଠାରେ ସାପ ନିଶ୍ଚିତ ଭାବରେ ଦେଖାଯାଏ । ଏବେ ଯଦି ସାପ ପ୍ରକୃତରେ ମାଟି ଭିତରେ ବହୁତ ବର୍ଷ ଧରି ରହୁଛନ୍ତି ତେବେ ସେମାନେ କିପରି ଜୀବିତ ଅଛନ୍ତି? ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ । ପ୍ରକୃତରେ ସାପମାନେ ମାଟି ଭିତରେ ରହିବାରେ ଅଭ୍ୟସ୍ତ ।

ସେମାନେ ମାଟି ଭିତରେ ମଧ୍ୟ ନିଜର ଗାତ ତିଆରି କରନ୍ତି । ସେମାନେ ଜୀବିତ ରହିବା ପାଇଁ ମାଟି ଭିତରେ ଅମ୍ଳଜାନ ଏବଂ ଭୂତଳ ଜଳ ପାଆନ୍ତି । ସେଠାରେ ସେମାନେ ଛୋଟ ଛୋଟ ଜୀବମାନଙ୍କୁ ନିଜର ଶିକାର କରନ୍ତି । ସାପମାନଙ୍କର ଶରୀର ଏତେ ନମନୀୟ ଯେ ସେମାନେ ସହଜରେ ଯେକୌଣସି ସ୍ଥାନକୁ ଯାଇପାରିବେ । ସାପମାନଙ୍କର ଜୀବନକାଳ ମଧ୍ୟ ବହୁତ ଲମ୍ବା ହୋଇଥାଏ । ଯେଉଁଥିପାଇଁ ସେମାନେ ମାଟି ଭିତରେ ଆରାମରେ ରହିପାରନ୍ତି

You Might Also Like

ହର୍ଷିତା ଗୋୟଲଙ୍କ ସଂଘର୍ଷର କାହାଣୀ କିପରି ପ୍ରସ୍ତୁତି କରୁଥିଲେ ସିଭିଲ୍ ସର୍ଭିସେସ୍ ପରୀକ୍ଷା

ପହଲଗାମ ହମଲାର ମାଷ୍ଟରମାଇଣ୍ଡ କିଏ? ଟିଆରଏଫ ଷ୍ଟ୍ରାଇକର ନେତୃତ୍ୱ କିଏ ନେଇଥିଲା?

୨୪ରେ ପୁଣି ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା

ଖରାଦିନରେ ସପେଟାର ଫାଇଦା, ଶରୀର ପାଇଁ ବେଶ୍ ଲାଭଦାୟକ

୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା

TAGGED:#special news#special story#UTKALA KHABARCobra snake
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?