Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୨୦ ବର୍ଷ ଭିତରେ ପୁଣି ଦେଶରେ ହେବ ଇସଲାମିକ ରାଜ୍, ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

୨୦ ବର୍ଷ ଭିତରେ ପୁଣି ଦେଶରେ ହେବ ଇସଲାମିକ ରାଜ୍, ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା

utkala khabar
Last updated: May 19, 2025 12:17 pm
utkala khabar
Published April 19, 2025
Share
SHARE

ଜ୍ୟୋତିଷାସ୍ତ୍ରବିତ୍‌ ଏବଂ ବୈଜ୍ଞାନିକମାନେ ଅନେକ ସମୟରେ ପୃଥିବୀ ଉପରେ ଥିବା ବିପଦ ବିଷୟରେ ଅନେକ ପ୍ରକାର ଆକଳନ କରିଥାନ୍ତି । ସେହିଭଳି ବିଶ୍ୱର ବଡ଼ ବଡ଼ ଭବିଷ୍ୟବକ୍ତାଙ୍କ ମଧ୍ୟରୁ ବୁଲଗେରିଆର ବାବା ଭେଙ୍ଗା ଅନ୍ୟତମ । ବୁଲଗେରିଆର ଏହି ଜଣାଶୁଣା ଭବିଷ୍ୟବକ୍ତା ଅତୀତରେ ଯାହା କହିଛନ୍ତି, ଅନେକାଂଶରେ କିଛି ସତରେ ପରିଣତ ହୋଇଛି । ତାଙ୍କ ଜୀବନ କାଳରେ ସେ ଜଣେ ପରାମର୍ଶଦାତା ଭାବରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ବାବା ଭେଙ୍ଗାଙ୍କ ଭବିଷ୍ୟ ବାଣୀକୁ ସମସ୍ତେ ବିଶ୍ୱାସ କରନ୍ତି । କାରଣ ତାଙ୍କର ଅନେକ ପୂର୍ବାନୁମାନ ସଠିକ ହୋଇଛି । ବାବା ଭେଙ୍ଗା ମଧ୍ୟ ଆଗାମୀ ଦଶନ୍ଧି ଦଶନ୍ଧି ପାଇଁ ପୃଥିବୀକୁ ଆସୁଥିବା ବଡ଼ ବଡ଼ ବିପଦ ଉପରେ ଅନେକ ଭବିଷ୍ୟବାଣୀ ଦେଇଛନ୍ତି । ଏହାରି ଭିତରେ ଏକ ନୂଆ ଭବିଷ୍ୟବାଣୀ କଥା ଲୋକଲୋଚନକୁ ଆସିଛି ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୪୩ ସୁଦ୍ଧା ୟୁରୋପ ଇସଲାମିକ ଶାସନ ଅଧିନରେ ଆସିଯିବ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୪୩ ସୁଦ୍ଧା ଇସଲାମିକ ସମ୍ପ୍ରଦାୟ ୟୁରୋପରେ ରାଜନୈତିକ ଶକ୍ତି ହାସଲ କରିବ । ପୂର୍ବାନୁମାନରେ ଜନସଂଖ୍ୟା ଏବଂ ସାଂସ୍କୃତିକ ପରିବର୍ତ୍ତନଗୁଡ଼ିକୁ ବିଚାରକୁ ନିଆଯାଇଛି, ଯାହା ଦ୍ବାରା ୟୁରୋପରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ । ବାବା ଭେଙ୍ଗା ତାଙ୍କ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଥିଲେ । ସେଥି ମଧ୍ୟରୁ ସୋଭିଏତ୍ ୟୁନିଅନର ଧ୍ବଂସ, ୯/୧୧ ଆକ୍ରମଣ ଓ ବ୍ରେକ୍ସିଟ୍ ପୂର୍ବାନୁମାନ ସତ୍ୟ ପ୍ରମାଣିତ ହୋଇଥିଲା ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଦଶନ୍ଧି ଧରି ଲୋକଙ୍କ ମଧ୍ୟରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । କାହିଁକି ନା ୨୦୭୬ ସୁଦ୍ଧା ସାମ୍ୟବାଦୀ ଶାସନର ପୁନରାବୃତ୍ତି ଏବଂ ୫୦୭୯ ମସିହାରେ ହେବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିଶ୍ୱର ଅନ୍ତ ଘଟିବ । ଏହି ଦୁଇଟି ପ୍ରମୁଖ ଭବିଷ୍ୟବାଣୀ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ ୨୦୭୬ ସୁଦ୍ଧା ଦୁନିଆ ସାମ୍ୟବାଦୀ ଚିନ୍ତାଧାରା ଆଡ଼କୁ ଫେରିଯିବ । ଭେଙ୍ଗାଙ୍କ କହିବା ଅନୁସାରେ ସାମୂହିକ ଶାସନକୁ ନେଇ ବିଶ୍ୱବ୍ୟାପୀ ପରିବର୍ତ୍ତନ ହେବ, ଯାହା ଫଳରେ ସାମ୍ୟବାଦ ପୁଣି ଥରେ ପ୍ରଭାବଶାଳୀ ହେବ ।

ବାବା ଭେଙ୍ଗାଙ୍କ ଶେଷ ଭବିଷ୍ୟବାଣୀ ଅନୁସାରେ, ୫୦୭୯ ମସିହାରେ ଏକ ପ୍ରାକୃତିକ ବିପର୍ଯ୍ୟୟ ବିଶ୍ୱକୁ ଧ୍ବଂସ କରିବାର ଶେଷ କାରଣ ହେବ । ସେ ଦାବି କରିଛନ୍ତି ଯେ ଏହି ବିପର୍ଯ୍ୟୟ ମଣିଷ ଦ୍ୱାରା ହେବ ନାହିଁ, ବରଂ ଏହା ଏକ ପ୍ରାକୃତିକ ଘଟଣା ହେବ, ଯାହା ମାନବତାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବ । କିନ୍ତୁ ଏହି ଭବିଷ୍ୟବାଣୀକୁ ନେଇ ଲୋକେ ପ୍ରଶ୍ନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ମାନବ ଜାତିର ଭବିଷ୍ୟତ ଏବଂ ପୃଥିବୀରେ ଜୀବନର ଅସ୍ତିତ୍ୱକୁ ନେଇ ଲୋକଙ୍କ ମନରେ ନାନା ଆଶଙ୍କାକୁ ଜନ୍ମ ଦେଇଛି ।

ବାବା ଭେଙ୍ଗା ୧୯୧୧ ମସିହାରେ ଉତ୍ତର ମାକେଡୋନିଆର ଷ୍ଟ୍ରୁମିକା ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଧାର୍ମିକ ନେତା ତଥା ହର୍ବାଲ ଡାକ୍ତର ଥିଲେ । ମାତ୍ର ୧୨ ବର୍ଷ ବୟସରେ ଆଖି ହରାଇବା ସତ୍ୱେ ସେ ଭବିଷ୍ୟତ ଦେଖିବାର ଇଶ୍ୱରୀୟ ଉପହାର ପାଇଥିବାର ଦାବି କରିଥିଲେ । ୧୧ ଅଗଷ୍ଟ ୧୯୯୬ ରେ ତାଙ୍କର ଦେହାନ୍ତ ଘଟିଥିଲା । ସେ ଅନେକ ଭବିଷ୍ୟବାଣୀ କରିଯାଇଛନ୍ତି । ଯାହା ମଧ୍ୟରେ ତାଙ୍କର ଏହା ମଧ୍ୟ ବିଶ୍ୱାସ ରହିଥିଲା ଯେ ଦୁନିଆ ୫୦୭୯ରେ ସମାପ୍ତ ହୋଇଯିବ । କିନ୍ତୁ ଏହି ଭବିଷ୍ୟବାଣୀ  ବାସ୍ତବରେ ସତ ହେବ କି ନାହିଁ ତାହା କେବଳ ଆଗାମୀ ସମୟରେ ହିଁ ଜଣାପଡିବ ।

You Might Also Like

ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

‘ଫେରି ଯାଇ ମୋଦିଙ୍କୁ କୁହନ୍ତୁ’ ,କାଶ୍ମୀରର ପହଲଗାମରେ ମୃତ ପର୍ଯ୍ୟଟକଙ୍କ ପତ୍ନୀଙ୍କୁ କହିଲେ ଆତଙ୍କବାଦୀ

ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ

ରାଜ୍ୟରେ ଆଗାମୀ ୧୦ ତାରିଖ ଯାଏଁ ବର୍ଷା, ସତର୍କ ସୂଚନା ଜାରି

TAGGED:#special story#UTKALA KHABARbaba bhengafuture predictionsSpesial News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?